Get Updates
Get notified of breaking news, exclusive insights, and must-see stories!

ଆସୁଛି ହୋଲି, ରଙ୍ଗ ଖେଳିବା ପରେ ଏପରି ନିଅନ୍ତୁ ତ୍ୱଚାର ଯତ୍ନ

Holi 2024: ଆସୁଛି ହୋଲି । ଚଳିତ ବର୍ଷ ୨୫ ମାର୍ଚ୍ଚ ଅର୍ଥାତ୍ ସୋମବାର ଦିନ ହୋଲି ପାଳନ କରାଯିବ । ସମସ୍ତେ ହୋଲିରେ ରଙ୍ଗ ଖେଳିବା ପାଇଁ ପସନ୍ଦ କରନ୍ତି । ହେଲେ କେମିକାଲ ରଙ୍ଗର ବ୍ୟବହାର କରିବା ଦ୍ୱାରା ସାଧାରଣତଃ ତ୍ୱଚା ଖରାପ ହୋଇଥାଏ । ହୋଲିରେ ନାନ ପ୍ରକାରରର ରଙ୍ଗ ଲଗାଇ ପରସ୍ପରକୁ ହୋଲିର ଶୁଭକାମନା ଜଣାଯାଏ ।

ହେଲେ ହୋଲି ସମୟରେ ଚର୍ମରେ ରଙ୍ଗର ପ୍ରୟୋଗ ହେତୁ ଅନେକ ଥର ଆଲର୍ଜି ଏବଂ ଲାଲ ରଙ୍ଗ ଆସିଥାଏ । ତେବେ ରଙ୍ଗରେ ମିଶି ଥିବା ରାସାୟନିକ ପଦାର୍ଥ ତ୍ୱଚା ଏବଂ କେଶ ପାଇଁ କ୍ଷତିକାରକ ହୋଇଥାଏ । ତେବେ ହୋଲିରେ ରଙ୍ଗ ଖେଳିବା ପୂର୍ବରୁ ଏପରି ଭାବେ ନିଜ ତ୍ୱଚାର ଯତ୍ନ ନିଅନ୍ତୁ ।

Holi 2024
  • ହୋଲିରେ ରଙ୍ଗ ଖେଳିବା ପୂର୍ବରୁ ନିଜ ତ୍ୱଚା ଏବଂ ଦେହରେ ଭଲ କରି ତେଲ୍ ମାଲିସ୍ କରନ୍ତୁ । ଏହା ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ୍ ରଖିଥାଏ । ସେହିପରି କେଶରେ ମଧ୍ୟ ତେଲ ଲଗାଇବା ଦ୍ୱାରା ଆପଣ କେଶ ନଷ୍ଟ ହୋଇନଥାଏ ।
  • ସେହିପରି ହୋଲି ଖେଳିବା ପୂର୍ବରୁ ମଧ୍ୟ ଶରୀରରେ ତେଲ କିମ୍ବା ମଶ୍ଚରାଇଜର ବ୍ୟବହାର କରନ୍ତୁ । ଏହା ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିବ ।
  • ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସନସ୍କ୍ରିନ୍ । ହୋଲିରେ ରଙ୍ଗ ଖେଳିବା ପୂର୍ବରୁ ବା ବାହରକୁ ଯିବା ପୂର୍ବରୁ ସନସ୍କ୍ରିନ୍ ଲଗାଇବା ପାଇଁ ଭୁଲନ୍ତୁ ନାହିଁ । ସେହିପରି ରଙ୍ଗ ଖେଳିବା ସମୟରେ ମୁହଁ ଏବଂ ଆଖି ପ୍ରତି ଧ୍ୟାନ ଦିଅନ୍ତୁ ।
  • ସେହିପରି ଷ୍ଚାଇଲ୍ ଏବଂ ନଖର ଯତ୍ନ ପାଇଁ ହାଲୁକା ରଙ୍ଗର ନେଲପଲିସ୍ ଲଗାନ୍ତୁ ଯାହା ଆପଣଙ୍କ ନଖକୁ କେମିକାଲ ପାଣି ବା ରଙ୍ଗରୁ ରକ୍ଷା କରିଥାଏ ।
  • ହୋଲି ଖେଳିବା ପାଇଁ କେବଳ ଓରଗାନିକ୍ ରଙ୍ଗ ବ୍ୟବହାର କରନ୍ତୁ । ନିଜ କେଶକୁ ଯଥା ସମ୍ଭବ ରଙ୍ଗରୁ ଦୂରେଇ ରଖନ୍ତୁ । ହୋଲି ଖେଳିବା ପରେ ଦୁଇ ଚାମଚ ଅଲିଭ୍ ଅଏଲ, ଦୁଇ ତିନି ବୁନ୍ଦା ଲେମ୍ବୁ ରସ, ମିଶାଇ ମୁଣ୍ତରେ ଲଗାଇ ଭଲ ସେ ଧୋଇ ନିଅନ୍ତୁ ।
  • ଯଦି ଶରୀରର କୌଣସି ସ୍ଥାନରୁ ରଙ୍ଗ ଛାଡୁ ନାହିଁ, ତେବେ ସେହି ସ୍ଥାନରେ ଲେମ୍ବୁ ଘଷନ୍ତୁ ସହଜରେ ରଙ୍ଗ ଛାଡି ଯିବ । ରଙ୍ଗ ଖେଳିବା ସମୟରେ ଅଧିକରୁ ଅଧିକ ମାତ୍ରାରେ ପାଣି ପିଅନ୍ତୁ । ସେହିପରି ଆପଣ କଞ୍ଚା ହଳଦୀକୁ ବ୍ୟବହାର କରି ମଧ୍ୟ ରଙ୍ଗ ଖେଳିପାରିବେ ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+