ହେପାଟାଇଟିସ୍ କ'ଣ ? କାରଣ, ଲକ୍ଷଣ ଓ ନିରାକରଣ ?

ପ୍ରତିବର୍ଷ ବିଶ୍ୱ ହେପାଟାଇଟିସ୍ ଦିବସ ୨୮ ଜୁଲାଇରେ ପାଳନ କରାଯାଏ, ଯାହା ଭାଇରାଲ୍ ହେପାଟାଇଟିସ୍ ଏ, ବି, ସି, ଡି ଏବଂ ଇ ଭଳି ଜଣାଶୁଣା ଭୁତାଣୁ ସଂକ୍ରାମକ ରୋଗ ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପାଳିତ ହୁଏ। ଏହି ରୋଗ ବିଶ୍ଵବ୍ୟାପୀ ୩୫୦ ନିୟୁତରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥାଏ ଏବଂ ଭାରତରେ ପ୍ରାୟ ୧୦% ଭାଗ ରହିଛି। ଏହି ଦିନଟି ଡକ୍ଟର ବାରୁତ୍ ତୁମବାର୍ଗଙ୍କ ଜନ୍ମଦିନ ଅବସରରେ ପାଳନ କରାଯାଏ, ଯିଏ ହେପାଟାଇଟିସ୍ ଓ ଭାଇରସ୍ ଅନ୍ବେଷଣ କରିଥିଲେ ଓ ଏହା ପାଇଁ ଡାଇଗ୍ଲୋଷ୍ଠିକ୍ ପରୀକ୍ଷା ଓ ଟୀକା ବିକାଶ କରିଥିଲେ।

ହେପାଟାଇଟିସ୍ କ'ଣ?

ଭାଇରାଲ୍ ସଂକ୍ରମଣ କାରଣରୁ ହେପାଟାଇଟିସ୍ ହୁଏ। ଏହି ରୋଗ ହେଲେ ରୋଗୀର ଯକୃତ ଫୁଲିଯାଏ। ଅନେକ ପ୍ରକାରର ହେପାଟାଇଟିସ୍ ଅଛି। ସେଥି ମଧ୍ୟରୁ ସବୁଠାରୁ ସାଧାରଣ ପ୍ରକାର ହେଉଛି ହେପାଟାଇଟିସ୍ ଏ, ବି, ସି, ଡି ଏବଂ ଇ। ହେପାଟାଇଟିସ୍ ବି ଏବଂ ସି ଅଧିକ ଗୁରୁତର। ଯଦି ଠିକ୍ ସମୟରେ ଏହାର ଚିକିତ୍ସା କରାନଯାଏ, ତେବେ ଯକୃତ ସମ୍ବନ୍ଧୀୟ ଗମ୍ଭୀର ସମସ୍ୟା ହୋଇପାରେ।

Hepatitis What It Is Symptoms Transmission amp amp Treatments

ହେପାଟାଇଟିସର ଲକ୍ଷଣ:

ଥକ୍କା, ଶରୀର ଫୁଲିଯିବା ଏବଂ ଯନ୍ତ୍ରଣା।
କ୍ରମାଗତ ଓଜନ ହ୍ରାସ।
ମଳ ରଙ୍ଗରେ ପରିବର୍ତ୍ତନ।
ଅତ୍ୟଧିକ ଦୁର୍ବଳତା।

ହେପାଟାଇଟିସ୍ କାରଣ
ହେପାଟାଇଟିସ୍ ଭୂତାଣୁ ସଂକ୍ରମଣ ଦ୍ୱାରା ଏହି ରୋଗ ହୋଇଥାଏ। କିନ୍ତୁ ସବୁଠାରୁ ସାଧାରଣ କାରଣ ହେଉଛି, ରୋଗୀ ସଂସ୍ପର୍ଶରେ ଆସିବା। ରୋଗୀଙ୍କ ସହ ଶାରୀରିକ ସମ୍ପର୍କ ହେପାଟାଇଟିସ୍ କରିପାରେ। ଯଦି ଜଣେ ବ୍ୟକ୍ତିଙ୍କୁ ଏହି ଭୂତାଣୁ ସଂକ୍ରମିତ କରିଥାଏ, ତେବେ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ ଦ୍ୱାରା ହେପାଟାଇଟିସ୍ ହୋଇପାରେ।

ହେପାଟାଇଟିସ୍ ନିରାକରଣ

ହେପାଟାଇଟିସକୁ ପ୍ରତିହତ କରିବା ପାଇଁ ଟିକା ହେଉଛି ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର। ଏହା ଭାଇରସରୁ ପ୍ରତିହତ କରିପାରେ। ହେପାଟାଇଟିସ୍-ବି ଟିକା ଶରୀର ଉପରେ ଶ୍ରୀଘ୍ର ପ୍ରଭାବ ପକାଇଥାଏ। କମ୍ ବୟସର ପିଲା ଓ ବୟସ୍କମାନେ ମଧ୍ୟ ଟିକା ନେଇପାରିବେ। ସଠିକ୍ ସମୟରେ ଡାକ୍ତରୀ ପରୀକ୍ଷା କରି ଟିକା ନେବା ଦ୍ୱାରା ହେପାଟାଇଟିସ୍ ଭଲ ହୋଇପାରିବ।

ହେପାଟାଇଟିସ୍ ପଜିଟିଭ୍ ମା' ଠାରୁ ଶିଶୁ କେମିତି ରକ୍ଷା ପାଇବେ?
ହେପାଟାଇଟିସ-ବି ୬ (ବାର୍ଥ ଡୋଜ), ୩ ଏଚବିଆଇଜି (ହେପାଟାଇଟିସ ବି ଇମୁନୋ ଗ୍ଲୋବୁଲିନ) ଦେବା ଅତ୍ୟାବଶ୍ୟକ। ୬, ୧୦, ୧୬ ସପ୍ତାହ ବୟସରେ ପ୍ରତିଷ୍ଠିତ ଡୋଜ ଦିଆଯିବା ଉଚିତ।

ହେପାଟାଇଟିସ୍ ରୋଗୀ ସାମାଜିକ ଲାଞ୍ଛନାର ଅନୁଭବ କରେ କି?
ହଁ, ଅନେକ ସମୟ ଲୋକ ଏହି ରୋଗକୁ ଘୃଣା ଓ ଭୟର ଦୃଷ୍ଟିରେ ଦେଖନ୍ତି। ସ୍ବାସ୍ଥ୍ୟ ଶିକ୍ଷା, ସଚେତନତା, ଓ ଅଧିକ ତଥ୍ୟ ଦେଇ ଏହି ଲାଞ୍ଛନାକୁ ଦୂର କରିପାରିବା।

ହେପାଟାଇଟିସ୍ ବିରୁଦ୍ଧରେ ଆମେ ଏକାଠି ହୋଇ ଲଢ଼େଇ କରିବା। ତେଣୁ ପରୀକ୍ଷା କରନ୍ତୁ, ଟୀକା ନିଅନ୍ତୁ, ଓ ଅନ୍ୟମାନଙ୍କୁ ସଚେତନ କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+