ଖରାଦିନ ଆସିଲେ ହୁଏ ରକ୍ତ ଅଭାବ: କେମିତି ଦୂର ହେବ ସମସ୍ୟା ?

ରାଜ୍ୟରେ ଏବେ ଠୁ ତାତି ବଢିଲାଣି । ଆଗକୁ ତାପମାତ୍ରା ବୃଦ୍ଧି ହେବ। ବିଶେଷ ମାର୍ଚ୍ଚ, ଏପ୍ରିଲ ଓ ମେ' ମାସରେ ପାରଦ ଉପରମୁହାଁ ରହିବ ।

ତେବେ ଖରା ଦିନେ ରକ୍ତର ଅଭାବ ଦେଖାଦେବାର ଆଶଙ୍କା ରହିଛି। ଏହାକୁ ଦୂର ପାଇଁ ରକ୍ତ ନିରାପତ୍ତା ସୁରକ୍ଷା ନିର୍ଦେଶାଳୟ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ସମସ୍ତଙ୍କର ସହଭାଗିତା ଆବଶ୍ୟକ ବୋଲି କହିଛନ୍ତି ରକ୍ତ ନିରାପତ୍ତା ନିର୍ଦେଶକ ଡା. ପ୍ରଦୀପ କୁମାର ପାତ୍ର।

ରକ୍ତ ସଂଗ୍ରହ କିଭଳି ପ୍ରଭାବିତ ହେବ ନାହିଁ ତାହାକୁ ଦୃଷ୍ଟିରେ ସବୁ ରକ୍ତଭଣ୍ଡାରକୁ ପ୍ରସ୍ତୁତ ରହିବାକୁ ନିର୍ଦେଶନାମା ଜାରି ହେବ ।ଯେଉଁଥିରେ ସେମାନେ ନିଜ ନିଜ ସ୍ତରରେ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକ୍ଷମ କରିବେ। ବିଶେଷ କରି ପ୍ରତି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ମିଳିତ ଭାବରେ ପ୍ରତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରସ୍ତରରେ ବର୍ଷକୁ ଦୁଇଟି ଶିବିର କରାଯିବ। ପ୍ରତି ଜିଲାରେ ଥିବା ରକ୍ତଭଣ୍ଡାର ଏହି ଦାୟିତ୍ବ ବହନ କରିବ।

କେଉଁ ସ୍ଥାନରେ କେଉଁ ସମୟରେ ଶିବିର କରାଯିବ ସେନେଇ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ। ଏଥିରେ ସରକାରୀ କାର୍ଯ୍ୟାଳୟ, ପୋଷ୍ଟାଲ, ମହାବିଦ୍ୟାଳୟ ଓ ଘରୋଇ ସଂସ୍ଥାଗୁଡ଼ିକରେ ରକ୍ତ ସଂଗ୍ରହ ପାଇଁ ସଚେତନତା କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ରକ୍ତଦାନ କରୁଥିବା ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହନ ଦିଆଯିବା ସହିତ ଡ୍ରେସ ପ୍ରଦାନ କରାଯିବ। ଯେଉଁମାନେ ରକ୍ତଦାନ କରିବେ ସେମାନଙ୍କୁ ଏକ ଧନ୍ୟବାଦ ମେସେଜ ଯିବ।

health

ରକ୍ତଦାନର ତିନିମାସ ପରେ ପୁଣିଥରେ ଏକ ମେସେଜ ଯିବ। ଆପଣ ରକ୍ତଦାନ କରିଥିଲେ ଆମେ ଏନେଇ ଉପକୃତ ହେଉଛୁ, ଆପଣ ଚାହିଁଲେ ଆପଣ ପୁଣିଥରେ ରକ୍ତଦାନ କରିପାରିବେ ବୋଲି ଏଥିରେ ଉଲ୍ଲେଖ ରହିବ। ଏନେଇ ଏକ ସ୍ବତନ୍ତ୍ର ପୋର୍ଟାଲ କାର୍ଯ୍ୟ କରିବା। ଅଧିକରୁ ଅଧିକ ଲୋକମାନେ କିଭଳି ରକ୍ତଦାନ କରିବେ ସେନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ଏବେ ବିଶେଷ କରି ଥାଲାସେମିଆ, ଦୁର୍ଘଟଣା ଏବଂ ପ୍ରସବ ଜନିତ ଗୁରୁତର ରୋଗୀଙ୍କ ପ୍ରାରମ୍ଭରେ ପ୍ରାଥମିକତା ଦିଆଯିବ। ଏହାପରେ ଅନ୍ୟରୋଗୀଙ୍କ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏବେ ୧୧ଟି ରକ୍ତଭଣ୍ଡାରରେ ନାଟ ପଦ୍ଧତି ପ୍ରଚଳିତ ଥିବାବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ସବୁ ରକ୍ତଭଣ୍ଡାରରେ ନାଟ ପଦ୍ଧତି ରକ୍ତ ପରୀକ୍ଷା କରାଯିବାକୁ ଯୋଜନା କରାଯାଇଛି।

ଏବେ ରାଜ୍ୟରେ ୫୫ ଟି ସରକାରୀ ଓ ଦୁଇଟି ରେଡକ୍ରସ ଅଧୀନରେ ରହିଛି। ସେହିପରି ନୂଆ କରି ଚଳିତ ବର୍ଷରୁ ଉମରକୋଟରେ ନୂଆ ରକ୍ତଭଣ୍ଡାର କାର୍ଯ୍ୟକ୍ଷମ ହୋଇଛି। ବିଗତ ପାଞ୍ଚବର୍ଷ ହେବ ରକ୍ତ ସଂଗ୍ରହ ବଢିଥିବାବେଳେ ଖରା ସମୟରେ ରକ୍ତର ଅଭାବ ଦେଖାଦେଉଛି। ଯାହାକି ଆଗକୁ ହେବା ନେଇ ଆଶଙ୍କା ଉପୁଜିଛି।

୨୦୧୮ରୁ ରକ୍ତ ସଂଗ୍ରହ ବୃଦ୍ଧି ପାଇଥିବାବେଳେ ବିଗତ ଦୁଇ ବର୍ଷ ହେବ ୫ ଲକ୍ଷ ୟୁନିଟ ପାର କରିଛି। ୨୦୨୩ରେ ମୋଟ ୫୩୯୩୮୮ ୟୁନିଟ ଓ ୨୦୨୪ରେ ୫ଲକ୍ଷ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ହେଲେ କରୋନା ସମୟରେ ଉଭୟ ରକ୍ତଦାନ ଶିବିର ଓ ସଂଗ୍ରହ ହ୍ରାସ ପାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+