Health Tips: ସକାଳୁ ସକାଳୁ ପାଣି ପିଇଲେ କଣ ହେବ?
ଶରୀରକୁ ସୁସ୍ଥ ରଖିବାର ଅଛି ତ କେତୋଟି ଭଲ ଅଭ୍ୟାସକୁ ନିଜ ଲାଇଫଷ୍ଟାଇଲରେ ସାମିଲ କରିବାକୁ ପଡ଼ିବ। ସବୁଠୁ ଭଲ ଅଭ୍ୟାସ ହେଉଛି ସକାଳୁ ଉଠି ପାଣି ପିଇବା। ସକାଳୁ ଉଠି ପାଣି ପିଇବା ଦ୍ବାରା ପାଚନ ଶକ୍ତି ବଢ଼େ। ଏଥିରେ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାରିଯାଏ। ସ୍କିନ୍ ପାଇଁ ମଧ୍ୟ ସକାଳୁ ଉଠି ପାଣି ପିଇବା ଭଲ।
ସକାଳୁ ଉଠି ଆପଣଙ୍କୁ ପାଣି ପିଇବା ଅଭ୍ୟାସ କରିବାକୁ ପଡିବ। ପାଣି ଶରୀର ପାଇଁ ଇନ୍ଧନ ଭଳି କାମ କରେ। ସକାଳୁ ପାଣି ପିଇବା ଦ୍ବାରା ଅନେକ ରେଗରୁ ଆମେ ମୁକ୍ତି ପାଇ ପାରିବା। ଆସନ୍ତୁ ଜାଣିବା ସକାଳୁ କେତେ ଗ୍ଲାସ୍ ପାଣି ପିଇବା ଉଚିତ୍?
ଯେଉଁମାନେ ନିୟମିତ ସକାଳୁ ଉଠି ପାଣି ପିଅନ୍ତି ସେମାନଙ୍କ କିଡ଼ନୀ ଷ୍ଟୋନ୍ ଭଳି ରୋଗର ସମସ୍ୟା କମ୍ କରିଥାଏ। ଶରୀରକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ସକାଳୁ ଖାଲି ପେଟରେ ପାଣି ପିଇବା ଅଭ୍ୟାସ କରିବା ନିହାତି ଜରୁରୀ। ଜାଣନ୍ତୁ ସକାଳୁ ପାଣି ପିଇବାର ସଠିକ ନିୟମ ଏବଂ ସକାଳୁ କେତେ ପାଣି ପିଇବା ଉଚିତ୍?
ସକାଳୁ କେତେ ଗ୍ଲାସ୍ ପାଣି ପିଇବା ଦରକାର? ସକାଳୁ ଉଠିବା ମାତ୍ରେ ଆପଣ ପ୍ରଥମେ ବ୍ରସ୍ କରନ୍ତୁ। ଯଦି ଆପଣଙ୍କୁ ବେଡ଼ରେ ଚା' ପିଇବାର ଅଭ୍ୟାସ ଅଛି ତେବେ ପ୍ରଥମେ ପାଣି ପିଇବାର ଅଭ୍ୟାସ କରନ୍ତୁ। ସକାଳୁ ଉଠିବାପରେ ଆପଣ ଅତିବେଶିରେ ୨ରୁ୩ ଗ୍ଲାସ୍ ପାଣି ନିହାତି ପିଇବା ଉଚିତ୍।
ଆରମ୍ଭରୁ ଏତେ ପାଣି ପିଇ ପାରିବେ ନାହିଁ ତେଣୁ ଗୋଟେ ଗ୍ଲାସରୁ ଆରମ୍ଭ କରନ୍ତୁ। ଧିରେ ଧିରେ ୨ଗ୍ଲାସ ପରେ ୩ ଗ୍ଲାସ୍ ପାଣି ପିଅନ୍ତୁ। ଯଦି ଆପଣ ସକାଳୁ ଗରମ ପାଣି ପିଉଛନ୍ତି, ତ ଏହାଠୁ ଭଲ ଆଉ କିଛି ହୋଇପାରିବ ନାହିଁ। ଗରମ ପାଣି ପିଇବା ଦ୍ବାରା ପାଚନ ଶକ୍ତି ବଢିଥାଏ ଏବଂ ମୋଟାବୋଲିଜିମ୍ ଆକ୍ଟିଭ ହୁଏ। ଧ୍ୟାନ ଦେବା ଜରୁରୀ ଯେ ପାଣି ପିଇବାର ଅଧଘଣ୍ଟା ପର୍ଯ୍ୟନ୍ କିଛି ଖାଆନ୍ତୁ ନାହିଁ।

ସକାଳୁ ଖାଲି ପେଟରେ ପାଣି ପିଇବାର ଫାଇଦା- ସକାଳୁ ଉଠି ପାଣି ପିଇବା ଦ୍ବାରା ପ୍ରାକୃତିକ ପ୍ରଣାଳୀକୁ ସକ୍ରିୟ କରେ। ଏହା ମେଟାବୋଲିଜିମ୍ ମଧ୍ୟ ବୃଦ୍ଧି କରେ। ସର୍ବପ୍ରଥମେ ପାଣି ପିଇବା ଦ୍ବାରା ପାଚନ ଭଲ ହୁଏ। ଶରୀରରେ ପୋଷକ ବଢ଼ିବାରେ ସାହାର୍ଯ୍ୟ କରେ। ଯଦି ଆପଣ ସକାଳୁ ଭରପୂର ପାଣି ପିଉଛନ୍ତି ତେବେ ଦିନ ଭରି ଆପଣ ଶକ୍ତିଶାଳୀ ଅନୁଭବ କରିବେ।












Click it and Unblock the Notifications