Watermelon: କେମିତି ଜାଣିବେ ତରଭୁଜ ଅସଲି କି ନକଲି ?

ବିଭିନ୍ନ ପ୍ରକାର ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏହା ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ଦୂରେଇ ରଖିବା ସହ ଶକ୍ତି ମଧ୍ୟ ଯୋଗାଇଥାଏ । ବିଶେଷ କରି ଋତୁ ଅନୁଯାୟୀ ବିଭିନ୍ନ ପ୍ରକାର ଫଳ ବଜାରରେ ଉପଲବ୍ଧ ହୋଇଥାଏ । ବର୍ତ୍ତମାନ ଅସହ୍ୟ ଗରମ ଅନୁଭୂତ ହେଲାଣି । ଖରାଦିନେ ତରଭୁଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ । ତରଭୁଜରେ ପ୍ରାୟ ୯୨% ଜଳ ରହିଥାଏ । ଯାହା ଶରୀରରେ ଜଳର ଅଭାବକୁ ଦୂର କରିଥାଏ। ଖରାଦିନେ ଜଳୀୟଅଂଶର ଅଭାବକୁ ଏହା ପୂରଣ କରିଥାଏ। ଏଥିରେ ଫାଇବର ଭରପୁର ମାତ୍ରାରେ ଥିବାରୁ ପେଟ ପାଇଁ ମଧ୍ୟ ଖୁବ୍‌ ଉପକାରୀ ।

ତରଭୁଜ କାଟିବା ପରେ ଏଥିରେ ସୂତା ଧଳା କପଡା ଗୁଡାଇ ଦିଅନ୍ତୁ । ଯଦି କପଡାରେ ଲାଲ ରଙ୍ଗ ଲାଗିଥାଏ । ତେବେ ଜାଣିବେ ଏଥିରେ କୃତ୍ରିମ ରଙ୍ଗ ବ୍ୟବହାର କରାଯାଇଛି ।

atermelon is real or fake

ଶୀଘ୍ର ତରଭୁଜକୁ ପଚାଇବା ପାଇଁ କାର୍ବାଇଟ୍‌ର ବ୍ୟବହାର କରାଯାଏ । ଏହାସହ ଏକ ପ୍ରକାର ଧଳା ରାସାୟନିକ ଗୁଣ୍ଡ ମଧ୍ୟ ବ୍ୟବହାର କରାଯାଏ । ତେଣୁ ତରଭୁଜ ଉପରେ ଧଳା ରଙ୍ଗର ଗୁଣ୍ଡ ଲାଗିଥିଲେ, ଏହାକୁ କିଣି ଆଣନ୍ତୁ ନାହିଁ ।

ସେହିପରି ତରଭୁଜର ଆକାର ବଡ କରିବା ପାଇଁ ଏକ ପ୍ରକାର କେମିକାଲ୍‌ ବ୍ୟବହାର କରାଯାଏ । ତେଣୁ ଅତି ବଡ ଆକାରର ତରଭୁଜ କିଣନ୍ତୁ ନାହିଁ ।

ଏହାସହ ହଳଦିଆ ଦାଗ ଥିବା ତରଭୁଜ କିଣିବା ଉଚିତ୍‌ । ତରଭୁଜ କ୍ଷେତରେ ଭୂମି ସହ ଲାଗି ରହିଲେ, ହଳଦିଆ ରଙ୍ଗ ଏଥିରେ ସୃଷ୍ଟି ହୋଇଥାଏ । ଏଥିରେ ରାସାୟନିକ ଦ୍ରବ୍ୟ ବ୍ୟବହାର ହୋଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+