Health Tips: ଫଳ ସହିତ କ’ଣ ଖାଇବେନି ? ଚାଲନ୍ତୁ ଜାଣିବା
ସୁସ୍ଥ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ନିୟମିତ ଫଳ ଖାଇବାକୁ ପରାମର୍ଶ ଦେଇଥାନ୍ତି । ତେବେ ଫଳ ସହିତ କେତେକ ଜିନିଷ ଖାଇବା ଦ୍ବାରା ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା, ଫଳ ସହିତ କ'ଣ ଖାଇବା ଅନୁଚିତ...

- ଫଳ ସହିତ ଅଧିକ ପ୍ରୋଟିନ୍ଯୁକ୍ତ ଖାଦ୍ୟ(ଅଣ୍ଡା, ମାଂସ ଆଦି) ଖାଇବା ଅନୁଚିତ । ଫଳରେ ନାଚ୍ୟୁରାଲ ସୁଗାର ଥାଏ ଯାହାକି ଶୀଘ୍ର ହଜମ ହୋଇଯାଇଥାଏ, ଅପରପକ୍ଷରେ ପ୍ରୋଟିନ୍ ହଜମ ହେବାକୁ ସମୟ ଲାଗିଥାଏ। ଏହାକୁ ଏକାଠି ଖାଇବା ଦ୍ବାରା ହଜମଜନିତ ସମସ୍ୟା ଦେଖାଯାଏ ।
- ସେହିଭଳି ଖଟାଫଳକୁ ଦୁଗ୍ଦଜାତୀୟ ଦ୍ରବ୍ୟ(କ୍ଷୀର, ଦହି) ସହିତ ଖାଇବା ଅନୁଚିତ । ଏହାଦ୍ବାରା ପାଚନ ସମ୍ପର୍କୀୟ ସମସ୍ୟା ଦେଖାଯାଇପାରେ । ଖଟା ଫଳରେ ଥିବା ଏସିଡ୍, ଦୁଗ୍ଧଜାତ ପଦାର୍ଥରେ ଥିବା ପ୍ରୋଟିନ୍ ସହ ମିଶି ସମସ୍ୟା ସୃଷ୍ଟି କରିପାରେ । ଏହାକୁ ଅଲଗା ଅଲଗା ସେବନ କରିବା ଉଚିତ ।
- ଫଳକୁ ବ୍ରେଡ୍ କିମ୍ବା ଆଳୁ ଭଳି ହାଇ ଷ୍ଟ୍ରାଚ୍ଯୁକ୍ତ ଖାଦ୍ୟ ସହିତ ଖାଇବା ଅନୁଚିତ । ଏହାଦ୍ବାରା ଗ୍ୟାସ୍, ପେଟଫୁଲା ଆଦି ସମସ୍ୟା ଦେଖାଯାଇପାରେ ।
- ସେହିଭଳି ତରଭୁଜକୁ ଅନ୍ୟ କୌଣସି ଫଳ ସହ ଖାଇବା ଅନୁଚିତ। ଏହାକୁ ଅନ୍ୟ ଫଳ ସହ ଖାଇବା ଦ୍ବାରା ପାଚନ ସମ୍ପର୍କୀୟ ସମସ୍ୟା ଦେଖାଯାଇପାରେ ।
- ସେହିଭଳି ଅଧିକ ଭାରୀ ଯୁକ୍ତ ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଫଳ ଖାଇବା ଅନୁଚିତ । ଫଳ ଶୀଘ୍ର ହଜମ ହୋଇଯାଏ । ଏହାକୁ ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଖାଇବା ଦ୍ବାରା ଏହା ହଜମ ହେବାକୁ ସମୟ ଲାଗିଥାଏ । ତେଣୁ ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ଫଳ ଖାଇବା ଆବଶ୍ୟ କ।












Click it and Unblock the Notifications