ମଧୁମେହରେ କେଉଁ ଡାଲି ଖାଇବା ଲାଭଦାୟକ ? ଆସନ୍ତୁ ଜାଣିବା…

HEALTH TIPS: ଜୀବନଶୈଳୀ ଏବଂ ଖାଦ୍ୟାଭ୍ୟାସ କାରଣରୁ ଅଧିକାଂଶ ଲୋକ ଏବେ ମଧୁମେହରେ ପୀଡିତ । ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସମୟରେ ଘରେ ଘରେ ଡାଇବେଟିସ ରୋଗୀ । ମଧୁମେହ ପ୍ରଭାବରୁ ମୁକ୍ତି ପାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନୁହେଁ, ବରଂ ଖାଦ୍ୟରେ କଟକଣା ଜରୁରୀ । ଖାଦ୍ୟରେ କଟକଣା ଆଣିପାରିଲେ ରକ୍ତରେ ଶର୍କରା ସ୍ତର ହ୍ରାସପାଏ ।

ଏଥିପାଇଁ ମଧୁମେହ ରୋଗୀଙ୍କୁ ଖାଦ୍ୟରେ କଟକଣା ରଖିବାକୁ ଡାକ୍ତର ପରାମର୍ଶ ଦିଅନ୍ତି । ପନିପରିବାଠୁ ନେଇ ଫଳମୂଳ ପର୍ଯ୍ୟନ୍ତ ବହୁତ କିଛି ଖାଇବାକୁ ବାରଣ ରହିଥାନ୍ତି । ତେବେ ଆସନ୍ତୁ ଜାଣିବା , ମଧୁମେହ ରୋଗୀ କେଉଁ ଡାଲି ଖାଇବା ଉଚିତ୍ ଏବଂ କେଉଁ ଡାଲି ଖାଇବା ଉଚିତ୍ ନୁହେଁ । ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତର ଅନ୍ୟମାନଙ୍କ ତୁଳନାରେ ଅଧିକ ଥାଏ । ତେଣୁ ଏହି ରୋଗୀଙ୍କୁ ବିରି ଡାଲି ଖାଇବାଠାରୁ ଦୂରେଇ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି ।

HEALTH TIPS

ମଧୁମେହ ରୋଗୀମାନେ ବିରି ଡାଲି ବଦଳରେ ମଶୁର, ମୁଗ ଏବଂ ଚଣା ଡାଲି ଖାଇପାରିବେ । ଏହା ସେମାନଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ମଶୁର ଡାଲିରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ଥାଏ । ମଧୁମେହକୁ ନିୟନ୍ତ୍ରଣରେ ରଖିବାର ସର୍ବୋତ୍ତମ ଉପାୟ ହେଉଛି ଖାଦ୍ୟରେ କଟକଣା । ଏହାବ୍ୟତୀତ ନିୟମିତ ବ୍ୟାୟାମ କରିବା ଦ୍ବାରା ମଧୁମେହ ନିୟନ୍ତ୍ରଣରେ ରହିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+