ରାଜ୍ୟରେ ଆହୁରି ବଢିବ ତାତି, ସତର୍କ ରହିବାକୁ ପରାମର୍ଶ

ଆଜିଠୁ ଆହୁରି ବଢିବ ତାତି । ୫ ଦିନ ଜଳିବ ଓଡ଼ିଶା । ଆଗାମୀ ପାଞ୍ଚ ଦିନ ପାଇଁ ହିଟୱେଭ୍ ଓ ତିନି ଦିନ ସିଭିଅର ହିଟ୍ ୱେଭ୍ ଆଲର୍ଟ ଜାରି କଲା ଆଂଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ସିଭିୟର ହିଟ ୱେଭ୍ ନେଇ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ବୌଦ୍ଧ,ଝାରସୁଗୁଡ଼ା, ବଲାଙ୍ଗିର,ସୁନ୍ଦରଗଡ଼, ସମ୍ବଲପୁର ।

Heat wave

ଏଥିସହ 4 ଜିଲ୍ଲାକୁ ୟେଲୋ ଆଲର୍ଟ, 11 ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ନେଇ ୟଲୋ ଆଲର୍ଟ ଜାରି କରାଯାଇଛି । ୫ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର । ଦିନ 11 ରୁ 4 ଯାଏଁ ଘରେ ରୁହନ୍ତୁ କାମ ନଥିଲେ ବାହାରକୁ ବାହାରନ୍ତୁନି । ବାହାରିଲେ ମୁଣ୍ଡରେ କପଡା ପକାଇ ବାହାରନ୍ତୁ । ପିଲା, ବୟସ୍କ ଲୋକମାନେ ଖରା ସମୟରେ ଘରେ ରୁହନ୍ତୁ । ସତର୍କ କରାଇଛନ୍ତି ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ସେପଟେ ଏତେ ଗରମ ଓ ଗୁଳୁଗୁଳି ହେଉଛି ଘରୁ ବାହାରିବା ବହୁତ ମୁସ୍କିଲ ହୋଇପଡିଲାଣି । ଦିନ 11 ଟା 30ରୁ ହିଁ ତାପମାତ୍ରା 42 ଡିଗ୍ରୀ ଅତିକ୍ରମ କରୁଛି । ଟାଇଁ ଟାଇଁ ଖରାରେ ଘର ବାହାରିବା ମାତ୍ରେ ମୁଣ୍ଡ ବୁଲାଇଦେଉଛି । 42.6 ଡ଼ିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ହୀରାକୁଦରେ 40°C,ସମ୍ବଲପୁରରେ 39.6°C,ରାଉରକେଲାରେ 39°C,କେନ୍ଦୁଝରରେ 36.8°C,ଚାନ୍ଦବାଲିରେ 36.4°C ଓ ଭୁବନେଶ୍ୱରରେ 35.4°C ରେକର୍ଡ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+