Health Tips: ସକାଳୁ ଉଠି କଣ କରିବେ , କଣ କରିବେନି ?

ବନ୍ଧୁମାନେ ଆମେ ଆମ ଜୀବନରେ ସୁଖ ସମୃଦ୍ଧି ପାଇବା ପାଇଁ ଶାସ୍ତ୍ର ଅନୁଯାୟୀ ବହୁତ୍ କିଛି ନୀତି ନିୟମ ଅନୁସରଣ କରିଥାଉ।ବେହା ମଧ୍ୟ ଶାସ୍ତ୍ରରେ ବର୍ଣ୍ଣିତ କି ଭଗବାନ ଶ୍ରୀକୃଷ୍ଣଙ୍କ କହିବା ଅନୁଯାୟୀ ବହୁତ୍ କିଛି ନିୟମ ଯାହା ସକାଳୁ ଉଠି କରିବା ଉଚିତ୍ । ଆମ ଶାସ୍ତ୍ର ଏବଂ ସମସ୍ତ ପୁରାଣ ମଧ୍ୟରୁ ଭାଗବତ ଗୀତା ହେଉଛି ସବୁଠୁ ମହତ୍ତ୍ଵ ପୂର୍ଣ୍ଣ। ତେଣୁ ଭଗବାନ ଶ୍ରୀକୃଷ୍ଣ ଆମକୁ ପ୍ରତିଦିନ ଗୀତା ଭାଗବତ ପଢିବାକୁ କହିଛନ୍ତି ।

ଭଗବାନ ଶ୍ରୀକୃଷ୍ଣ ଦେବୀ ରୁକ୍ମିଣୀଙ୍କୁ ଅନେକ ମହତ୍ତ୍ଵପୂର୍ଣ୍ଣ କଥା ମନ କହିଛନ୍ତି। ଦେବୀ ରୁକ୍ମିଣୀଙ୍କ ଠାରୁ ଭଗବାନ କେଶବ ସମଗ୍ର ଦେଶକୁ ଦେଇଛନ୍ତି। ଆଜି ଆମେ ଆପଣଙ୍କୁ କହିବୁ ବ୍ୟକ୍ତି ପ୍ରତ୍ୟେକ ଦିନ କେଉଁ କାମ କରିବା ଦ୍ୱାରା ଅବା ଦେଖିବା ଦ୍ଵାରା ତା ଜୀବନରୁ ନିରାଶା କଟିଯାଏ। ଏହାଦ୍ବାରା ମହାଲକ୍ଷ୍ମୀ ସେହି ବ୍ୟକ୍ତିଙ୍କ ଘରେ ନିବାସ କରନ୍ତି। ଏହା ଦ୍ଵାରା ପରସ୍ପର ମଧ୍ୟରେ ଭଲ ପାଇବା ରହିଥାଏ ଏବଂ ଆଗକୁ ଆସୁଥିବା ସମସ୍ତ ଅସୁବିଧା ଦୂର ହୁଏ।

Health Tips

ଏହି ୩ଟି କାମ ବହୁତ୍ ଗୁରୁତ୍ବ ପୂର୍ଣ୍ଣ ତେଣୁ ପ୍ରତ୍ୟେକ ମଣିଷ ଏହାକୁ ମାନିବା ଉଚିତ୍। ଆମର ବେସ୍ତ ବହୁଳ ଜୀବନରେ ଆମେ ପିତୃ ପୁରୁଷ କହିଥିବା କଥାକୁ ଭୁଲି ଯାଉ। ତେଣୁ ପ୍ରତିଦିନ ଏହି ଯେଉଁ ମହତ୍ତ୍ଵ କାମ ଆମକୁ କରିବା ଉଚିତ୍। ହେଲେ ନିଜ ବ୍ୟସ୍ତ ବହୁଳ ଜୀବନ ପାଇଁ ଆମେ ଯଦି ଏହାକୁ ଏଡାଇ ଦେବା ତେବେ ଆମ ଜୀବନରୁ ମହାଲକ୍ଷ୍ମୀ ଦୂରେଇ ଯାଆନ୍ତି। ଯଦି କୌଣସି ବ୍ୟକ୍ତି ପ୍ରତିଦିନ ସକାଳୁ ଏପରି କରନ୍ତି ତେବେ ତାଙ୍କୁ ସୁଖ, ସମୃଦ୍ଧି ସହ ବହୁ ଧନ ଦୌଲତ ଓ ଇଶ୍ଵରଙ୍କ ଆଶିଷ ମିଳିଥାଏ।

ପ୍ରତିଦିନ ଏପରି ବ୍ୟବହାର ନିଜ ଜୀବନରେ ସୁଖ ଏବଂ ଶାନ୍ତିର ବାତାବରଣ ଆଣିଥାଏ। ତେଣୁ ଭଗବାନ ଶ୍ରୀକୃଷ୍ଣ ଉପଦେଶ ଦେଇଛନ୍ତି କି ପ୍ରତ୍ୟେକ ଦିନ ଏହି ୩ଟି କାର୍ଯ୍ୟ ଆମକୁ କରିବା ଉଚିତ୍। ଏବେ ଆସନ୍ତୁ ଜାଣିବା ପ୍ରତିଦିନ ସକାଳେ ଆମକୁ କଣ କରିବା ଉଚିତ୍ ଅବା ଅନୁଚିତ୍। ସର୍ବ ପ୍ରଥମେ ଜାଣିବା ସକାଳୁ ଉଠିଲେ କଣ କରିବ ଉଚିତ୍।

୧. ସକାଳୁ ଉଠିବା ପରେ କୌଣସି ଦୁଷ୍ଟ ବ୍ୟକ୍ତି ବା ଦୁର୍ଜନ ବ୍ୟକ୍ତିକୁ ଦେଖିବା ଅନୁଚିତ୍। ଏହି ସବୁ ବ୍ୟକ୍ତିଙ୍କୁ ଦେଖିଲେ ବ୍ୟକ୍ତିର ଜୀବନରେ ନକାରାତ୍ମକତା ବଢ଼ି ଥାଏ। ଏହା ସହିତ କୌଣସି ଚରିତ୍ର ହିନା ବ୍ୟକ୍ତିଙ୍କ ଚେହେରା ଦେଖିବା ଅନୁଚିତ୍। ଏହି ସବୁ ବ୍ୟକ୍ତିଙ୍କୁ ଦେଖିଲେ ମନରେ କାମ, ବାସନା ଆଦି ଜାଗ୍ରତ ହୁଏ ଏବଂ ବ୍ୟକ୍ତି ସେହି କାମ ବାସନାରେ ଜଳି ଥାଏ।

୨. ସକାଳୁ ଉଠିବା ପରେ ମନୁଷ୍ୟ କେବେ ଅଶୁଭ କଥା କହିବା ଅନୁଚିତ୍ ବା ଅନ୍ୟ କାହାକୁ ଅପ ବ୍ୟବହାର କରିବା ଅନୁଚିତ୍। ସ୍ନାନ ନକରି ଭଗବାନଙ୍କ ପୂଜା ସ୍ଥଳକୁ ଯିବା ଅନୁଚିତ୍। ସ୍ନାନ କରି ପବିତ୍ର ହେବା ପରେ ସେହି ଜାଗାକୁ ଯିବା ଉଚିତ୍।

୩. ସକାଳୁ ଉଠି ମନୁଷ୍ୟ ଆଇନାରେ ନିଜ ମୁହଁକୁ ଦେଖିବା ଅନୁଚିତ୍। ଏପରି କରିବା ଅଶୁଭ ବୋଲି ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣିତ ଅଛି। ଏପରି କରିବା ଦ୍ବାରା ବ୍ୟକ୍ତିର ଜୀବନରେ ଅନେକ ସମସ୍ୟା ଆସିଥାଏ। ଏପରି କ୍ଷେତ୍ରରେ ଘରେ ବେମାରୀ ହେବା, ଧନର ଅଭାବ ହେବା ଅବା ଅନେକ ସମସ୍ୟା ଆସିଥାଏ।

୪. ମନୁଷ୍ୟ ସକାଳୁ ଉଠିବା ପରେ ନିଜର ଛାୟାକୁ ଦେଖିବା ଅନୁଚିତ୍। ଏହା ଦ୍ଵନ୍ଦ ସହିତ ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ। ଏହି ଆସନ୍ତୁ ଜାଣିବା ସକାଳୁ ଉଠିବା ପରେ ସର୍ବ ପ୍ରଥମେ କରିବା ଉଚିତ୍।

ସର୍ବ ପ୍ରଥମେ ନିଜ ସକାଳୁ ଉଠି ନିଜ ହାତ ପାପୁଲିକୁ ଦେଖିବା ଉଚିତ୍ ହୋଇଥାଏ। ପାପୁଲିର ଉପର ଭାଗରେ ମାତାଲକ୍ଷ୍ମୀ ମଧ୍ୟ ଭାଗରେ ମାତା ସରସ୍ଵତୀ ଏବଂ ମୂଳ ବା ଅଗ୍ର ଭାଗରେ ଶ୍ରୀକୃଷ୍ଣଙ୍କର ବାସ ସ୍ଥାନ ଅଟେ। ତେଣୁ ସକାଳୁ ଉଠିବା ପରେ ଏହି ତିନି ଭଗବାନଙ୍କ ଦର୍ଶନ କଲେ ମନୁଷ୍ୟର ଭାଗ୍ୟ ବଦଳି ଥାଏ ଓ ଘର ସୁଖ ସମୃଦ୍ଧିରେ ଭରପୁର ହୋଇଥାଏ।

ଆଜି କାଲି ଯୁବ ପୀଢ଼ି ନିଜଠୁ ବୟସ୍କ ମାନଙ୍କ ଆଶୀର୍ବାଦ ନେବା ପାଇଁ ଚାହାନ୍ତି ନାହିଁ। ସେହି ଯୁବ ସମାଜ ଖରାପ ଅଭ୍ୟାସ ଆଡ଼କୁ ଗତି କରନ୍ତି। ଯେଉଁ ମନୁଷ୍ୟ ସକାଳୁ ଉଠି ନିଜ ପିତା ମାତା ଅବା ବୟସ୍କ ମାନଙ୍କ ପାଦ ଦର୍ଶନ କରନ୍ତି ଓ ସେମାନଙ୍କ ଆଶୀର୍ବାଦ ନିଅନ୍ତି। ସେମାନଙ୍କ ଜୀବନରେ ବାଧା ଏବଂ ଅସୁବିଧା ଦୂର ହୁଏ ଓ ସେମାନେ ସର୍ବଦା ସଫଳତା ପାଆନ୍ତି।

ଗରୁଡ଼ ପୁରାଣ ଅନୁଯାୟୀ ସକାଳୁ ଉଥି ସବୁଜ ଘାସ ଅବା ଗଛ ଲତା ଦେଖିବା ଉଚିତ୍। ଏହା ଦ୍ଵାରା ଆପଣଙ୍କୁ ପୁଣ୍ୟ ଲାଭ ହେବ। ଏହା ଛଡା ସକାଳୁ ଉଠି ଗାଈର ଦର୍ଶନ କରିବା ଉଚିତ୍। ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଓ ବ୍ୟକ୍ତିର ସମସ୍ତ ମନୋକମାନା ପୂର୍ଣ୍ଣ ହୋଇଥାଏ। ଏହାଥିଲା କିଛି ନୀତି ନିୟମ ଯାହା ଆମକୁ ପ୍ରତିଦିନ କରିବା ଉଚିତ୍ ଯାହା ଶୁଭ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+