Health Tips: ସକାଳୁ ନ ଗାଧୋଇ ବେଡ଼ରେ ଶୋଇଲେ କଣ ହେବ ?
ସକାଳୁ ନ ଗାଧୋଇ ବେଡ଼ରେ ଶୋଇଲେ କଣ ହେବ ? ଭାରତୀୟ ବାସ୍ତୁ ଶାସ୍ତ୍ରରେ ଜୀବନଚର୍ଯ୍ୟାକୁ ନେଇ ଅନେକ ନୀତି ନିୟମ ରହିଛି। ଯାହାର ପାଳନ ବିନା ଗୃହରେ ଅଶାନ୍ତି ସୃଷ୍ଟି ହୁଏ ବୋଲି ବିଶ୍ବାସ ମଧ୍ୟ ରହିଛି। ତେବେ ଏ ନେଇ ବାସ୍ତୁବିତ୍ ଜୟନ୍ତ ସାହୁ ମତ ଦିଅନ୍ତି ଜୀବନଚର୍ଯ୍ୟାରେ ସାମାନ୍ୟ ପରିବର୍ତ୍ତନ ଏହି ବାସ୍ତୁଦୋଷକୁ ଅନେକ ମାତ୍ରାରେ ଖଣ୍ଡନ କରିପାରେ।
ଯଦି ଗୃହରେ ବାସ୍ତୁ ଦୋଷ ରହୁଥାଏ ତେବେ ନିହାତି ଭାବେ ଆପଣ ପ୍ରାତଃ ସ୍ନାନ କରନ୍ତୁ।ଏହା ଦ୍ଵାରା ବାସ୍ତୁ ଦୋଷ ଖଣ୍ଡନ ହୋଇଥାଏ।
ସେହିଭଳି ଭାବେ ସ୍ନାନ ପାରେ ସୂର୍ଯ୍ୟଙ୍କୁ ପାଣି ଦେବା ସହ ଈଶ୍ୱରଙ୍କୁ ପୂଜା କରନ୍ତୁ। ଏହି ସମୟରେ ଆପଣ ଗାୟତ୍ରୀ ମନ୍ତ୍ର ପାଠ କରିବା ଦ୍ୱାରା ବିଶେଷ ଲାଭ ପ୍ରାପ୍ତ ହୁଏ।

ପୂଜା ସମୟରେ ଧୂପକାଠି ପରିବର୍ତ୍ତେ ଦୀପର ବ୍ୟବହାର କରନ୍ତୁ। ଦେବ ପୂଜା ସମାପ୍ତି ପରେ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ପୂଜା ଅର୍ପଣ କରନ୍ତୁ। ଏହାଦ୍ବାରା ଗୃହରେ ସୁଖ ଶାନ୍ତି ଅତୁଟ ରହିଥାଏ।












Click it and Unblock the Notifications