Helath Tips: ମେଥି କମାଇବା ପେଟରେ ଚର୍ବି; ଏହି ସବୁ ଉପାୟ ଆପଣନ୍ତୁ ...
ଶାରୀରିକ ଗଠନକୁ ବିଗାଡି ଦିଏ ପେଟରେ ଚର୍ବି ବୃଦ୍ଧି। ଏଥିପାଇଁ ଅନେକ ଲୋକ ବ୍ୟାୟାମ ସହିତ ବିଭିନ୍ନ ପ୍ରକାର ଖାଦ୍ୟକୁ ଡାଏଟରେ ସାମିଲ୍ କରନ୍ତି।ଏହି କ୍ଷେତ୍ରରେ ମେଥି ମଧ୍ୟ ଖୁବ୍ ଉପକାରୀ ହୋଇପାରେ ବୋଲି ଜାଣନ୍ତି କି? ଆଜ୍ଞା ହଁ... ମେଥିରେ ଏପରି କିଛି ଉପକାରୀ ଗୁଣ ରହିଛି, ଯାହା ପେଟରେ ବଢୁଥିବା ଚର୍ବିକୁ ରୋକିପାରିବ। ତେଣୁ ଏହାକୁ କିପରି ଡାଏଟରେ ସାମିଲ୍ କରିବେ, ଜାଣନ୍ତୁ...
ଓଜନ ହ୍ରାସ ପାଇଁ ବ୍ୟାୟାମ କରିବା ସହିତ ପ୍ରତିଦିନ ଖାଲି ପେଟରେ ମେଥି ଖାଇବା ଲାଭଦାୟକ। ଏହା ପେଟରେ ବଢୁଥିବା ଚର୍ବିକୁ ହ୍ରାସ କରିପାରିବ। ଏଥିପାଇଁ ରାତିରେ ଏକ ଗ୍ଲାସ୍ ପାଣିରେ ପ୍ରାୟ ଏକ ଚାମଚ ମେଥି ମଞ୍ଜି ଭିଜାନ୍ତୁ। ପରଦିନ ସକାଳେ ଖାଲି ପେଟରେ ଏହି ପାଣିକୁ ପିଅନ୍ତୁ।

ମେଥି ମଞ୍ଜିରେ ମିଳୁଥିବା ଉପାଦାନଗୁଡ଼ିକ ମେଟାବୋଲିଜିମ୍ ଶକ୍ତିକୁ ବୃଦ୍ଧି କରିପାରନ୍ତି। ନିୟମିତ ଭାବେ ମେଥି ପାଣି ପିଇବା ଦ୍ୱାରା ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବି ହ୍ରାସ ହୋଇପାରେ।
ମେଥି ମଞ୍ଜିରୁ ଫାଇବର ମଧ୍ୟ ମିଳିଥାଏ, ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇପାରେ। ଏହା ବ୍ୟତୀତ ମେଥିରୁ ଆମିନୋ ଏସିଡ୍, 4 ହାଇଡ୍ରୋକ୍ସି ସଲ୍ୟୁସିନ ମିଳିଥାଏ ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ପ୍ରଭାବଶାଳୀ ହୋଇପାରେ। ମେଥି ମଞ୍ଜି ଶରୀରରେ ଚର୍ବି ଅବଶୋଷଣକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ।
Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।












Click it and Unblock the Notifications