Get Updates
Get notified of breaking news, exclusive insights, and must-see stories!

ଏହି ଖାଦ୍ୟ ବଢାଏ ହୃଦରୋଗ: ଜାଣନ୍ତୁ କ'ଣ ଖାଇବେ ଓ କ'ଣ ନୁହେଁ

ହାର୍ଟହାଟାକ୍ ଆଜିକାଲି ଅତି ସାଧାରଣ ହୋଇଗଲାଣି । ଖାଇବା, ଖେଳିବା, ଚାଲିବା, ଅଫିସରେ କାମ କରିବା ସମୟରେ ଲୋକେ ହୃଦଘାତରେ ଟଳି ପଡୁଥିବାର ଅନେକ ଘଟଣା ଆପଣ ସୋସିଆଲ ମିଡିଆରେ ଦେଖୁଥିବେ । ସବୁଠୁ ଉଦବେଗଜନକ ବିଷୟ ହେଲା, କେବଳ ବୟସ୍କ ନୁହଁନ୍ତି ଏବେ ଯୁବାବସ୍ଥାରେ ଅଧିକ ସଂଖ୍ୟକ ଲୋକେ ହୃଦଘାତର ଶିକାର ହୋଇ ଜୀବନ ହରାଉଥିବା ଦେଖାଯାଉଛି ।

NCRB (National crime records bureau) ଅନୁସାରେ 2022ରେ ଭାରତରେ 32,457 ଲୋକଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା। ଏହି ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଥିପାଇଁ ଦାୟୀ- ଆମର ଜୀବନଶୈଳୀ, ଖାଦ୍ୟପେୟ ଓ ଶାରିରୀକ ଗତିବିଧିର ଅଭାବ । ସେହିପରି ହାଇ କୋଲେଷ୍ଟ୍ରଲ, ବ୍ଲଡପ୍ରେସର, ଡାଇବେଟିସ୍ ରୋଗ, ମେଦବହୁଳତା ଏବଂ ଧୂମ୍ରପାନ ଅଭ୍ୟାସ ରହିଥିଲେ ହାର୍ଟଆଟାକ୍ ଆଶଙ୍କା ଅଧିକ ଥାଏ । ତେବେ ଆପଣ ନିଜ ଖାଦ୍ୟପେୟ ଓ ଜୀବନଶୈଳୀରେ ପରିବର୍ତ୍ତନ କରି ହୃଦରୋଗ ଆଶଙ୍କା କମାଇପାରିବେ ।ଆଜି ଆମେ ଆପଣଙ୍କ କହିବୁ ହୃଦୟକୁ ସୁସ୍ଥ ରଖିବା ଲାଗି କେଉଁ ଖାଦ୍ୟ ଖାଇବା ଉଚିତ୍ ।

ପ୍ରୋଟିନ ଯୁକ୍ତ ଖାଦ୍ୟ:ମାଛ (ଓମେଗା-3 ଫ୍ୟାଟି ଏସିଡଯୁକ୍ତ), କମ୍ ଚର୍ବି ଥବା ମାଂସ, ଅଣ୍ଡା, ନଟସ୍(ପିସ୍ତାବାଦାମ, ୱାଲନଟ୍), ସିଡସ୍, ସୋୟା ଜାତୀୟ ଖାଦ୍ୟ, ଡାଲି ଜାତୀୟ ଖାଦ୍ୟରେ ପ୍ରଚୁର ପରିମାଣର ପ୍ରୋଟିନ ବା ପୁଷ୍ଟିସାର ରହିଥାଏ । ଏସବୁ ଖାଦ୍ୟ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ବୁଜ ପନପରିବା:ଶରୀରକୁ ସୁସ୍ଥ ରଖିବା ପାଇଁ ନିଜ ଖାଦ୍ୟପେୟ ପ୍ରତି ଅଧିକ ଯତ୍ନବାନ ହେବା ଜରୁରୀ । ଏଥିପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ସବୁଜ ତଟକା ପନିପରିବା ଓ ଫଳମୂଳ ଖାଇବାକୁ ପରାମର୍ଶ ଦେଇଥାନ୍ତି । ତେବେ ହୃଦୟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ସବୁଜ ପତ୍ର ଭିତ୍ତିକ ପରିବା ଯେମିତିକି ପାଳଙ୍ଗ, ବ୍ରୋକଲି, ପତ୍ରକୋବି ଏବଂ ଗାଜର ଖାଇବା ଉଚିତ୍ ।

ଫଳ: ସାଧାରଣତଃ ଫଳରୁ ଅନେକ ଜରୁରୀ ପୋଷକ ତତ୍ତ୍ବ ମିଳିଥାଏ, ଯାହା ଆମ ଶରୀରକୁ ଫିଟ୍ ରଖେ ଏବଂ ବିଭିନ୍ନ ରୋଗରୁ ସୁରକ୍ଷା ଦିଏ । ହୃଦୟ ସ୍ବାସ୍ଥ୍ୟ ପାଇଁ ସେଓ, କଦଳୀ, କମଳା, ଅଙ୍ଗୁର ଆଦି ଫଳ ଖାଇବା ଉଚିତ୍ । ସକାଳେ ଓ ସନ୍ଧ୍ୟାରେ ଆପଣ ଏହି ଫଳ ଖାଇପାରିବେ ।

ହୋଲ୍‌ଗ୍ରେନ: ପୂର୍ଣ୍ଣରୂପେ ଥିବା ଶସ୍ୟ ବା ହୋଲଗ୍ରେନ ଯେପରିକି ଓଟସ୍, ବ୍ରାଉନ ରାଇସ୍, ମିଲେଟ୍, ହୋଲଗ୍ରେନ ବ୍ରେଡ ପ୍ରଭୃତି ଖାଦ୍ୟ ହୃଦୟ ପାଇଁ ଭଲ । ଏଥିରେ କାର୍ବୋହାଇଡ୍ରେଟ ସହ ଡାଏଟାରୀ ଫାଇବର, ବିଭିନ୍ନ ଭିଟାମିନ ଓ ଆଇରନ, ମ୍ୟାଗ୍ନେସିୟମ, ସେଲେନିୟମ ଭଳି ଖଣିଜ ସାର ରହିଥାଏ ।ନନ୍ ଫ୍ୟାଟ୍ ଏବଂ ଲୋ ଫ୍ୟାଟ୍ ଡାଏରୀ: ଫ୍ୟାଟ ଫ୍ରି (ଚର୍ବି ମୁକ୍ତ ) କିମ୍ବା କମ୍ ଫ୍ୟାଟ୍ ଥିବା କ୍ଷୀର ଜାତୀୟ ଖାଦ୍ୟ ଖାଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି । ଏଥିରେ ଆପଣ କ୍ଷୀର, ଦହି, ଚିଜ୍ ପ୍ରଭୃତି ଖାଇପାରିବେ ।

କ'ଣ ଖାଇବେ ନାହିଁ

ଉପରୋକ୍ତ ଖାଦ୍ୟପଦାର୍ଥ ହୃଦୟ ପାଇଁ ସ୍ବାସ୍ଥ୍ୟକର ହୋଇଥିବାବେଳେ ଆଉ କିଛି ଖାଦ୍ୟ ଖାଇବା ଦ୍ବାରା ହୃଦରୋଗ ଆଶଙ୍କା ବୃଦ୍ଧି ପାଇଥାଏ । ଖାସ୍ କରି ଅଧିକ ସୋଡିୟମ (ଲୁଣ) ଯୁକ୍ତ ଖାଦ୍ୟ, ସାଚୁରେଟେଡ ଫ୍ୟାଟ, ସୁଗାର ବା ଶର୍କରା ଥିବା ଖାଦ୍ୟ, ମଦପାନ ଆଦୌ ହୃଦୟ ପକ୍ଷେ ହିତକର ନୁହେଁ ।

ହାର୍ଟଆଟାକ୍, ହାର୍ଟଷ୍ଟ୍ରୋକ ଭଳି ମାରାତ୍ମକ ହୃଦରୋଗରୁ ବଞ୍ଚିବାକୁ ଚାହୁଁଥିଲେ ଏସବୁ ଅସ୍ବାସ୍ଥ୍ୟକର ଖାଦ୍ୟପାନୀୟରୁ ଦୂରେଇ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦିଅନ୍ତି ।
ଅଧିକ ଚର୍ବି ଯୁକ୍ତ କ୍ଷୀର ଜାତୀୟ ପଦାର୍ଥଚର୍ବି ବହୁଳ ମାଂସପ୍ରୋସେସଡ୍ ମାଂସପ୍ରୋସେସ୍‌ଡ ଫୁଡ୍କୃତ୍ରିମ ସୁଗାର ଯୁକ୍ତ ଖାଦ୍ୟ ଓ ପାନୀୟଅଧିକ ସୋଡିୟମ ଯୁକ୍ତ ଖାଦ୍ୟମଦ

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+