ସାବଧାନ! ମୁଣ୍ଡ ବିନ୍ଧିଲେ ପେନକିଲର ଖାଉଛନ୍ତି କି?

ଭୁବନେଶ୍ୱର: ମୁଣ୍ଡ ବିନ୍ଧୁଛି କି? ସେ ବି ଅନେକ ସମୟରେ? ବିନା ପେନ୍‌କିଲରରେ ଯଦି ମୁଣ୍ଡ ବିନ୍ଧା କମ୍ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ସାବଧାନ ପେନ୍‌କିଲର ଅଧିକ ସେବନ କ୍ଷତି ପହଁଞ୍ଚାଇ ପାରେ ଆପଣଙ୍କ ଶରୀରର ଅନ୍ୟ ଅଙ୍ଗକୁ। ତେବେ ବିନା ଔଷଧରେ ଏବଂ ଘରୋଇ ଉପଚାର ଦ୍ୱାରା ମଧ୍ୟ ଆପଣ ମୁଣ୍ଡ ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ। ତେବେ ମୁଣ୍ଡ ବିନ୍ଧିଲେ ପେନ୍‌କିଲର ବଦଳରେ କିପରି କରିବେ ଉପଚାର ଜାଣନ୍ତୁ ସେ ସଂପର୍କିତ କିଛି ତଥ୍ୟ।

ମେଡିଟେସନ: ଅନେକ ସମୟରେ କାମ ଚିନ୍ତାରେ ମୁଣ୍ଡ ବିନ୍ଧା ହୁଏ, ମାନସିକ ସ୍ତରରେ ଅଧିକ ଚିନ୍ତିତ ରହିଲେ ମଧ୍ୟ ମୁଣ୍ଡ ବିନ୍ଧା ହୁଏ। ତେବେ ଏଥିପାଇଁ ପ୍ରଥମେ ମସ୍ତିଷ୍କକୁ ଥଣ୍ଡା ରଖିବା ଜରୁରୀ। ଥଣ୍ଡା ମସ୍ତିଷ୍କ ପାଇଁ ମେଡିଟେସନ କରିବା ଆବଶ୍ୟକ। ପ୍ରତିଦିନ ସକାଳୁ କିଛି ସମୟ ମେଡିଟେସନ କରନ୍ତୁ। ଯାହା ଆପଣଙ୍କୁ ମାନସିକ ସ୍ତରରେ ଥଣ୍ଡା ରଖିବା ସହ ମୁଣ୍ଡ ବିନ୍ଧା ସମସ୍ୟା ସହଜେ କମିବ।

ଶ୍ୱାସକ୍ରିୟା: ଯଦି ଆପଣଙ୍କ ସାଇନୋସାଇଟ୍ ସମସ୍ୟା ପାଇଁ ମୁଣ୍ଡବିନ୍ଧା ହେଉଥାଏ, ତେବେ ଯୋଗ ମାଧ୍ୟମରେ ନିଶ୍ୱାସ ନେବା ଓ ପ୍ରଶ୍ୱାସ ଛାଡ଼ିବା ପ୍ରକ୍ରିୟା ଆପଣାନ୍ତୁ। ଏହାଦ୍ୱାରା ସାଇନସ ସମସ୍ୟା କମିବା ସହ ମୁଣ୍ଡ ବିନ୍ଧା ମଧ୍ୟ ହେବ ନାହିଁ।

Home Remedies for heddack Relief and Prevention

ମସାଜ ଥେରାପି: ପ୍ରତିଦିନ ମୁଣ୍ଡରେ କିଛି ସମୟ ଆଙ୍ଗୁଠି ସାହାଯ୍ୟରେ ମସାଜ କରନ୍ତୁ। ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୁଏ ଏବଂ ମୁଣ୍ଡ ବିନ୍ଧା ମଧ୍ୟ କମେ।

ଗରମ ଓ ଥଣ୍ଡା ସେକ: ଅନେକ ସମୟରେ ଚିଡ୍‌ଚିଡା କିମ୍ବା ବିରକ୍ତି ମନୋଭାବରେ ମୁଣ୍ଡ ବିନ୍ଧା ହୁଏ। ତେବେ ଏହା ପାଇଁ କୌଣସି ଔଷଧ ସହଜେ ମିଳିନଥାଏ। ଏଭଳି ସ୍ଥିତିରେ ଥଣ୍ଡା ପାଣି ଓ ଗରମ ପାଣି ସେକ ନେଇ ପାରିବେ। ଏକ କପଡ଼ାକୁ ଗରମ ପାଣିରେ ବୁଡ଼ାଇ କପାଳ ଉପରେ ରଖନ୍ତୁ। ପୁଣି ସଙ୍ଗେ ସଙ୍ଗେ ଥଣ୍ଡା ପାଣିରେ ବୁଡ଼ାଇ କପାଳ ଉପରେ ରଖନ୍ତୁ। ଏପରି ୧୫ମିନିଟ୍ କରନ୍ତୁ। ଦେଖିବେ ମୁଣ୍ଡ ବିନ୍ଧା କମିଯାଇଥିବ।

ପିପରମେଣ୍ଟ ଯୁକ୍ତ ତେଲ: ପିପରମେଣ୍ଟ ବହୁ ପରିମାଣର ଆଣ୍ଟି ଇନ୍‌ଫ୍ଲାମାଟୋରୀ ରହିଛି। ଯାହା ବିନ୍ଧା ହେଉଥିବା ସ୍ଥାନରେ ଲଗାଇବା ଦ୍ୱାରା ଯନ୍ତ୍ରଣା କମିଯାଏ। ତେବେ ଯନ୍ତ୍ରଣା କମାଇବା ପାଇଁ ପିପରମେଣ୍ଟ ଯୁକ୍ତ ତେଲ ବ୍ୟବହାର କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+