ଏହି କାରଣରୁ ମଧୁମେୟ ରୋଗୀ କଦଳୀ ଖାଇବା ଉଚିତ୍ ନୁହେଁ...
Banana For Diabetes: କଦଳୀ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି ଏବଂ ଅନେକ ଲୋକଙ୍କର ଏହା ଏକ ପ୍ରିୟ ଫଳ ମଧ୍ୟ ହେଲେ ମଧୁମେହ ରୋଗୀମାନେ କଦଳୀ ଖାଇବା ଉଚିତ୍ କି ? କଦଳୀରେ ପୋଟାସିୟମ୍, ଭିଟାମିନ୍ ସି ଏବଂ ଫାଇବର ପରି ପୁଷ୍ଟିକର ପ୍ରଚୁର ପରିମାଣରେ ମିଳିଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇପାରେ ।
ହେଲେ କଦଳୀରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ମଧ୍ୟ ଅଧିକ ପରିମାଣରେ ଥାଏ ଯାହା ବ୍ଲଡ ସୁଗାର ଲେବଲ୍ ବୃଦ୍ଧି କରିଥାଏ । ସେଥିପାଇଁ ମଧୁମେହ ରୋଗୀଙ୍କୁ ସାଧାରଣତଃ କଦଳୀକୁ ସମ୍ପୂର୍ଣ୍ଣରୂପେ ଏଡାଇବାକୁ ଡାକ୍ତର ପରାମର୍ଶ ଦେଇଥାଏ । ସେହିପରି କଦଳୀରେ ପ୍ରୋଟିନ୍ ଏବଂ ଫାଇବର ବହୁ ପରିମାଣରେ ମିଳିଥାଏ, ଏହାକୁ ବେଳେବେଳେ ମଧୁମେହ ରୋଗୀମାନେ ଖାଇ ପାରିବେ ।
ଅନ୍ୟପକ୍ଷରେ କିଛି ଡାକ୍ତର ଦାବି କରନ୍ତି ଯେ, କଦଳୀକୁ ମଧୁମେହର ଚିକିତ୍ସା ପାଇଁ ପାରମ୍ପାରିକ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଏ । ଏହା ବ୍ୟତୀତ କଦଳୀ ଫୁଲ ଖାଇବା ଦ୍ୱାରା ମଧ୍ୟ ବ୍ଲଡରେ ସୁଗାର ପରିମାଣ ହ୍ରାସ୍ ପାଇଥାଏ ।

କଦଳୀରେ ଫାଇବରର ଏବଂ ପଟ୍ଟାସିୟମ ଭପପୂର ପରିମାଣରେ ଥାଏ । ରକ୍ତରୁ କୋଲେଷ୍ଟ୍ରଲ ହ୍ରାସ କରିବାରେ ଏହା ସାହାଯ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ଶରୀର ସୁସ୍ଥ ରହିଥାଏ ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ ।
କଦଳୀରେ ଭିଟାମିନ୍ ସି, ଭିଟାମିନ୍ ବି 6, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫୋଲିକ୍ ଏସିଡ୍ ପରି ଗୁରୁତ୍ୱପୂର୍ଣ୍ଣ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏହା ଶରୀରକୁ ଅନେକ ପୋଷାକ ତତ୍ତ୍ୱ ଦେଇଖାଏ । ତ୍ୱଚା କ୍ଲିନ୍ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ସେହିପରି କଦଳୀ ଶକ୍ତିର ଏକ ଉତ୍ତମ ଉତ୍ସ, ଯାହା ଆପଣଙ୍କୁ ଆକଟିଭ୍ ରଖିଥାଏ ଏବଂ ଶରୀରକୁ ଶକ୍ତି ଦେଇଥାଏ ।
କଦଳୀ ଖାଇବା ଆପଣଙ୍କ ଦାନ୍ତ ପାଇଁ ମଧ୍ୟ ଲାଭଦାୟକ । କାରଣ ଏଥିରେ ଥିବା ଫାଇବର ଏବଂ କ୍ୟାଲସିୟମ ସ୍ୱାଭାଭିକ ଭାବରେ ଦାନ୍ତକୁ ମଜବୁତ ରଖିବାରେ ସାହାଯ୍ୟ କରିଥାଏ । କିଛି ଡାକ୍ତର ଏହା ମଧ୍ୟ ଦାବି କରନ୍ତି ଯେ କଦଳୀ ମାନସିକ ଚାପ କମ କରିବାରେ ସାହାଯ୍ୟ କରିଥାଏ । କଦଳୀରେ ଫାଇବର ଅଧିକ ପରିମାଣରେ ଥାଏ ଯାହା ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
କଦଳୀ ମାସ୍କ ପ୍ରସ୍ତୁତ କରି ତ୍ୱଚାରେ ଲଗାଇବା ଦ୍ୱାରା ଏହା ତ୍ୱଚାକୁ କୋମଳ ରଖିବା ସହ ଗ୍ଲୋ କରିବାରେ ସାହାଯ୍ୟ କରିଥାଏ । କାରଣ ଏଥିରେ ଭିଟାମିନ୍ ସି ଏବଂ ଭିଟାମିନ୍ ଇ ଥାଏ ।












Click it and Unblock the Notifications