ଭାରତୀୟ ଖାଦ୍ୟରେ କେମିତି ସାମିଲ ହେଲା ବିରୀୟାନି, ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ
ଭାରତୀୟମାନେ କେବଳ ଖାଦ୍ୟ ପ୍ରସ୍ତୁତ କରିବାରେ ଓ ଖାଦ୍ୟ ଖାଇବାରେ ମଧ୍ୟ ବହୁତ ଆଗୁଆ । ଖାସ୍ କରି ଆମ ଓଡ଼ିଆଙ୍କର ଖାଇବାର ପସନ୍ଦ ଖୁବ୍ ଆଲଗା, ଆଉ ଭାରତରେ ଖାଦ୍ୟ କଥା ଆସିଲେ ପ୍ରଥମେ ଉଠେ ବିରିୟାନୀ କଥା । କାରଣ ଏହା ଭାରତର ଏକ ଖୁବ ଲୋକପ୍ରିୟ ଡ଼ିସ୍ । ଏହା ଏତେ ଲୋକପ୍ରିୟ ହେବାର ଆଉ ଏକ କାରଣ ହେଉଛି ଏହା ଉଭୟ ଭେଜ ଏବଂ ନନଭେଜ ଉପାୟରେ ମଧ୍ୟ ତିଆରି ହୋଇପାରିବ ।

କିନ୍ତୁ ଯଦି କାହାକୁ ଏହାର ଇତିହାସ ବିଷୟରେ ପଚରାଯାଏ, ଖୁବ୍ କମ୍ ଲୋକ ଏହା ବିଷୟରେ ଜାଣିନଥିବେ । ତେବେ ଆଜି ବିରିୟାନୀର ଇତିହାସ ଏବଂ ଭାରତ ଆସିବା ପର୍ଯ୍ୟନ୍ତ ଏହାର ଯାତ୍ରା ବିଷୟରେ ଜଣିବା । ବିରିୟାନୀ ଭାରତର ପ୍ରତ୍ୟକ ସ୍ଥାନରେ ବହୁତ ଆନନ୍ଦରେ ଖିଆଯାଏ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ଏକ ଭାରତୀୟ ଡ଼ିସ୍ ନୁହେଁ । ବାସ୍ତବରେ, ବିରିୟାନି ପର୍ସିଆ ମାଧ୍ୟମରେ ସାରା ବିଶ୍ୱରେ ବ୍ୟାପିଛି ।
ଏହା ପାର୍ସୀ ଶବ୍ଦ 'ବିରିୟାନୀ' ରୁ ଉତ୍ପନ୍ନ ଯାହାର ଅର୍ଥ ହେଉଛି 'ରାନ୍ଧିବା ପୂର୍ବରୁ ଫ୍ରାଏ କରିବା' ଏବଂ 'ବିରିଞ୍ଜ୍' ଯାହାର ଅର୍ଥ ଚାଉଳ । ବିରିୟାନୀ ସହିତ ଜଡିତ ଅନେକ କାହାଣୀ ପ୍ରସିଦ୍ଧ ରହିଛି । କୁହାଯାଏ ଯେ ମୋଗଲମାନେ ଏହାକୁ ଭାରତକୁ ଆଣିଥିଲେ । ସମୟ ସହିତ, ମୋଗଲ ରୋଷେୟାମାନେ ଏହାକୁ ଏକ ଭଲ ଡ଼ିସରେ ପରିଣତ କଲେ । ଅନ୍ୟ ଏକ କାହାଣୀ ଅନୁଯାୟୀ, ବିରିୟାନୀ ମୋଗଲ ସମ୍ରାଟ ଶାହାଜାହାନଙ୍କ ପତ୍ନୀ ମମତାଜ ମହଲଙ୍କ ଦ୍ୱାରା ଉତ୍ପନ୍ନ ହୋଇଥିଲା ।
କୁହାଯାଏ ଯେ ଦିନେ ବେଗମ୍ ନିଜ ସେନାମଣ୍ଡଳୀକୁ ଯାଇ ଅନେକ ଦୁର୍ବଳ ସୈନିକଙ୍କୁ ଦେଖିଥିଲେ । ସେ ସୈନିକମାନଙ୍କ ଅବସ୍ଥା ଦେଖି ସେ ରୋଷେୟାଙ୍କୁ ସୈନିକମାନଙ୍କୁ ସନ୍ତୁଳିତ ଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦେଲେ । ଏଥିପାଇଁ ବେଗମ୍ ମମତାଜ୍ ରୋଷେଇମାନଙ୍କୁ ଚାଉଳ ଏବଂ ମାଂସର ଏପରି ମିଶ୍ରଣ ପ୍ରସ୍ତୁତ କରିବାକୁ କହିଥିଲେ ଯାହା ସୈନିକମାନଙ୍କୁ ଶକ୍ତି ଏବଂ ପୂର୍ତ୍ତି ଯୋଗାଇବ । ଏହା ପରେ ବିରିୟାନୀ ଅନେକ ପ୍ରକାରର ମସଲା, କେସର ଆଦିର ମିଶ୍ରଣରେ ପ୍ରସ୍ତୁତ ହେଲା ।
ଆହୁରି ମଧ୍ୟ କୁହାଯାଏ ଯେ ପ୍ରାୟ ୧୩୯୮ ମସିହାରେ ତୁର୍କ-ମୋଙ୍ଗୋଲର ବିଜେତା ତୈମୁର ଭାରତକୁ ବିରିୟାନୀ ଆଣିଥିଲେ । ଲକ୍ଷ୍ନୌ ଏବଂ ହାଇଦ୍ରାବାଦର ନିଜାମଙ୍କ ମଧ୍ୟରେ ବିରିୟାନୀ ବହୁତ ଲୋକପ୍ରିୟ ଥିଲା । ବିରିୟାନୀ ମୋଗଲ ସମ୍ରାଟଙ୍କ ରାଜକୀୟ ଖାଦ୍ୟର ଏକ ଅଂଶ । ମୁଗଲାଇ ବିରିୟାନୀରେ ମସଲାଯୁକ୍ତ ମାଂସ ସହିତ ଚାଉଳ ଏବଂ କେୱଡାର ସୁଗନ୍ଧ ବ୍ୟବହାର କରାଯାଉଥିଲା, ଯାହାର ବାସ୍ନାରେ ହିଁ ଆପଣଙ୍କ ପାଟିରେ ଲାଳ ଆସିଯିବ ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼






Click it and Unblock the Notifications