ଦିନକୁ କେତୋଟି ଅଲମଣ୍ଡ ଖାଇବା ଠିକ୍‌? ଅଧିକ ଖାଇଲେ ଶରୀରରେ ଦେଖାଯାଏ ଏହି ସମସ୍ୟା

ଡ୍ରାଏଫ୍ରୁଟ୍ସର ସେବନ ସର୍ବଦା ସ୍ବାସ୍ଥ୍ୟ ପାଇଁ ଲାଭକାରୀ। ସେଥିରୁ ଗୋଟିଏ ହେଲା ଅଲମଣ୍ଡ(ବାଦାମ)। ଏହାକୁ ଖାଇବା ଦ୍ୱାରା ଅନେକ ରୋଗରୁ ପ୍ରତିରୋଧକ ଶକ୍ତି ନିର୍ମିତ ହୋଇଥାଏ। ଏଥିରେ ଭିଟାମିନ ଇ, ଭିଟାମିନ ବି, ଆଇରନ୍‌, ପୋଟାସିୟମ, ଜିଙ୍କ,ମ୍ୟାଗ୍ନେିସିୟମ, କପର, ଫୋଲେଟ ଭଳି ତତ୍ତ୍ୱ ରହିଛି। ଏହାଛଡ଼ା ଏଥିରେ ଥିବା ଫ୍ୟାଟ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଶରୀର ପାଇଁ ଲାଭକାରୀ। ହେଲେ ସବୁକିଛିର ସଠିକ୍‌ ଏବଂ ସୀମିତ ମାତ୍ରା ଖାଇବା ଆବଶ୍ୟକ। ବାଦାମ ଖାଇବା ସ୍ବାସ୍ଥ୍ୟକର, ତାର ଅର୍ଥ ଯେତେ ଇଚ୍ଛା ସେତେ ଖାଇବା ଠିକ୍‌ ନୁହେଁ। ଯଦି ଭୁଲ ସମୟରେ ଏବଂ ଅଧିକ ମାତ୍ରାରେ ଏହାକୁ ଖିଆଯାଏ ତେବେ ଲାଭ ବଦଳରେ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଆସନ୍ତୁ ସବିଶେଷ ଜାଣିବା:

ଦିନକୁ କେତେ ଅଲମଣ୍ଡ ଖାଇବେ?
ବିଶେଷଜ୍ଞଙ୍କ ମତରେ ବୟସ୍କମାନେ ଦିନକୁ ୨୩ ଅଲମଣ୍ଡ ଖାଇପାରିବେ, ଯାହାକି ୩୦ ଗ୍ରାମ ହେବ। ଏତିକି ମାତ୍ରା ଶରୀର ପାଇଁ ଭଲ। ହେଲେ ଏହାଠାରୁ ଅଧିକ ଖାଇବା ଦ୍ୱାରା ଶରୀରରେ କ୍ୟାଲୋରୀ ମାତ୍ରା ଅଧିକ ହୋଇପାରେ ଏବଂ ଫ୍ୟାଟ୍‌ ବଢ଼ିପାରେ।

How many almonds should you eat per day

ହଜମ ଜନିତ ଅସୁବିଧା:
ଅଲମଣ୍ଡ ଅଧିକ ସେବନ କରିବା ପରେ ପର୍ଯ୍ୟାପ୍ତ ପାଣି ପିଅନ୍ତୁ, ନଚେତ ହଜମ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇପାରେ। ସେଥିରେ ପେଟ ଫୁଲିବା, ଗ୍ୟାସ, ପେଟ ବ୍ୟଥା, କୋଷ୍ଠକାଠିନ୍ୟ ଭଳି ସମସ୍ୟା ରହିଛି।

ଓଜନ ବଢ଼ିବା:
ଅଲମଣ୍ଡ ହୃଦୟ ପାଇଁ ଭଲ। ହେଲେ ଆବଶ୍ୟକତାଠାରୁ ଅଧିକ ଖାଇଲେ ଅଧିକ କ୍ୟାଲୋରୀ ଦେହକୁ ଯାଏ। ଯାହାକି ଓଜନ ବଢ଼ାଇଥାଏ।

ରକ୍ତ ଜମାଟ ବାନ୍ଧିବାରେ ଅସୁବିଧା:
ଅଲମଣ୍ଡରେ ଭିଟାମିନ ଇ ଭରପୂର ମାତ୍ରାରେ ରହିଥାଏ। ଏହାର ଅଧିକ ସେବନ ମୁଣ୍ଡବିନ୍ଧା, ରକ୍ତଜମାଟ ଭଳି ଲକ୍ଷଣ ଦେଖାଇଥାଏ। ଫଳରେ ରକ୍ତ ବୋହିଯିବାର ଭୟ ଥାଏ।

ପେଟ ବ୍ୟଥା:
ଅଧିକ ଅଲମଣ୍ଡ ସେବନ ଦ୍ୱାରା ପେଟରେ ବ୍ୟଥା ହୋଇଥାଏ। ଏଥିସହ ଗ୍ୟାସ, ବ୍ଲୋଟିଂ ଭଳି ସମସ୍ୟା ଉପୁଜିପାରେ।

ଆଲର୍ଜି:

ଅଲମଣ୍ଡ ସେବନ ତ୍ୱଚା ପାଇଁ ଲାଭକାରୀ ଯେତିକି ଖରାପ ମଧ୍ୟ ସେତିକି। ଏହାକୁ ଅଧିକ ସେବନ କରିବା ଦ୍ୱାରା କିଛି ଲୋକଙ୍କୁ ଆଲର୍ଜି ହୋଇପାରେ। ଫଳରେ ତ୍ୱଚା କୁଣ୍ଡାଇ ହେବା, ରାସେସ୍‌, ଫଳିଯିବା ଭଳି ସମସ୍ୟା ଉପୁଜିପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+