ଛୋଟ ଛୁଆ କେତେ ସମୟ ଫୋନ୍ ଦେଖିବା ଠିକ୍?

ଆଜିକାଲିକା ପିଲାମାନଙ୍କୁ କେବେ ହେଲେ ବହି ପଢିବା କିମ୍ବା ଖେଳକୁଦ କରୁଥିବାର ଦେଖିବାକୁ ପାଇବେନି। ଯେତେବେଳେ ଦେଖିବେ ଫୋନରେ ମାତିଥିବେ। ପିଲାମାନଙ୍କର ଏପରି ଅଭ୍ୟାସରେ ବାପାମାଆ ଖୁବ୍ ଅତିଷ୍ଟ ହୋଇଗଲେଣି। ଏହା କେବଳ ବାପାମାଆଙ୍କୁ ନୁହେଁ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ମଧ୍ୟ ଚିନ୍ତାରେ ପକାଇଛି। କାରଣ ଏଥିପାଇଁ ପିଲାମାନଙ୍କ ଶାରୀରିକ ଏବଂ ମାନସିକ ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପଢୁଛି।

ତେଣୁ ପିଲାମାନେ କେତେ ସମୟ ଫୋନ୍ ଦେଖିବା ଉଚିତ୍, ଏହି ସମୟ ଅଧିକ ହୋଇଗଲେ କି କି କୁପ୍ରଭାବ ପଡିବ ଏବଂ ଏହି କୁଅଭ୍ୟାସକୁ କିପରି ରୋକିବେ, ଜାଣନ୍ତୁ...

How long is it okay for a child to look at the phone

ପିଲାମାନେ କେତେ ସମୟ ଫୋନ୍ ଦେଖିବା ଠିକ୍?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, 6 ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନେ ଘଣ୍ଟାଏ କିମ୍ବା ଦୁଇ ଘଣ୍ଟାରୁ ଅଧିକ ସମୟ ଫୋନ୍ ଦେଖିବା ଉଚିତ୍ ନୁହେଁ। 18 ମାସରୁ କମ୍ ଅର୍ଥାତ୍ ଦେଢ ବର୍ଷର ଛୁଆଙ୍କୁ ଆଦୌ ଫୋନ୍ ଦେଖିବାକୁ ଦିଅନ୍ତୁ ନାହିଁ। ଫୋନ୍ କିମ୍ବା ଟିଭି ସ୍କ୍ରିନର ବ୍ୟବହାର ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ, ଶୋଇବା ଚକ୍ର ଏବଂ ଶାରୀରିକ କାର୍ଯ୍ୟକଳାପ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ।

ଫୋନ୍ ବ୍ୟବହାରର କୁପ୍ରଭାବ
ଏକ ଅଧ୍ୟୟନ ଅନୁଯାୟୀ, ଯଦି ପିଲାମାନେ ଫୋନ୍ ବ୍ୟବହାର କରନ୍ତି, ତେବେ ମସ୍ତିଷ୍କ ବିକାଶ ଦୁର୍ବଳ ହୋଇଯାଏ। କେବଳ ଏତିକି ନୁହେଁ, ଦୃଷ୍ଟି ଶକ୍ତିରେ ଦୁର୍ବଳତା, ଧ୍ୟାନ ବା ଏକାଗ୍ରତାର ଅଭାବ ସାଙ୍ଗକୁ ସ୍ୱାସ୍ଥ୍ୟ ମଧ୍ୟ ବିଗିଡ଼ିଯାଏ। ଆହୁରି ମଧ୍ୟ ଏହି କାରଣରୁ ପିଲାଟି ସାମାଜିକ ଯୋଗଯୋଗ କରିବାରେ ଦୁର୍ବଳ ହୋଇଯାଏ ଏବଂ ତା'ର ସୃଜନଶୀଳତା ଶକ୍ତି ହ୍ରାସପାଏ।

ଫୋନଠୁ ଦୂରେଇ ରଖିବାର ଫାଇଦା
ଯଦି ପିଲାମାନେ ଫୋନଠୁ ଦୂରେଇ ରୁହନ୍ତି କିମ୍ବା ଫୋନ୍ ଦେଖିବା ସେମାନଙ୍କର ଏକ ଅଭ୍ୟାସ ନ ହୁଏ, ତେବେ ସେମାନଙ୍କର ପଢିବାକୁ ଆଗ୍ରହ ବଢିଥାଏ, ଖେଳକୁଦରେ ମନୋନିବେଶ କରନ୍ତି, ପରିବାରର ସଦସ୍ୟଙ୍କ ସହ କଥାବାର୍ତ୍ତା କରନ୍ତି। ଏହାଦ୍ୱାରା ପିଲାମାନଙ୍କ ଶାରୀରିକ ଓ ମାନସିକ ବିକାଶ ସହ ଏକ ସୁସ୍ଥକର ଜୀବନ ମିଳିଥାଏ।

ଫୋନଠୁ କିପରି ଦୂରେଇ ରଖିବେ?
ପିଲାମାନଙ୍କୁ ଏହି ଅଭ୍ୟାସରୁ ଦୂରେଇ ରଖିବା ପାଇଁ ଏକ ରୁଟିନ୍ ପ୍ରସ୍ତୁତ କରନ୍ତୁ। ଖାଇବା ସମୟରେ ସେମାନଙ୍କୁ ଆଦୌ ଫୋନ୍ ଦିଅନ୍ତୁ ନାହିଁ, କାରଣ ଏହା ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଯାଏ, ଯାହା ପରବର୍ତ୍ତୀ ସମୟରେ ଏହାଠୁ ଦୂରେଇ ରଖିବା କଷ୍ଟକର ହୋଇପଡ଼େ। ଏହା ବ୍ୟତୀତ, ପିଲାମାନଙ୍କୁ କୁହନ୍ତୁ, ହୋମୱାର୍କ ପରେ ଯାଇ ଫୋନ୍ ଦିଆଯିବ, ନଚେତ୍ ଆଦୌ ଫୋନ୍ ଦେଖିବାକୁ ମିଳିବନି। ହୋମୱାର୍କ ପରେ ଖାଇବାକୁ ଦେଇ ଶୋଇବାକୁ କୁହନ୍ତୁ। ଖାଲି ସମୟରେ ଅନଲାଇନ୍ ଗେମ୍ ଅପେକ୍ଷା ଖେଳକୁଦ କରିବାକୁ କୁହନ୍ତୁ। ଏପରି ଅଭ୍ୟାସ ଦ୍ୱାରା ପିଲାମାନଙ୍କ ସ୍କ୍ରିନ୍ ସମୟ ହ୍ରାସ କରି ଏକ ଉତ୍ତମ ସ୍ୱାସ୍ଥ୍ୟ ଓ ଭବିଷ୍ୟତ ଦେଇପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+