Health tips: ମର୍ଣ୍ଣି ୱାକ୍ ପରେ ଥଣ୍ଡା ପାଣି ପିଇବା ଶରୀର ପାଇଁ କେତେ ଲାଭଦାୟକ?

Health tips: ନିଜକୁ ଫିଟ୍ ଓ ଫାଇନ୍ ରଖିବାକୁ ଯୁବବର୍ଗଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି ମର୍ଣ୍ଣଂ ୱାକ୍‌। ବହୁ ରୋଗ ପାଇଁ ଏହା ଅବ୍ୟର୍ଥ ଔଷଧ । ମର୍ଣ୍ଣଂ ୱାକ୍ କରିବା ଦ୍ୱାରା ଶରୀରର ମେଟାବୋଲିଜିମ୍‌ର ଗତି ପ୍ରଖର ହୋଇଥାଏ।

health tips

ଏଥିସହ ରକ୍ତ ପ୍ରବାହ ସୁରୁଖୁରରେ ହେବା ସହ ସାସ୍ଥ୍ୟ ସମ୍ବନ୍ଧୀୟ ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ । କିନ୍ତୁ ଶୀତ ଦିନେ ମର୍ଣ୍ଣଂ ୱାକ୍ ପରେ ହାଲିଆ ହୋଇ ଯାଇଥିବା ବ୍ୟକ୍ତି କେଉଁ ପାଣି ପିଇବା ଉଚିତ ତାକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ମର୍ଣ୍ଣଂ ୱାକ୍ ପରେ ଥଣ୍ଡା ନା ଗରମ କିପରି ପାଣି ପିଇବା ଶରୀର ପାଇଁ ହିତକାରକ ତାକୁ ନେଇ ଚାଲିଛି ଚର୍ଚ୍ଚା। ମର୍ଣ୍ଣିଂ ୱାକ୍ ପରେ ଶରୀରରେ ରକ୍ତଚାପ ବଢ଼ି ଯାଇଥାଏ। ତେଣୁ ଏପରି କ୍ଷେତ୍ରରେ ଥଣ୍ଡା ପାଣି ପିଇବା ଶରୀର ପାଇଁ ଲାଭଦାୟକ । କିନ୍ତୁ ଶୀତ ଦିନରେ ଥଣ୍ଡା, କାଶ, ଜ୍ୱର ଆଦି ସାଧାରଣ ବେମାର। ଏପରି କ୍ଷେତ୍ରରେ ପ୍ରାତଃ ଭ୍ରମଣ ପରେ ଥଣ୍ଡା ପାଣି ପିଇବା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ।

ଏଥିସହ ଥଣ୍ଡା ପାଣି ପିଇବା ଦ୍ୱାରା ଧମନୀରେ ରକ୍ତ ପ୍ରବାହ ପ୍ରଭାବିତ ହୋଇପାରେ। ଏହାଦ୍ୱାରା ହାର୍ଟର କାର୍ଯ୍ୟ ଦକ୍ଷତା ବି ପ୍ରଭାବିତ ହୋଇଥାଏ। ତେଣୁ ଏପରି ସ୍ଥିତିରେ ଆପଣଙ୍କୁ ୱାକ୍ ପରେ ସମ୍ପୂର୍ଣ ଥଣ୍ଡା କିମ୍ବା ଗରମ ପାଣି ପିଇବାରୁ ବଞ୍ଚିବା ଉଚିତ । ଏପରି ସ୍ଥିତିରେ ଆପଣ ସାମାନ୍ୟ ତାପମାତ୍ରାରେ ଥିବା ପାଣି ସେବନ କରନ୍ତୁ। ନଚେତ ଥଣ୍ଡା ଦିନେ ୱାକ୍ ପରେ ହାଲକା ଉଷୁମ ପାଣି ସେବନ କରନ୍ତୁ । ଏହା ଶରୀର ପାଇଁ ଲାଭଦାୟକ । ୱାକ୍ ପରେ ହାଲକା ଉଷୁମ ପାଣି ପିଇବା ଦ୍ୱାରା ଏହା ସମଗ୍ର ଶରୀରରେ ରକ୍ତ ପ୍ରବାହକୁ ଅଧିକ କାର୍ଯ୍ୟକ୍ଷମ କରିଥାଏ । ଏଥିସହ ରକ୍ତ ଚାପକୁ ବାଲାନ୍ସ କରିଥାଏ। ଏଥିସହ ହାଲକା ଉଷୁମ ପାଣି ପିଇବା ଦ୍ୱାରା ହାର୍ଟ ମଧ୍ୟ ଭଲ ଭାବେ କାର୍ଯ୍ୟକ୍ଷମ କରିପାରିଥାଏ। ପେଟ ପାଇଁ ବି ଉଷୁମ ପାଣି ଖୁବ୍ ଲାଭଦାୟକ। ଏହା ପେଟର ମେଟାବୋଲିଜିମ୍ ରେଟ୍‌କୁ ବଢ଼ାଇବା ସହ ଫ୍ୟାଟ୍ କମାଇବାରେ ସହାୟକ ହୋଇଥାଏ । ଏଥିସହ ଉଷୁମ ପାଣି ସେବନ ପାଚନ ତନ୍ତ୍ରକୁ ଠିକ୍ କରିଥାଏ । ଫଳରେ ବହୁ ପେଟ ବେମାର, ମେଟାବୋଲିଜିମ, ଫ୍ୟାଟ୍ ସମସ୍ୟାରୁ ମୁକ୍ତି ମିଳିଥାଏ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+