Health Tips: ଶୀତ ଦିନେ ଗୋଇଠି ଫାଟିବାକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଉପାୟ

ପ୍ରବଳ ଶୀତ । ଥଣ୍ଡା ହେତୁ ଅନେକ ପ୍ରକାରର ତ୍ୱଚା ଓ କେଶ ଜନିତ ସମସ୍ୟା । ଆଉ ଏଥିରୁ ସବୁଠୁ ବଡ଼ ସମସ୍ୟା ହେଲା ଓଠ ଓ ଗୋଇଠି ଫାଟିବା । ଶୀତ ଋତୁରେ ଅଧିକାଂଶ ଲୋକଙ୍କର ଗୋଇଠି ଫାଟୁଥିବାର ଦେଖାଯାଏ । ଆଉ ଏହି ସମସ୍ୟା ବଢିଯାଇ ଯନ୍ତ୍ରଣା ଓ ରକ୍ତସ୍ରାବ ମଧ୍ୟ ହୋଇଥାଏ । ଏଥିପାଇଁ ମହିଳାମାନେ ନିଜ ପସନ୍ଦର ଚପଲ ପିନ୍ଧିବା ପୂର୍ବରୁ ଅନେକ ଥର ଭାବିଥାନ୍ତି । ତେବେ ଏଭଳି କିଛି ଘରୋଇ ଉପଚାର ଅଛି। ଯାହାକୁ ଆପଣାଇବା ଦ୍ବାରା ଗୋଇଠି ଫାଟିବାରୁ ରୋକିପାରିବେ ।

କଦଳୀ : ପାଚିଲା କଦଳୀକୁ ଚକଟି ଏଥିରେ ଅଳ୍ପ ମହୁ ମିଶାନ୍ତୁ । ଏହାପରେ ଫଟା ଗୋଇଠିରେ ଲଗାନ୍ତୁ । ୨୦-୩୦ ମିନିଟ୍ ଲଗାଇବା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ଗୋଇଠି ଫାଟିବା ସମସ୍ୟା ଦୂର ହୋଇଥାଏ।

health tips

ଉଷୁମ ପାଣି: ଉଷୁମ ପାଣିରେ ଲୁଣ ପକାଇ ସେଥିରେ ପାଦକୁ ୧୫ରୁ ୨୦ ମିନିଟ୍ ରଖନ୍ତୁ । ଏହା ଫଟା ଗୋଇଠି ଠିକ୍ କରିବାରେ ସାହାଯ୍ୟ କରେ ।

ନଡିଆ ତେଲ ମାଲିସ୍: ଫଟା ଗୋଇଠି ପାଇଁ ଲାଭଦାୟକ ନଡିଆ ତେଲ । ରାତିରେ ଶୋଇବା ପୂର୍ବରୁ ନଡିଆ ତେଲରେ ଗୋଇଠିକୁ ମାଲିସ କରନ୍ତୁ । ଏହାଦ୍ବାରା ଗୋଇଠିର ଫାଟିବା ସମସ୍ୟା କମିଥାଏ ।

ମହୁ ଓ ଲେମ୍ବୁ: ମହୁ ଓ ଲେମ୍ବୁ ରସକୁ ମିଶାଇ ଫଟା ଗୋଇଠିରେ ଲଗାନ୍ତୁ । ୧୫ରୁ ୨୦ ମିନିଟ୍ ରଖିବା ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।

ଭିଟାମିନ-ଇ ତେଲ: ଭିଟାମିନ ଇ କ୍ୟାପସୁଲ ତେଲକୁ ଫଟା ଗୋଇଠିରେ ଲଗାନ୍ତୁ । ଏଥିରେ ଗୋଇଠି ଜଲଦି ଠିକ୍ ହୋଇଯାଏ ।

ମଇଶ୍ଚରାଇଜର: ଦିନକୁ ଦୁଇରୁ ତିନି ଥର ଗୋଇଠିରେ ଲଗାନ୍ତୁ ମଇଶ୍ଚରାଇଜ। ଏହା ଗୋଇଠିକୁ ନରମ କରିବା ସହ ଫାଟିବା କମ୍ କରିଥାଏ।

ରାଶି ତେଲ: ରାତିରେ ଶୋଇବା ପୂର୍ବରୁ ଗୋଇଠିରେ ରାଶି ତେଲ ମାଲିସ କରନ୍ତୁ । ସାଧାରଣତଃ ଶୀତ ଦିନ ହେବା ମାତ୍ରେ ତ୍ବଚା ଶୁଷ୍କ ହୋଇଯାଏ । ତେଣୁ ଏହି ଦିନେ ଶରୀରର ବିଶେଷ ଯତ୍ନ ନେବା ଆବଶ୍ୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+