ଆପଣାନ୍ତୁ ଏହି ଉପାୟ, ତୁରନ୍ତ ମିଳିବ ଏସିଡିଟିରୁ ମୁକ୍ତି
Acidity Problem Solution: ମନୁଷ୍ୟ ଶରୀରରେ ସେତେବେଳେ ଏସିଡିଟି ସୃଷ୍ଟି ହୁଏ ଯେତେବେଳେ କମ୍ ପରିମାଣରେ ଏସିଡି କ୍ରିଏଟ୍ ହୁଏ । ଏସିଡର କାମ ହେଉଛି ଖାଦ୍ୟ ହଜମ କରିବା ତେବେ ଯଦି କମ୍ ଏସିଡ୍ ଉତ୍ପନ୍ନ ହୁଏ ତେବେ ପେଟରେ ଖାଦ୍ୟ ସଠିକ୍ ଭାବରେ ହଜମ ହୋଇନଥାଏ । ଏସିଡିଟି ଏକ ସାଧାରଣ ସମସ୍ୟା ହେଲେ ଏହା ଆମକୁ ଅଧିକ ଅସୁବିଧାରେ ପକାଇଥାଏ ।
ହଠାତ୍ ପେଟରେ ଜଳପୋଡା, ଯନ୍ତ୍ରଣା ଏବଂ ବାନ୍ତି ହୋଇଥାଏ ଏବଂ ଖାଦ୍ୟ ହଜମ ହୋଇନଥାଏ । ତେବେ ଚାଲନ୍ତୁ ଜାଣିବା ଘୋରୋଇ ଉପାୟରେ କିପରି ତୁରନ୍ତ ଏସିଡିରୁ ଆରମ ମିଳିବ ।
ଥଣ୍ଡା କ୍ଷୀର
ଏସିଡିରୁ ମୁକ୍ତି ପାଇବା ପାଇଁ ହେଲେ ଅତି ସହଜ ଏବଂ ପ୍ରଭାବଶାଳୀ ଉପାୟ ହେଉଛି ଥଣ୍ଡା କ୍ଷୀର । ଯଦି ଆପଣଙ୍କୁ କ୍ଷୀର ପିଇବା ପସନ୍ଦ ତେବେ ଥଣ୍ଡା କ୍ଷୀର ପିଇବା ଦ୍ୱାରା ଏସିଡିଟିରୁ ତୁରନ୍ତ ମୁକ୍ତି ମିଳିଥାଏ । କ୍ଷୀରରେ କ୍ୟାଲସିୟମ ଥାଏ ଯାହା ପେଟରେ ଅତ୍ୟଧିକ ଏସିଡଟି ଉତ୍ପାଦନକୁ ରୋକିଥାଏ ଏବଂ ପେଟ ଯନ୍ତ୍ରଣାକୁ କମ କରିଥାଏ । ଥଣ୍ଡା କ୍ଷୀର ପିଇବା ଦ୍ୱାରା ଏସିଡିଟି ପ୍ରଭାବ କମ୍ ହୋଇଥାଏ ।
ଜୁଆଣି
ଜୁଆଣି ବା ଅଜୱାଇନ୍ ପାଣି ଆପଣଙ୍କ ପେଟକୁ ସଫା କରିବାରେ ସାହାଯ୍ୟ କରିଥାଏ । ସେହିପରି ଆପଣଙ୍କ ମେଟାବୋଲିଜିମ୍ ହ୍ରାସ କରିବା ସହ ଅନେକ ପ୍ରକାରର ପେଟ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହା ପେଟରେ ଏସିଡିଟିର ପ୍ରଭାବକୁ ହ୍ରାସ କରିଥାଏ ଏବଂ ପେଟକୁ ସଫା ରଖିଥାଏ । ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ପ୍ରତ୍ୟେକ ଦିନ ଜୁଆଣି ଖାଇବା ଦ୍ୱାରା ଏସିଡିଟି ନିୟନ୍ତ୍ରଣରେ ରହିଥାଏ ।

ତୁଳସୀ ପତ୍ର
ତୁଳସୀର ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅଛି ଯାହା ଏସିଡିଟିକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଏହା ପେଟରେ ଏସିଡ୍ ର ପ୍ରଭାବକୁ ହ୍ରାସ କରିଥାଏ । କିଛି ତୁଳସୀ ପତ୍ରକୁ ଗ୍ରାଇଣ୍ଡ୍ କରି ପାଣିରେ ମିଶାଇ ପିଇବା ଦ୍ୱାରା ଏହା ଏସିଡିଟି ସମସ୍ୟାରୁ ତୁରନ୍ତ ଆରାମ ମିଳିଥାଏ । ଏହାର ନିୟମିତ ବ୍ୟବହାର କରିବା ଦ୍ୱାରା ଏସିଡିଟି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।












Click it and Unblock the Notifications