Heat Wave Alert: ଗ୍ରୀଷ୍ମ ଋତୁରେ ଫଲୋ କରନ୍ତୁ ଏହି ଟିପ୍ସ
Heat Wave Alert: ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯାଇଛି । ସାରା ଦେଶରେ ଏବେ ୱିଟ୍ ୱେଭ ଜାରି ରହିଛି । ଏହା ସହ ଅତ୍ୟଧିକ ଗରମରୁ ସୃଷ୍ଟି ହେଉଥିବା ରୋଗ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସୂର୍ଯ୍ୟତାପ ପ୍ରଖରତା ଜନିତ ରୋଗକୁ ଅଂଶୁଘାତ କୁହାଯାଏ । ଖରା ଦିନରେ ଅନେକ ଥର ଲୋକମାନେ ଅଂଶୁଘାତର ଶିକାର ହୁଅନ୍ତି ।
ବେଳେ ବେଳେ ଅନେକ ଲୋକ ଗରମ ସହି ନପାରି ଷ୍ଟ୍ରୋକର ଶିକାର ହୋଇଥାନ୍ତି । ଝାଡ଼ା, ବାନ୍ତି, ମୁଣ୍ଡବିନ୍ଧା, ହୋଇଥାଏ । ଏଭଳି ପରିସ୍ଥିତିରେ ଦେହକୁ କିପରି ସୁସ୍ଥ ଏବଂ ହାଇଡ୍ରେଟ୍ ରଖିବା ଚାଲନ୍ତୁ ଜାଣିବା । ଏଥିପାଇଁ କିଛି ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଏ ।

ଖାଦ୍ୟରେ ନଡ଼ିଆ ପାଣି ସାମିଲ କରିବା
ଆଗାମୀ ଦିନରେ ଗରମ ଆହୁରି ବଢିବାର ସମ୍ବାବନା ରହିଛି । ଟିକିଏ ଅସାବଧନତା ହେଲେ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏପରି ପରିସ୍ଥିତିରେ ନଡ଼ିଆ ପାଣି ବା ପଇଡ଼ ନିୟମିତ ଖାଦ୍ୟରେ ସାମିଲ କରିବା ଉଚିତ । ପିଲାମାନେ ସାଧାରଣତଃ କମ୍ ପାଣି ପିଅନ୍ତି । ନଡ଼ିଆ ପାଣି ପିଇବା ଦ୍ୱାରା ସେମାନଙ୍କ ଶରୀର ହାଇଡ୍ରେଟ୍ ରହିଥାଏ । ନଡ଼ିଆ ପାଣିରେ ଅନେକ ଜରୁରୀ ଏନଜାଇମ୍, ମିନେରାଲ୍ସ ଏବଂ ଭିଟାମିନ୍ ଥାଏ । ଏହା ଶରୀରକୁ ସୁସ୍ଥ ରଖିଥାଏ ।
କାକୁଡି ଅଧିକ ଖାଆନ୍ତୁ
ଯଦି ଆପଣ ଗରମରୁ ନିଜକୁ ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି ତେବେ ଶରୀରକୁ ପ୍ରଥମେ ହାଇଡ୍ରେଟ୍ ରଖିବା ପାଇଁ ପଡିବ । ଖାଦ୍ୟରେ ଏପରି ପରିବା ବା ଫଳ ସାମିଲ କରନ୍ତୁ ଯାହା ଆପଣଙ୍କ ଶରୀରକୁ ଭରପୁର ଜଳ ଯୋଗାଇପାରିବ । କାକୁଡି,ତରଭୁଜ ଏକ ଉତ୍ତମ ବିକଳ୍ପ । କାକୁଡିରେ ଭିଟାମିନ୍ ଏ, ବି, କେ ଏବଂ ଫାଇବର ଅଧିକ ଥାଏ । ଖାର ଦିନରେ ଅଧିକ ପରିମାଣରେ କାକୁଡି ଖାଇବା ଦ୍ୱାରା ଦେହ ସୁସ୍ଥ ରହିଥାଏ ।
କିଛି ସମୟ ପାଇଁ ପାଦକୁ ପାଣିରେ ବୁଡ଼ାଇ ରଖନ୍ତୁ
ବାହର ତାପମାତ୍ରା ବଢିବା ଦ୍ୱାରା ମନୁଷ୍ୟ ଶରୀରର ପାଦ ତଳ ମଧ୍ୟ ଖୁବ ଗରମ ହୋଇଯାଇଥାଏ । ପାଦରୁ ହିଁ ବାହାରର ତାତି ସିଧାସଳଖ ମୁଣ୍ତକୁ ଉଠିଥାଏ । ଏହାକୁ ରୋକିବା ପାଇଁ, ନିଜ ପାଦକୁ ଏକ ବାଲ୍ଟି କିମ୍ବା ଥଣ୍ଡା ପାଣିରେ କିଛି ସମୟ ପାଇଁ ବୁଡ଼ାଇ ରଖନ୍ତୁ । ବାରମ୍ବାର ମୁହଁରେ ଥଣ୍ତା ପାଣି ଛିଞ୍ଚିବା ଦ୍ୱାରା ମଧ୍ୟ ଭଲ ଫଳ ମିଳିଥାଏ ।












Click it and Unblock the Notifications