Get Updates
Get notified of breaking news, exclusive insights, and must-see stories!

ପେଟ ସମସ୍ୟାରେ ପୀଡିତ କି! ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର:ସାଧାରଣତଃ ଗ୍ରୀଷ୍ମ ଋତୁରେ ଅନେକ ଲୋକଙ୍କର ପେଟ ସମସ୍ୟା ଦେଖାଦେଇଥାଏ । ପେଟରେ ଅତ୍ୟଧିକ ଗ୍ୟାସ୍ ସୃଷ୍ଟି ହେବା ଦ୍ୱାରା ଆପଣଙ୍କୁ ନାନା ଅସୁବିଧାର ସମ୍ମୁଖିନ ହେବା ପାଇଁ ପଡିଥାଏ । ଆଜିକାଲିର ଖାଦ୍ୟ ଓ ଜୀବନଶୈଳୀ ପାଇଁ ପେଟ ସମସ୍ୟା ଅଧିକ ମାତ୍ରାରେ ବଢିବାରେ ଲାଗିଛି ।

ଗ୍ୟାସର ସମସ୍ୟାକୁ ଦୂର କରିବା ପାଇଁ ଆପଣ ଦିନକୁ ଅତି କମରେ ୫ ରୁ ୬ ଥର ଅଳ୍ପ ଅଳ୍ପ ଖାଦ୍ୟ ଖାଇପାରିବେ କିନ୍ତୁ ଯଦି ତଥାପି ଗ୍ୟାସ ସମସ୍ୟାରୁ ମୁକ୍ତି ମିଳୁନାହିଁ, ତେବେ ଆପଣ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରେ ଥିବା କିଛି ଜିନିଷ ବ୍ୟବାହର କରିପାରିବେ ।

Home Remedies

1. ଜୁଆଣି
ଜୁଆଣି ଖାଇବା ଦ୍ୱାରା ପେଟ ଭଲ ରହିଥାଏ । ଜୁଆଣି ପାଣି ପିଇବା ଦ୍ୱାରା ଗ୍ୟାସ୍, ପେଟ ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟ ଦୂର ହୋଇଥାଏ । ଜୁଆଣି ପିନେନେ, ଲିମୋନିନ୍ ପରି ଜୁଆଣି ଆପଣଙ୍କୁ ଗ୍ୟାସରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ । ଏପରିକି ଜୁଆଣି ସେବନ କରିବା ଦ୍ୱାରା ଆପଣଙ୍କ ଓଜନ କମିଥାଏ ।

2.ପାନମଧୁରୀ
ଖାଦ୍ୟ ଖାଇବା ପରେ ସକାଳ ସଂଧ୍ୟାରେ ପାନମଧୁରୀ ଖାଇବା ଦ୍ୱାରା ଚମକ ଆସିଥାଏ । ନିୟମିତ ପାନମଧୁରୀ ଖାଇଲେ ପେଟଜନିତ ସମସ୍ୟା ଯେପରିକି ଗ୍ୟାସ୍, ଏସିଡିଟି, ବଦହଜମି ଦୂର ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ପାନ ମଧୁରୀ ସହ ଗରମ ପାଣି ପିଇ ଶୋଇଲେ ପେଟ ସମସ୍ୟା ଦୂର ହୋଇଥାଏ ।

3. ଜିରା
ପେଟର ଗ୍ୟାସ ସମସ୍ୟାକୁ ଦୂରେଇବା ପାଇଁ ଆପଣ ଜିରା ପାଉଡରର ସେବନ କରିପାରିବେ । ଗ୍ୟାସ୍ ହେବା ସମୟରେ ଅଧା ଚାମଚ ଜିରା ପାଉଡର ପାଣିରେ ମିଶାଇ ଖାଆନ୍ତୁ । ଏପରି କରିବା ଦ୍ୱାରା ତୁରନ୍ତ ଗ୍ୟାସ ସମସ୍ୟା ଦୂର ହୋଇଯାଏ ।

4. ଅଦା
ଅଦା ମଧ୍ୟ ଗ୍ୟାସ୍ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଗରମ ପାଣିରେ କିଛି ସମୟ ଏକ ଛୋଟ ଖଣ୍ତ ଅଦା ଫୁଟାଇ ଏହି ପାଣିକୁ ପିଇବା ଦ୍ୱାରା ମଧ୍ୟ ପେଟ ଯନ୍ତ୍ରଣା କମିଯାଇଥାଏ ।

5. ପୋଦିନା ପତ୍ର
ପୋଦିନା ପତ୍ର ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ । ଏହା ସହ ହଜମ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+