ଡିଜିଟାଲ ଡିଭାଇସ୍ ସ୍କ୍ରିନ୍ ଆମ ଆଖି ଉପରେ କିଭଳି ପ୍ରଭାବ ପକାଏ ?
ଆଜିକାଲି ଆମେ ଦିନକୁ ୧୦-୧୨ ଘଣ୍ଟା କମ୍ପ୍ୟୁଟର, ଲ୍ୟାପ୍ଟପ, ଟିଭି କିମ୍ବା ମୋବାଇଲ ସ୍କ୍ରିନ୍ ସାମ୍ନାରେ ସମୟ ବିତାଉଛୁ । ଏଗୁଡ଼ିକର ସ୍କ୍ରିନ୍ ଆମ ଆଖି ଉପରେ କିଭଳି ପ୍ରଭାବ ପକାଏ । ଏକ ଅଧୟନ ତାହା ଖୁଲାସା କରିଛି । ବ୍ରିଟେନର ବ୍ରାଡ୍ ଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ନୀମା ଘୋରବାନି କହିଛନ୍ତି, ଅଫିସ୍ ମିଟିଂ ହେଉ ବା ଅନ୍ଲାଇନ୍ ଅଧୟନ, ଲ୍ୟାପ୍ଟପ ସମସ୍ତଙ୍କ ଜୀବନର ଗୁରୁତ୍ୱପୂର୍ଣ ଅଂଶ ହୋଇଛି ।
କିନ୍ତୁ ଏହା ଦ୍ୱାରା ଆଖିକୁ ବହୁତ କ୍ଷତି ପହଞ୍ଚୁଛି । ଅର୍ଥାତ ପାଖ ବସ୍ତୁ ତୁଳନାରେ ଦୂର ବସ୍ତୁ ଆମକୁ ସ୍ପଷ୍ଟ ଦେଖାଯାଏ । ଆମ ଆଖି ଉପଯୁକ୍ତ ଦୃଶ୍ୟ ପାଇବା ଲାଗି ଭିଜୁଆଲ ଏନ୍ ଭିରନମେଣ୍ଟ୍ ଓ ଜେନେଟିକ୍ ସିଗ୍ନାଲ ଉପରେ ପ୍ରତିକ୍ରିୟା କରେ । ତେବେ ମାୟୋପିୟା ପୀଡ଼ିତ ବ୍ୟକ୍ତିଙ୍କ ଆଖି କୌଣସି ପ୍ରକାର ଅନୁକୂଳିତ ହୋଇପାରେ ନାହିଁ । ସେମାନଙ୍କ ଆଖୁର ଲେନ୍ସ ଓ ରେଟିନା ମଧ୍ୟରେ ଦୂରତା ବଢ଼ି ଚାଲେ । ଉପରୋକ୍ତ ଗ୍ୟାଜେଟ୍ରେ ସମୟ ବିତାଇବା ଦ୍ୱାରା ଏହି ଦୂରତା ଆହୁରି ବଢ଼ି ପାରେ ।
ଯେତେବେଳେ ଆମେ କୌଣସି ବସ୍ତୁକୁ ପାଖରୁ ଦେଖୁ, ଲେନ୍ସର ଆକାର ଅନୁସାରେ ଅନୁକୂଳିତ ହେଉଥିବା ସିଲିଅରି ମାଂସପେଶୀ ସଙ୍କୁଚିତ ହୁଏ । ଏହା ଦ୍ୱାରା ଲେନ୍ସର ଆକାର ଅଧିକ ଗୋଲାକାର ହୁଏ । କୌଣସି ବସ୍ତୁରେ ଫୋକସ୍ କରିବାରେ ଏହା ରେଟି ନାକୁ ସାହାଯ୍ୟ କରେ । ସରଳ ଭାଷାରେ କହିଲେ, ସିଲିଅରି ମାଂସପେଶୀ ଉପରେ ଅଧିକ ଚାପ ପଡ଼ିବା ଦ୍ୱାରା ତାହା ପ୍ରସାରିତ ହୁଏ । ଫଳରେ ଲେନ୍ସକୁ ପୁଣି ସମତଳ ଆକାର ଦେବାର ଆଖର କ୍ଷମତା ଦୁର୍ବଳ ହୋଇଥାଏ ।
ଏହା ଦ୍ୱାରା ଆଖି ଡୋଳା ମଧ୍ୟ ବଢ଼ିବାକୁ ଲାଗେ । ଫଳରେ ତା'ର ସଂରଚନା ଓ ରେଟିନା ଉପରେ ଆଲୋକ କେନ୍ଦ୍ରିତ କରିବାର କ୍ଷମତାରେ ସ୍ଥାୟୀ ପରିବର୍ତ୍ତନ ହୋଇପାରେ । ବଦ୍ଧିତ ଆଖି ଡୋଳାରେ ଦୂର ବସ୍ତୁକୁ ଦେଖୁବା ଦ୍ୱାରା ଫୋକସ୍ ରେଟିନାର ସାମ୍ନାରେ ଥାଏ, ଫଳରେ ବସ୍ତୁତ ଝାପ୍ସା ଦିଶେ । କମ୍ପ୍ୟୁଟର ଓ ମୋବାଇଲ ସ୍କ୍ରିନ୍ରେ ଘଣ୍ଟା ଘଣ୍ଟା ଧରି କାମ କରିବା ଦ୍ୱାରା ଆଖ୍ ଉପରେ ପଡୁଥିବା ଚାପରୁ ରକ୍ଷା ପାଇବା ଲାଗି ନୀଳ ଆଲୋକକୁ ଫିଲ୍ଟର କରୁଥିବା ଚଷମାର ଚାହିଦା ବଢ଼ିଛି ।

କିନ୍ତୁ ଏହାର ବୈଜ୍ଞାନିକ ପ୍ରମାଣ ମିଳି ନାହିଁ । ବୈଜ୍ଞାନିକଙ୍କ ଅନୁସାରେ, ଏ ପ୍ରକାର ଚଷମା ଆଖୁକୁ ଚାପମୁକ୍ତ କରେ ନାହିଁ । ବିଶେଷଜ୍ଞମାନେ କମ୍ପ୍ୟୁଟର ଭିଜନ୍ ସିଣ୍ଡ୍ରୋମ୍ ପଛରେ ନୀଳ ରଶ୍ମିକୁ କାରଣ ବୋଲି ମାନୁନାହାନ୍ତି । ଦୀର୍ଘ ସମୟ ଧରି କମ୍ପ୍ୟୁଟର ବା ଲ୍ୟାପ୍ଟପ୍ ସାମ୍ନାରେ ବସିବା ପରେ ମୁଣ୍ଡବିନ୍ଧା, ଧୂଆଁଳିଆ ଦିଶିବା, ଆଖି ଜଳାପୋଡ଼ା ଭଳି ସମସ୍ୟା କମ୍ପ୍ୟୁଟର ଭିଜନ୍ ସିଣ୍ଡ୍ରୋମ୍ ଅନ୍ତର୍ଭୁକ୍ତ ।
ଗବେଷଣାରୁ ଜଣାପଡ଼ିଛି, ଅନ୍ୟ ସାଧାରଣ ଚଷମା ତୁଳନାରେ ନୀଳ ରଶ୍ମିକୁ ଫିଲ୍ଟର କରୁଥିବା ଚଷମାରେ କୌଣସି ଅତିରିକ୍ତ ସୁବିଧା ନାହିଁ । ଏହା ଦ୍ୱାରା ଆଖି ଜଳାପୋଡ଼ା ଓ ଥକାପଣ କମେ ନାହିଁ କିମ୍ବା ଦୃଷ୍ଟିଶକ୍ତିରେ ମଧ୍ୟ ଏହା ସୁଧାର ଆଣେ ନାହିଁ । ତେଣୁ ଆପଣ ଯଦି ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର, ଲ୍ୟାପଟପ ବା ମୋବାଇଲ ସାମ୍ନାରେ ବସୁଛନ୍ତି, ତେବେ ଚକ୍ଷୁ ସମସ୍ୟା ଲାଗି ରହିବ, ଯାହା ଚଷମା ବ୍ୟବହାର ଦ୍ୱାରା କମିବ ନାହିଁ ।












Click it and Unblock the Notifications