କଦଳୀ ପତ୍ରରେ ଖାଦ୍ୟ ଖାଇଲେ ମିଳେ ଏହି ସବୁ ଲାଭ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଭାରତ ବହୁ ରାଜ୍ୟରେ କଦଳୀ ପତ୍ରକୁ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ବିଭିନ୍ନ ପର୍ବପର୍ବାଣୀ, ଶୁଭକାର୍ଯ୍ୟ, ବାହାଘର ବ୍ରତଘର ଆଦି ବିଶେଷ କାର୍ଯ୍ୟରେ କଦଳୀ ପତ୍ରର ଚାହିଦା ବଢିଯାଇଥାଏ । ଏହି ଅବସରରେ ଅନୁଷ୍ଠିତ ଭୋଜିଭାତରେ ମଧ୍ୟ କଦଳୀ ପତ୍ରରେ ଖାଦ୍ୟ ପରଷା ଯାଇଥାଏ । ଏହି ପରମ୍ପରା ଯୁଗ ଯୁଗ ଧରି ଚାଲିଆସୁଛି । ଏହାଦ୍ବାରା ପରିବେଶ ମଧ୍ୟ ପ୍ରଦୂଷିତ ହୋଇନଥାଏ । ଏପରି ଆୟୁର୍ବେଦ ଅନୁଯାୟୀ କଦଳୀ ପତ୍ରରେ ଖାଦ୍ୟଗ୍ରହଣ କରିବାର ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଉପକାରିତା ରହିଛି । ଚାଲନ୍ତୁ ଜାଣିବା...
ପ୍ରାକୃତିକ ରୋଗନାଶକାରୀ:
କଦଳୀ ପତ୍ରରେ ପ୍ରାକୃତିକ ପୋଷକ ତତ୍ତ୍ୱ ଓ ପଲିଫିନୋଲ୍ସ ନାମକ ଆଣ୍ଟିଅକ୍ସିଡାଣ୍ଟସ ରହିଛି । ଏହା ହାନିକାରକ ବ୍ୟାକ୍ଟେରିଆଙ୍କୁ ନାଶ କରିଥାଏ । ଏହି ପତ୍ରରେ ଗରମଗରମ ଖାଦ୍ୟ ପରଷାଗଲେ ଏଥିରୁ କିଛି ମାତ୍ରାରେ ପୋଷକ ତତ୍ତ୍ୱ ଖାଦ୍ୟରେ ମିଶିଥାଏ । ଯାହା ଦ୍ବାରା ଆମ ଶରୀରକୁ ଲାଭ ମିଳିଥାଏ ।

ପୋଷକତତ୍ତ୍ବ:
କଦଳୀ ପତ୍ରରେ ପଲିଫିନୋଲ୍ସ, ଭିଟାମିନ ଏ, ଭିଟାମିନ ସି ଭଳି ଆବଶ୍ୟକୀୟ ବିଭିନ୍ନ ପୋଷକ ତତ୍ତ୍ୱ ରହିଥାଏ । ଖାଦ୍ୟ କଦଳୀ ପତ୍ରରେ ପରଷା ଗଲେ, ଏହି ଭିଟାମିନ ଗୁଡିକ ଖାଦ୍ୟରେ ମିଶି ଆମ ଶରୀରକୁ ଯାଇଥାଏ । ଯାହା ଫଳରେ ଆମ ଖାଦ୍ୟର ପୋଷକ ତତ୍ତ୍ୱ ବଢିଯାଇଥାଏ ।
ସ୍ବାଦ ବଢାଇଥାଏ:
କଦଳୀ ପତ୍ରରେ ଖାଦ୍ୟ ଖାଇବା ଫଳରେ ଖାଦ୍ୟର ସ୍ବାଦ ବୃଦ୍ଧି ପାଇଥାଏ । ଏହି ପତ୍ରର ଏକ ସ୍ବତନ୍ତ୍ର ସ୍ବାଦ ରହିଛି, ଯାହା ଖାଇବାର ଆନନ୍ଦକୁ ବଢାଇଥାଏ । ଏଥିରେ ଗରମ ଗରମ ଖାଦ୍ୟ ପରଷା ଯିବା ପରେ ଏକ ସୁନ୍ଦର ବାସ୍ନା ବାହାରିଥାଏ । ଏହି ସୁଗନ୍ଧ ଖାଦ୍ୟକୁ ଆହୁରି ସ୍ବାଦିଷ୍ଟ କରିଥାଏ ।
ପରିବେଶ ପାଇଁ ହିତକର:
ଆଜିକାଲି ଭୋଜିଭାତରେ ବ୍ୟବହୃତ ଡିସପୋଜେବଲ ପ୍ଲେଟ ବଦଳରେ ଏହା ଏକ ପରିବେଶ ଅନୁକୂଳ ବିକଳ୍ପ ଅଟେ । ଏପରି କରିବା ଦ୍ବାରା ପ୍ଲାଷ୍ଟିକ ଓ ଫୋମ ପ୍ରଦୂଷଣ କମ୍ ହୋଇଥାଏ ।
ବାୟୋଡିଗ୍ରେଡେବଲ:କଦଳୀ ପତ୍ର ପ୍ରାକୃତିକ ଓ ଶତପ୍ରତିଶତ ବାୟୋଡିଗ୍ରେଡେବଲ ଅଟେ । ଏହା ପ୍ରାକୃତିକ ଭାବେ ପରିବେଶରେ ମିଶିଯାଏ ଓ ମାଟିରେ ଖତସାର ହୋଇଯାଏ । ଏହା ପ୍ଲାଷ୍ଟିକ ଓ ଅନ୍ୟ ପ୍ରଦୁଷକଙ୍କ ଭଳି ହାନିକାରକ ନୁହେଁ ।
ଗରମ ଗରମ ଖାଦ୍ୟ ପାଇଁ ସର୍ବୋତ୍ତମ:
କଦଳୀ ପତ୍ର ଖାଦ୍ୟର ଉଷ୍ମତା ସହଜରେ ସହି ନେଇଥାଏ । ଏହାର ପତ୍ରରେ ଥିବା ପ୍ରାକୃତିକ ମହମ ଭଳି ପଦାର୍ଥ ଏଥିରେ ଖାଦ୍ୟକୁ ଲାଗିଯିବାରୁ ରକ୍ଷା କରିଥାଏ । ଏବଂ ଏଥିରୁ ଗରମ ଖାଦ୍ୟ ଯୋଗୁଁ କୌଣସି ହାନିକାରକ କେମିକାଲ କ୍ଷରିତ ହୋଇନଥାଏ ।
ଶୁଦ୍ଧତାର ପ୍ରତୀକ:
ସିନ୍ଥେଟିକ ପ୍ଲେଟ ପରି କଦଳୀ ପତ୍ର ବିଷାକ୍ତ ହୋଇଥାଏ । ଏଥିରୁ ଖାଦ୍ୟରେ ବିଷାକ୍ତ ଦ୍ରବ୍ୟ ମିଶି ନ ଥାଏ । ଯାହା ଦ୍ବାରା ଖାଦ୍ୟର ଶୁଦ୍ଧତା ଓ ପୋଷକ ତତ୍ତ୍ୱ ବଜାୟ ରହିଥାଏ ।
ପାଚନ ପ୍ରକ୍ରିୟାକୁ ମଜବୁତ କରିଥାଏ:
କଦଳୀ ପତ୍ରରେ ଖାଇବା ଦ୍ବାରା ପାଚନ ପ୍ରକ୍ରିୟା ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ । କଦଳୀ ପତ୍ରରେ ଥିବା ପଲିଫିନୋଲ୍ସ, ପାଚକ ଏନଜାଇମ୍ସର ଉତ୍ପାଦନକୁ ବଢାଇଥାଏ । ଏହା ଦ୍ବାରା ଉତ୍ତମ ପାଚନ ଓ ପୋଷକ ତତ୍ତ୍ୱର ଅବଶୋଷଣ ହୋଇଥାଏ ।
କଦଳୀ ପତ୍ରରେ ଖାଦ୍ୟ ଖାଇବା ପରେ ବିଭିନ୍ନ ସ୍ବାସ୍ଥ୍ୟ ଲାଭ ମିଳିଥାଏ । ଏଥିରେ ଖାଦ୍ୟ ଖାଇବା ଦ୍ବାରା ଭୋଜନର ସମ୍ପୂର୍ଣ୍ଣ ଲାଭ ମିଳିଥାଏ । କଦଳୀ ପତ୍ରରେ ଭୋଜନ ଆମର ସ୍ବାସ୍ଥ୍ୟ, ସାଂସ୍କୃତିକ ଓ ବ୍ୟବହାରିକ କାରଣରୁ ଲାଭପ୍ରଦ ।












Click it and Unblock the Notifications