ବର୍ଷା ଦିନେ ଖାଆନ୍ତୁ ଏହି ପରିବା, ନିଜକୁ ରଖନ୍ତୁ ସୁସ୍ଥ

ଅଧିକାଂଶ ଲୋକଙ୍କୁ ବର୍ଷା ଦିନ ଖୁବ୍ ପସନ୍ଦ ଥିବା ଦେଖାଯାଏ । ଏହି ଋତୁରେ ଅନେକ ଲୋକ ଚଟ୍‌ପଟା ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ହେଲେ ଆପଣ ଜାଣନ୍ତି କି ବର୍ଷା ଦିନେ ଖାଦ୍ୟପେୟରେ ସାମାନ୍ୟ ଅସାବଧାନତା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ।

ସାଧାରଣତଃ ଅଧିକାଂଶ ଲୋକଙ୍କୁ ବର୍ଷା ଦିନ ଖୁବ୍ ପସନ୍ଦ ଥିବା ଦେଖାଯାଏ । ଏହି ଋତୁରେ ଅନେକ ଲୋକ ଚଟ୍‌ପଟା ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ହେଲେ ଆପଣ ଜାଣନ୍ତି କି ବର୍ଷା ଦିନେ ଖାଦ୍ୟପେୟରେ ସାମାନ୍ୟ ଅସାବଧାନତା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। ବର୍ଷା ଦିନେ ବଜାରରେ ଭଳିକି ଭଳି ପନିପରିବା ବିକ୍ରି ହୁଏ। ହେଲେ ଆମକୁ ଭାବି ବିଚାରି ସେହି ସବୁ ପରିବା ଖାଇବା ଆବଶ୍ୟକ। ନଚେତ୍‌ ଏହି ପନିପରିବା ଖାଇବା ଅସୁସ୍ଥତାର କାରଣ ହୋଇପାରେ। ତେବେ ଆସନ୍ତୁ ଜାଣିବା ବର୍ଷା ଋତୁରେ କେଉଁ ପରିବା ଖାଇବା ଉଚିତ୍‌, କେଉଁ ପରିବା ସ୍ବାସ୍ଥ୍ୟ ପକ୍ଷେ ହୀତକର ....

vegetale

କାକୁଡ଼ି : କାକୁଡ଼ି ଏପରି ଏକ ପରିବା ଯାହାକୁ ବର୍ଷା ଦିନେ ମଧ୍ୟ ଖାଇ ହେବ। ଏହାକୁ ସାଲାଡ୍‌ କିମ୍ୱା ସାଣ୍ଡୱିଚ୍‌ ମାଧ୍ୟମରେ ଖାଇପାରିବେ। ଏହା ଖାଇବା ଦ୍ୱାରା ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଯାଇନଥାଏ। ଆପଣଙ୍କୁ ଥକା ଲାଗିନଥାଏ ।

ଭେଣ୍ଡି : ବର୍ଷା ଦିନେ ଭେଣ୍ଡି ଖାଇବା ଅତ୍ୟନ୍ତ ଲାଭଦାୟକ। ଏହା ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ୍‌ ନିୟନ୍ତ୍ରଣରେ ରହିଥାଏ। ଏହା ବ୍ୟତୀତ ଭେଣ୍ଡି ଖାଇବା ଦ୍ୱାରା ଆଖି ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। କେବଳ ଏତିକି ନୁହେଁ ଭେଣ୍ଡି ଖାଇଲେ ହାଡ଼ ମଜବୁତ୍ ରୁହେ।

ମିଠା ଆଳୁ: ଏହି ପରିବା ପ୍ରାୟ ସମସ୍ତଙ୍କର ପ୍ରିୟ । ଏହା ବର୍ଷା ଦିନେ ସର୍ବୋତ୍ତମ ପରିବା ଭିତରୁ ଗୋଟିଏ । ଏହା ସ୍ବାସ୍ଥ୍ୟ ପକ୍ଷେ ହୀତକର ।

ବିଟ୍ : ବିଟର ଅସଂଖ୍ୟ ସ୍ୱାସ୍ଥ୍ୟ ଉପକାରିତା ଅଛି । ଏହା ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରେ । କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରେ । ଶକ୍ତି ବଢାଇବା ସହିତ ଆଇରନ, ପୋଟାସିୟମ୍ ଏବଂ ଶରୀରକୁ ଜିଙ୍କ ଦେଇଥାଏ । ବର୍ଷା ଋତୁରେ ଏହା ଭଲ ଭାବରେ ବଢିଥାଏ ।

ମୂଳା: ଏହି ପରିବାଟି 3-5 ସପ୍ତାହ ମଧ୍ୟରେ ଅମଳ ହୋଇଥାଏ । ଏହାକୁ ଆପଣ ବିଭିନ୍ନ ଉପାୟରେ ଗ୍ରହଣ କରି ପାରିବେ । କେହି କେହି ଏହାକୁ ପରଟା ବନେଇ ଖାଇଥିବା ବେଳେ କେହି ଭଜା କରି ଖାଇଥାନ୍ତି ।

କଞ୍ଚା ଲଙ୍କା : ବିନା ଲଙ୍କାରେ ଖାଇବା ସ୍ବାଦିଷ୍ଟ ଲାଗେ ନାହିଁ ବୋଲି ସମସ୍ତେ କହିଥାନ୍ତି । ସାଲାଡରେ ମିଶାଇ ଆପଣ କଞ୍ଚାଲଙ୍କା ସେବନ କରି ପାରିବେ । ଏହା ସହିତ ତରକାରୀ ଓ ଭଜାରେ ମଧ୍ୟ ଏହାର ବହୁଳ ବ୍ୟବହାର ହୋଇଥାଏ । ଆପଣ କେଉଁ ଛୋଟ ପାତ୍ରରେ ବି ଲଙ୍କା ଗଛ ଲଗାଇ ପାରିବେ । ଏଥିପାଇଁ ବେଶୀ ପରିଶ୍ରମ କରିବାର ଆବଶ୍ୟକତା ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+