Health Tips: କେଉଁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଥାଇରଏଡ ନିୟନ୍ତ୍ରଣରେ ରହିବ ?

ପ୍ରତ୍ୟେକ ବୟସ ବର୍ଗର ବ୍ୟକ୍ତି ଥାଇରଏଡର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଏହି ରୋଗ 50 ବର୍ଷ ବୟସ ପରେ ହେଉ ଥିବାବେଳେ ବର୍ତ୍ତମାନ 30ରୁ 35 ବର୍ଷ ବୟସରେ ଲୋକଙ୍କୁ ଗ୍ରାସ କରୁଛି। ପୁରୁଷଙ୍କ ତୁଳନାରେ ମହିଳାମାନେ ଥାଇରଏଡର ଶିକାର ହେବାର ଆଶଙ୍କା 10 ଗୁଣ ଅଧିକ। ବିଶେଷକରି ଗର୍ଭାବସ୍ଥା ଏବଂ ମେନୋପୋଜ ସମୟରେ ଏହି ବିପଦ ବଢିଥାଏ।

କେଉଁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଥାଇରଏଡ ନିୟନ୍ତ୍ରଣରେ ରହିବ, ଜାଣନ୍ତୁ...

ନଡ଼ିଆ
ଜଳଖିଆରେ ଚିପ୍ସ ଏବଂ ବିସ୍କୁଟ ପରି ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ପରିବର୍ତ୍ତେ ସୁସ୍ଥ ଓ ପ୍ରାକୃତିକ ଖାଦ୍ୟ ଆପଣାନ୍ତୁ। ଏଥିରେ ପଇଡ ପାଣି ସର୍ବୋତ୍ତମ।କାରଣ ଏହା ମେଟାବୋଲିଜିମରେ ଉନ୍ନତି ଆଣି ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ।

Health Tips

ଅଅଁଳା
ଅଅଁଳା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଏଥିରେ ଭିଟାମିନ୍ ସି ଭରପୂର ପରିମାଣରେ ଥାଏ। ଅଅଁଳାରୁ ମିଳୁଥିବା ଉପାଦାନ ଥାଇରଏଡକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହାକୁ ଦୈନନ୍ଦିନ ଖାଦ୍ୟରେ ଯୋଗ କରିବା ଫଳରେ ଥାଇରଏଡରେ ପୀଡିତ ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ।

ସଜନା
ସଜନାରେ ପ୍ରୋଟିନ୍, ଆଇରନ୍, କ୍ୟାଲସିୟମ୍, ଭିଟାମିନ୍ ସି ଏବଂ ଭିଟାମିନ୍ ଏ ଥାଏ, ଯାହା ଥାଇରଏଡ୍ ହରମନକୁ ସନ୍ତୁଳନ କରିବାରେ ସାହାଯ୍ୟ କରିଥାଏ।

କଖାରୁ ମଞ୍ଜି
କଖାରୁ ମଞ୍ଜିରେ ଅଧିକ ପରିମାଣରେ ଜିଙ୍କ ରହିଥାଏ। ଜିଙ୍କ ଶରୀରରେ ଥାଇରଏଡ୍ ହରମନର ସନ୍ତୁଳନ ବଜାୟ ରଖେ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+