ସାଇଲେଣ୍ଟ କିଲର୍ ହୋଇଥାଏ ଉଚ୍ଚ ରକ୍ତଚାପ
ଉଚ୍ଚ ରକ୍ତଚାପ ଏପରି ଏକ ରୋଗ ଯାହା କବଳରେ ଆଜି ପ୍ରତ୍ୟେକ ୩ ଜଣରୁ ଜଣେ ପ୍ରଭାବିତ ହେଉଛନ୍ତି । ୯୦ ପ୍ରତିଶତ ଲୋକଙ୍କ ମଧ୍ୟରେ ଏହି ରୋଗ ବିଷୟରେ ସଚେତନତାର ଅଭାବ ରହିଛି । ଯଦି ଏହା ନିୟନ୍ତ୍ରିତ ନହୁଏ, ତେବେ ଏହା ଅନେକ ଜୀବନ ପ୍ରତି ବିପଦଜନକ ରୋଗକୁ ଆମନ୍ତ୍ରଣ କରିଥାଏ । ଏହି ରୋଗର କୌଣସି ନିର୍ଦିଷ୍ଟ ଲକ୍ଷଣ ନାହିଁ, ସେଥିପାଇଁ ଏହାକୁ ସାଇଲେଣ୍ଟ ଜିଲର କୁହାଯାଏ । ବିଶେଷଜ୍ଞଙ୍କ ଅନୁଯାୟୀ ମାନବ ରକ୍ତଚାପକୁ ୧୨୦/୮୦ ଭାବରେ ବିବେଚନା କରାଯାଏ ଏବଂ ୧୪୦/୯୦ ରୁ ଅଧିକ ରକ୍ତଚାପକୁ ଉଚ୍ଚ ରକ୍ତଚାପ କୁହାଯାଏ ।
ଯେତେବେଳେ ରକ୍ତଚାପ ୧୪୦ ରୁ ଅଧିକ ହୁଏ, ସେତେବେଳେ ବୁଝିବା ଯେ ଏହା ସାସ୍ଥ୍ୟ ପାଇଁ ବିପଦ ଅଟେ, ତେଣୁ ଏହାକୁ ଗୁରୁତର ସହ ନିଆଯିବା ଆବଶ୍ୟକ କାରଣ ଏହା ହାର୍ଟ, କିଡନୀ ଏବଂ ଅନ୍ୟ ଅଙ୍ଗଗୁଡ଼ିକର କାର୍ଯ୍ୟ ବନ୍ଦ କରିପାରେ । ଏହି ରୋଗ ଆଖି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଯଦି ରକ୍ତଚାପ ୧୮୦/୧୨୦ ରୁ ଅଧିକ ହୁଏ, ତେବେ ଏହା ଅତ୍ୟନ୍ତ ବିପଜନକ ବୋଲି କୁହାଯାଏ । ଆଥେରୋକ୍ଳୋରୋସିସ୍ କାରଣରୁ ଉଚ୍ଚ ରକ୍ତଚାପ ହୁଏ । ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ହୃଦୟ ମାଧ୍ୟମରେ ଶରୀରର ଅନ୍ୟ ଅଂଶରେ ପହଞ୍ଚେ ।

ଅମ୍ଳଜାନ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଉଥିବା ରକ୍ତ ନଳୀରେ କୋଲେଷ୍ଟ୍ରଲ, ଚର୍ବିଯୁକ୍ତ ପଦାର୍ଥ, କୋଷଗୁଡିକର ଅନୁପଯୋଗୀ ପଦାର୍ଥ, କ୍ୟାଲସିୟମ ଏବଂ ଫାଇବ୍ରିନ୍ ପ୍ଲେକ୍ ସୃଷ୍ଟି କରିଥାଏ, ଯାହା ଆଥେରୋକ୍ଲୋରୋସିସ୍ ନାମକ ଏକ ରୋଗର କାରଣ ହୋଇଥାଏ । ଯେଉଁଥିପାଇଁ ରକ୍ତଚାପ ବଢିବାକୁ ଲାଗିଥାଏ । ଏହି ସମସ୍ୟା ହେତୁ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ଦ୍ୱିଗୁଣିତ ହୋଇଥାଏ । ପ୍ରତି ୧୦ ମିଳିମିଟର ହେମୋଗ୍ରାମ୍ ଉପରେ ରକ୍ତଚାପ ବୃଦ୍ଧି ଦ୍ୱାରା ଇସକେମିକ୍ ଷ୍ଟ୍ରୋକ୍ ( ଶିରା ରକ୍ତ ଜମାଟ ବାନ୍ଧିବା) ଆଶଙ୍କା ପ୍ରାୟ ୨୮ ପ୍ରତିଶତ ଏବଂ ହେମୋରାଜିକ୍ ଷ୍ଟ୍ରୋକ୍ (ଶିରା ଫାଟିଯିବା) ଆଶଙ୍କା ପ୍ରାୟ ୩୮ ପ୍ରତିଶତ ବଢିଥାଏ ।
ଏହି କାରଣରୁ ବଢିଥାଏ ବ୍ଲଡ ପ୍ରେସର : କୋଲେଷ୍ଟ୍ରଲ ବଢିବା ମୋଟାପଣ ଘରେ ପୂର୍ବରୁ କାହାର ଏହି ସମସ୍ୟା ଥିବା ଅଧିକ ନନଭେଜ ଖାଇବା ମଦ୍ୟପାନ କରିବା ଡାକ୍ତର ଏବଂ ମେଡିକାଲ ବିଶେଷଜ୍ଞଙ୍କ ଅନୁଯାୟୀ, ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା କଷ୍ଟକର ନୁହେଁ । ସଠିକ୍ ଜୀବନ ଶୈଳୀ ଏବଂ ଖାଇବାର ଠିକ ଅଭ୍ୟାସ ଦ୍ୱାରା ଏହାକୁ ନିୟନ୍ତ୍ରଣରେ ରଖାଯାଇପାରିବ ।
ଏହି ଜିନିଷ ଖାଇ ବିପିକୁ କଣ୍ଟ୍ରୋଲରେ ରଖି ପାରିବେ: କ୍ୟାଲସିୟମ୍ କେବଳ ହାଡ଼କୁ ଶକ୍ତିଶାଳୀ କରେ ନାହିଁ ବରଂ ରକ୍ତ ଧମନୀ ଚାରିପାଖରେ ଥିବା ମାଂସପେଶୀ ଉପରେ ଚାପ ମଧ୍ୟ ହ୍ରାସ କରେ । ଯେତେବେଳେ ଆମେ କମ୍ କ୍ୟାଲସିୟମ୍ ଗ୍ରହଣ କରୁ, ମାଂସପେଶୀ ଉପରେ ଚାପ ବଢିବାରେ ଲାଗେ, ଯାହା ରକ୍ତଚାପକୁ ମଧ୍ୟ ବଢାଇଥାଏ । ଯଦି ଏହି ସମସ୍ୟା ନିୟନ୍ତ୍ରିତ ନହୁଏ, ଏହା କିଡନୀ ହାର୍ଟକୁ କ୍ଷତି ପହଞ୍ଚାଇଥାଏ । ତେଣୁ କ୍ୟାଲସିୟମ୍ ଭରପୁର ଖାଦ୍ୟ କ୍ଷୀର, ବହୀ, ଅଣ୍ଡାର ଧଳା ଅଂଶ ଖାଇବା ଉଚିତ୍ । ପ୍ରଚୁର ପୋଟାସିୟମ ଯୁକ୍ତ ଖାଦ୍ୟ ତାଜା ଫଳ, ସବୁଜ ପନିପରିବା, ଶସ୍ୟ ଜାତୀୟ ଖାଦ୍ୟ ମଧ୍ୟ ଖାଇବା ଉଚିତ ।












Click it and Unblock the Notifications