Get Updates
Get notified of breaking news, exclusive insights, and must-see stories!

କ୍ଷୀର ଆମ ଶରୀର ପାଇଁ କେତେ ଉପକାରୀ ? ଓଜନ କମାଇବା ସହ ଦେଇଥାଏ ଉଜ୍ବଳ ତ୍ବଚା

କିଛି ଲୋକଙ୍କୁ କ୍ଷୀର ପିଇବାକୁ ଆଦୌ ଭଲ ଲାଗି ନଥାଏ। ଛୁଆମାନେ କ୍ଷୀର ନ ପିଇବା ପାଇଁ ଅନେକ ପ୍ରକାରର ବାହାନା କରିଥାନ୍ତି। କ୍ଷୀରରେ କ୍ୟାଲସିୟମ ଏବଂ ପ୍ରୋଟିନ ଭରପୂର ମାତ୍ରାରେ ମହଜୁତ ଥାଏ ଯାହା ଶରୀର ପାଇଁ ବହୁତ ସାହାଯ୍ୟକାରୀ ହୋଇଥାଏ।

ଅଧିକାଂଶ ଲୋକ ଗରମ କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଗରମ କ୍ଷୀର ଅପେକ୍ଷା ଥଣ୍ଡା କ୍ଷୀରରେ ଅଧିକ ଫାଇଦା ମିଳିଥାଏ। ଆମେ ଆପଣଙ୍କୁ ଥଣ୍ଡା କ୍ଷୀରରୁ ମିଳୁଥିବା ଫାଇଦା ବିଷୟରେ ଜଣାଇବୁ। ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ।

How beneficial is milk for our body

୧. ଓଜନ କମାନ୍ତୁ
ଲୋକମାନେ ଓଜନ କମାଇବାକୁ ବିଭିନ୍ନ ପ୍ରକାର ଉପାୟ ଆପଣେଇଥାନ୍ତି। ତଥାପି ସେମାନଙ୍କର ଓଜନ କମି ନଥାଏ। ଏଭଳି ପରିସ୍ଥିତିରେ ଆପଣ ଗରମ କ୍ଷୀର ବଦଳରେ ଥଣ୍ଡା କ୍ଷୀର ପିଇ ମଧ୍ୟ ସହଜରେ ନିଜର ଓଜନ କମାଇପାରିବେ। ଏହାକୁ ପିଇବା ଦ୍ବାରା ତାପମାନ ନର୍ମାଲ ରହିଥାଏ। ଶରୀରର ଟେମ୍ପରଚରକୁ ବଢ଼ାଇ କ୍ୟାଲୋରୀ ସ୍ରୁଷ୍ଟି କରି ତାହାକୁ ହ୍ରାସ କରାଇଥାଏ। ଏଭଳି ହେବା ଦ୍ବାରା ଓଜନ ନିୟନ୍ତ୍ରଣରେ ରହିଥାଏ।

୨. ତନ୍ଦୁରୁସ୍ତ ରୁହନ୍ତୁ

କ୍ଷୀରରେ କ୍ୟାଲସିୟମ ଏବଂ ପ୍ରୋଟିନ ଭରପୂର ମାତ୍ରାରେ ମହଜୁତ ଥାଏ, ଉଷୁମ କ୍ଷୀରକୁ ପିଇବା ଦ୍ବାରା ଶରୀର ତନ୍ଦୁରୁସ୍ତ ରହିଥାଏ। ଏହା ସହିତ ଭଲ ନିଦ ମଧ୍ୟ ହୋଇଥାଏ। ଯେତେବେଳେ ଶରୀର ଦୁର୍ବଳ ଲାଗିଥାଏ ସେତେବେଳେ ଥଣ୍ଡା କ୍ଷୀର ପିଇ ଦିଅନ୍ତୁ। କ୍ଷୀର ପିଇବା ଦ୍ବାରା ଶରୀର ତେଜୀୟାନ ରହିଥାଏ।

୩. ଏସିଡିଟି କମାନ୍ତୁ
କିଛି ଲୋକଙ୍କୁ ଏସିଡିଟିର ବହୁତ ଅଧିକ ଅସୁବିଧା ରହିଥାଏ। ଏହିଭଳି ଲୋକଙ୍କୁ ଏସିଡିଟିରୁ ମୁକ୍ତି ପାଇବାକୁ ହେଲେ ଥଣ୍ଡା କ୍ଷୀର ପିଇବା ଉଚିତ। ଥଣ୍ଡା କ୍ଷୀର ପିଇବା ଦ୍ବାରା ଶରୀରରେ ଗ୍ୟାସ ହୋଇ ନଥାଏ ଏବଂ ପେଟ ବ୍ୟଥା ଭଳି ସମସ୍ୟା ରହି ନଥାଏ।

୪. ଭୋକ କମାନ୍ତୁ
କେତେକ ଲୋକଙ୍କୁ ଖାଦ୍ୟ ଖାଇବା ପରେ ମଧ୍ୟ ଭୋକ ଲାଗିଥାଏ। ଭୋକ କମାଇବାକୁ ଚାହିଁଲେ ଆପଣ ଥଣ୍ଡା କ୍ଷୀର ପିଇ ପାରିବେ। ଥଣ୍ଡା କ୍ଷୀର ପିଇବା ଦ୍ବାରା ଭୋକ ଲାଗି ନଥାଏ ଓ ପେଟ ସମ୍ବଦ୍ଧିତ ଅନ୍ୟ ସମସ୍ୟା ମଧ୍ୟ ହୋଇ ନଥାଏ।

୫.ବ୍ୟାୟାମ ପରେ
ଅନେକ ଲୋକ ବ୍ୟାୟାମ କରିବା ପରେ ଏମିତି ଡ୍ରିଙ୍କ୍ସ ପିଇବାକୁ ଚାହିଁଥାନ୍ତି। ଯେଉଁଥିରେ ସେମାନଙ୍କ ଶରୀରକୁ ଫାଇଦା ମିଳି ପାରିବ। ଏହିଭଳି ପରିସ୍ଥିତିରେ ଆପଣ ଥଣ୍ଡା କ୍ଷୀର ପିଇ ପାରିବେ ଏହାକୁ ପିଇବା ଦ୍ବାରା ଶରୀରକୁ ପ୍ରୋଟିନ ମିଳିଥାଏ।

୬.ଉଜ୍ବଳ ତ୍ବଚା
ଥଣ୍ଡା କ୍ଷୀର ପିଇବା ଦ୍ବାରା ଚେହେରାରେ ଚମକ ଆସିଥାଏ। ଚେହେରାରେ ଚମକ ଆସିବା ସହିତ ତ୍ବଚାକୁ ଟାଇଟ,ହାଇଡ୍ରେଟ ଏବଂ ନରମ କରାଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+