ମହୁରେ ଭରି ରହିଛି ଅନେକ ଉପକାରୀ ଗୁଣ, ଯଦି ଆପଣ କଫଜନିତ ସମସ୍ୟା ସହ ଜଡ଼ିତ.....
ମହୁରେ ଅନେକ ଉପକାରୀ ଗୁଣ ଭରି ରହିଛି। ଯଦି ଆପଣ କଫଜନିତ ସମସ୍ୟା ସହ ଜଡ଼ିତ ତେବେ ମହୁ ଖାଇଲେ ଏଥିରୁ ଉପଶମ ମିିଳିଥାଏ। ସକାଳୁ ଉଠିବା ପରେ ବାସିପାଣିରେ ଦୁଇବୁନ୍ଦା ମହୁ ମିଶାଇ ପିଇଲେ ମେଦବହୁଳତା ପରି ସମସ୍ୟା ଦୂର ହୋଇଥାଏ। ଗୋଟିଏ କଥା, ଉଷ୍ମ ପଦାର୍ଥ ସହ ମହୁ କିମ୍ବା ଉଷୁମ ମହୁ ଖାଆନ୍ତୁ ନାହିଁ। ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ମହୁ ଖାଇଲେ ତାହାଦ୍ୱାରା ଦୃଷ୍ଟି ଶକ୍ତି ପ୍ରଖର ହୋଇଥାଏ। ମହୁ ଶରୀର ପାଇଁ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରିଥାଏ। ଏହା କୋଲେଷ୍ଟରଲକୁ ସନ୍ତୁଳିତ ରଖିଥାଏ। ଲୋ ବ୍ଲଡ୍ପ୍ରେସରକୁ ମହୁ କେତେକାଂଶରେ ନିୟନ୍ତ୍ରଣରେ ରଖିଥାଏ। ମହୁକୁ ଦଂଶନ ସ୍ଥାନରେ ଲଗାଇଲେ ଯନ୍ତ୍ରଣାରୁ କେତେକାଂଶରେ ଉପଶମ ମିଳିଥାଏ। ନିୟମିତ ମହୁ ଖାଇଲେ ତାହା ପାଚନ କ୍ରିୟାକୁ ସକ୍ରିୟ ରଖିଥାଏ।













Click it and Unblock the Notifications