ଛୋଟ ଛୁଆ କେତେ ସମୟ ଫୋନ୍ ଦେବେ ? ଫୋନଠୁ କିପରି ଦୂରେଇ ରଖିବେ?
ଆଜିକାଲି ପିଲାମାନଙ୍କୁ ବହି ପଢିବା କିମ୍ବା ଖେଳକୁଦ କରୁଥିବାର ଆପଣ ଦେଖିବାକୁ ପାଇବେନି। ଯେତେବେଳେ ଦେଖିବେ ଫୋନରେ ମାତିଥିବେ।
ପିଲାମାନଙ୍କର ଏପରି ଅଭ୍ୟାସରେ ବାପାମାଆ ଖୁବ୍ ଅତିଷ୍ଟ ହୋଇଗଲେଣି। ଏହା କେବଳ ବାପାମାଆଙ୍କୁ ନୁହେଁ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ମଧ୍ୟ ଚିନ୍ତାରେ ପକାଇଛି। କାରଣ ଏଥିପାଇଁ ପିଲାମାନଙ୍କ ଶାରୀରିକ ଏବଂ ମାନସିକ ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପଢୁଛି।
ତେଣୁ ପିଲାମାନେ କେତେ ସମୟ ଫୋନ୍ ଦେଖିବା ଉଚିତ୍, ଏହି ସମୟ ଅଧିକ ହୋଇଗଲେ କି କି କୁପ୍ରଭାବ ପଡିବ ଏବଂ ଏହି କୁଅଭ୍ୟାସକୁ କିପରି ରୋକିବେ, ଜାଣନ୍ତୁ...

ପିଲାମାନେ କେତେ ସମୟ ଫୋନ୍ ଦେଖିବା ଠିକ୍?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, 6 ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନେ ଘଣ୍ଟାଏ କିମ୍ବା ଦୁଇ ଘଣ୍ଟାରୁ ଅଧିକ ସମୟ ଫୋନ୍ ଦେଖିବା ଉଚିତ୍ ନୁହେଁ। 18 ମାସରୁ କମ୍ ଅର୍ଥାତ୍ ଦେଢ ବର୍ଷର ଛୁଆଙ୍କୁ ଆଦୌ ଫୋନ୍ ଦେଖିବାକୁ ଦିଅନ୍ତୁ ନାହିଁ। ଫୋନ୍ କିମ୍ବା ଟିଭି ସ୍କ୍ରିନର ବ୍ୟବହାର ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ, ଶୋଇବା ଚକ୍ର ଏବଂ ଶାରୀରିକ କାର୍ଯ୍ୟକଳାପ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ।
ଫୋନ୍ ବ୍ୟବହାରର କୁପ୍ରଭାବଯଦି ପିଲାମାନେ ଫୋନ୍ ବ୍ୟବହାର କରନ୍ତି, ତେବେ ମସ୍ତିଷ୍କ ବିକାଶ ଦୁର୍ବଳ ହୋଇଯାଏ। କେବଳ ଏତିକି ନୁହେଁ, ଦୃଷ୍ଟି ଶକ୍ତିରେ ଦୁର୍ବଳତା, ଧ୍ୟାନ ବା ଏକାଗ୍ରତାର ଅଭାବ ସାଙ୍ଗକୁ ସ୍ୱାସ୍ଥ୍ୟ ମଧ୍ୟ ବିଗିଡ଼ିଯାଏ। ଆହୁରି ମଧ୍ୟ ଏହି କାରଣରୁ ପିଲାଟି ସାମାଜିକ ଯୋଗଯୋଗ କରିବାରେ ଦୁର୍ବଳ ହୋଇଯାଏ ଏବଂ ତା'ର ସୃଜନଶୀଳତା ଶକ୍ତି ହ୍ରାସପାଏ।
ଫୋନଠୁ ଦୂରେଇ ରଖିବାର ଫାଇଦା
ଯଦି ପିଲାମାନେ ଫୋନଠୁ ଦୂରେଇ ରୁହନ୍ତି କିମ୍ବା ଫୋନ୍ ଦେଖିବା ସେମାନଙ୍କର ଏକ ଅଭ୍ୟାସ ନ ହୁଏ, ତେବେ ସେମାନଙ୍କର ପଢିବାକୁ ଆଗ୍ରହ ବଢିଥାଏ, ଖେଳକୁଦରେ ମନୋନିବେଶ କରନ୍ତି, ପରିବାରର ସଦସ୍ୟଙ୍କ ସହ କଥାବାର୍ତ୍ତା କରନ୍ତି। ଏହାଦ୍ୱାରା ପିଲାମାନଙ୍କ ଶାରୀରିକ ଓ ମାନସିକ ବିକାଶ ସହ ଏକ ସୁସ୍ଥକର ଜୀବନ ମିଳିଥାଏ।
ଫୋନଠୁ କିପରି ଦୂରେଇ ରଖିବେ?
ପିଲାମାନଙ୍କୁ ଏହି ଅଭ୍ୟାସରୁ ଦୂରେଇ ରଖିବା ପାଇଁ ଏକ ରୁଟିନ୍ ପ୍ରସ୍ତୁତ କରନ୍ତୁ। ଖାଇବା ସମୟରେ ସେମାନଙ୍କୁ ଆଦୌ ଫୋନ୍ ଦିଅନ୍ତୁ ନାହିଁ, କାରଣ ଏହା ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଯାଏ, ଯାହା ପରବର୍ତ୍ତୀ ସମୟରେ ଏହାଠୁ ଦୂରେଇ ରଖିବା କଷ୍ଟକର ହୋଇପଡ଼େ। ଏହା ବ୍ୟତୀତ, ପିଲାମାନଙ୍କୁ କୁହନ୍ତୁ, ହୋମୱାର୍କ ପରେ ଯାଇ ଫୋନ୍ ଦିଆଯିବ, ନଚେତ୍ ଆଦୌ ଫୋନ୍ ଦେଖିବାକୁ ମିଳିବନି। ହୋମୱାର୍କ ପରେ ଖାଇବାକୁ ଦେଇ ଶୋଇବାକୁ କୁହନ୍ତୁ। ଖାଲି ସମୟରେ ଅନଲାଇନ୍ ଗେମ୍ ଅପେକ୍ଷା ଖେଳକୁଦ କରିବାକୁ କୁହନ୍ତୁ। ଏପରି ଅଭ୍ୟାସ ଦ୍ୱାରା ପିଲାମାନଙ୍କ ସ୍କ୍ରିନ୍ ସମୟ ହ୍ରାସ କରି ଏକ ଉତ୍ତମ ସ୍ୱାସ୍ଥ୍ୟ ଓ ଭବିଷ୍ୟତ ଦେଇପାରିବେ ।
-
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
ଏଲପିଜି ନିୟମକୁ ସଂଶୋଧନ କଲେ କେନ୍ଦ୍ର ସରକାର, ଏଣିକି ପିଏନ୍ଜି ସଂଯୋଗ ଥିଲେ ମିଳିବ ନାହିଁ ଏଲ୍ପିଜି -
ତମିଲନାଡରେ ବିଜେପିର ରଣନୀତି, ବିଜୟଙ୍କୁ ଦେଲା ବଡ ଅଫର୍ -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ , ଯାତାୟାତ ବନ୍ଦ ପାଇଁ ସୂଚନା ଦେଲେ ପୁରୀ ଏସ୍ପି -
ବର୍ଷା ସମ୍ଭାବନା, ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ କମିବା ନେଇ ଆକଳନ












Click it and Unblock the Notifications