Health Tips: ସକାଳ ଜଳଖିଆରେ ବିପଦଜନକ ଏହିସବୁ ଖାଦ୍ୟ, ବଢାଏ ଚର୍ବି, ଜାଣି ରଖନ୍ତୁ
ସଠିକ୍ ପରିମାଣର ଏବଂ ସଠିକ୍ ଖାଦ୍ୟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ବର୍ତ୍ତମାନ ସମୟରେ ଯୁବ ପିଢ଼ି ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଫିଟ୍ ଆଣ୍ଡ ଫାଇନ୍ ରହିବାକୁ ଚାହାଁନ୍ତି । କିନ୍ତୁ ସାଧାରଣତଃ ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ଲୋକେ ଖାଦ୍ୟକୁ ଏତେ ଗୁରୁତ୍ଵ ଦେଇ ନଥାନ୍ତି ।
ଯାହାର ଏକ ବେଶ୍ ବଡ଼ ନକାରାତ୍ମକ ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ । ଖାଦ୍ୟ ଖାଇବା ମଧ୍ୟରେ ସକାଳର ଜଳଖିଆ ଏକ ମୁଖ୍ୟ ଅଂଶ ଗ୍ରହଣ କରେ । ସକାଳର ଜଳଖିଆ ଠିକ ଥିଲେ ତାହା ଶରୀରକୁ ବେଶ୍ ଶକ୍ତି ଯୋଗାଇବାରେ ସହାୟକ ହୋଇଥାଏ ।
କିନ୍ତୁ ଜିଭର ସ୍ଵାଦ ପାଇଁ କିଛି ଏପରି ଖାଦ୍ୟ ଆମେ ଖାଇଥାଉ , ଯାହା ଶରୀର ତଥା ସ୍ଵାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଏହି ସବୁ ଖାଦ୍ୟ ଜଳଖିଆରେ ଖାଇବା ଦ୍ୱାରା ଆମର ମେଦ ବହୁଳତା ବଢିବା ସହିତ ହଜମ ଶକ୍ତି ମଧ୍ୟ କମିଯାଏ ।

ତେବେ ଜାଣନ୍ତୁ କଣ ରହିଛି ଏହି ସକାଳ ଜଳଖିଆ ଯାହାକୁ ଖାଇବା ହୋଇଥାଏ ଅତ୍ୟନ୍ତ ହାନିକାରକ....
ନୁଡୁଲ୍ସ :
ସାଧାରଣତଃ ନୁଡୁଲ୍ସ ଗୁଡ଼ିକ ମଇଦାରୁ ପ୍ରସ୍ତୁତ ହୋଇଥାଏ । ଯଦି ଆମେ ଏହାକୁ ଖାଇଥାଉ ତେବେ ଶରୀରରେ ଚର୍ବି ବୃଦ୍ଧି ହୋଇଥାଏ । ସକାଳ ଜଳଖିଆ ସମୟରେ ଏହାକୁ ଖାଇବା ଦ୍ୱାରା ଶରୀରର ଏହାର ଅନେକ କୁ ପ୍ରଭାବ ପଡିଥାଏ ।
ପକୁଡ଼ି ଏବଂ ପୁରି :
ପକୁଡ଼ି ଏବଂ ପୁରୀ ସାଧାରଣତଃ ତେଲ ଜାତୀୟ ଖାଦ୍ୟ ଅଟେ । ଏହାକୁ ମଧ୍ୟ ଖାଇବା ଦ୍ୱାରା ଶରୀରରେ ଚର୍ବିର ମାତ୍ରା ରେ ବୃଦ୍ଧି ହୋଇଥାଏ ।
ଚିପ୍ସ :
ସକାଳେ ଚା ପିଇବା ସମୟରେ କିଛି ଲୋକ ଚା ରେ ଚିପ୍ସ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୂଲ ଅଟେ । ସେ ଚା ରେ ହେଉ କି ଜଳଖିଆ ଭାବେ ଯଦି ଆମେ ଚିପ୍ସ ଖାଇଥାଏ ତେବେ ଏହା ସିଧା ଆମ ହଜମ ଶକ୍ତି ଉପରେ ପ୍ରଭାବ ପାକାଇଥାଇ । ହଜମ ଶକ୍ତିକୁ କମ୍ ମଧ୍ୟ କରିଥାଏ ।
କେକ୍ :
କେକ ଗୁଡ଼ିକ ଘିଅ , ତେଲ ଏବଂ ମଇଦାରୁ ପ୍ରସ୍ତୁତ ହୋଇଥାଏ । ସକାଳ ବେଳା ଏହାକୁ ଖାଇବା ଦ୍ୱାରା ଶରୀରର ମେଦ ବହୁଳତା ଦେଖା ଦେଇଥାଏ । ତେଣୁ ଯଥା ସମ୍ଭବ ଏହି ଖାଦ୍ୟରୁ ଦୂରେଇ ରହିବା ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।












Click it and Unblock the Notifications