Health Tips: ଲିଭରକୁ ସୁସ୍ଥ ରଖିବା ପାଇଁ କଣ କରିବା ଉଚିତ୍?

ଲିଭର ମାନବ ଶରୀରର ଏକ ମୂଲ୍ୟବାନ ଅଙ୍ଗ । ବର୍ତ୍ତମାନର \ଖାଦ୍ୟପେୟ ଲିଭରକୁ ମଧ୍ୟ ନଷ୍ଟ କରି ଦେଉଛି। ଅନେକ ଲୋକ ଲିଭର୍ ସିରୋସିସ ଭଳି ରୋଗର ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେଣୁ ଏହାକୁ ସୁସ୍ଥ ରଖିବା ନିହାତି ଜରୁରୀ। ଖାଦ୍ୟପେୟରେ କି କି ପରିବର୍ତ୍ତନ ଆଣି ଲିଭରକୁ ସୁସ୍ଥ ରଖିପାରିବେ, ଜାଣନ୍ତୁ...

ଲିଭରକୁ ସୁସ୍ଥ ରଖିବା ପାଇଁ କଣ କରିବା ଉଚିତ୍?

ଫାଇବରରେ ଭରପୂର ଖାଦ୍ୟ ଖାଆନ୍ତୁ- ଯକୃତକୁ ସୁସ୍ଥ ରଖିବା ପାଇଁ ଫାଇବରରେ ଭରପୂର ଥିବା ଖାଦ୍ୟ ଖାଆନ୍ତୁ। ଉଚ୍ଚ ଫାଇବର ଥିବା ଖାଦ୍ୟ ପେଟକୁ ସୁସ୍ଥ ରଖେ ଏବଂ ଓଜନ ହ୍ରାସ କରେ। ଏଥିପାଇଁ ନିୟମିତ ସାଲାଡ୍ ଖାଆନ୍ତୁ। ସାଲାଡ୍ ଖାଇବା ଦ୍ୱାରା ଶରୀର ଡିଟକ୍ସିଫାଏ ହୋଇଥାଏ ଏବଂ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ନିଷ୍କାସିତ ହୋଇଯାଏ।

8 ଗ୍ଲାସ୍ ପାଣି ପିଅନ୍ତୁ- ଶରୀରରେ ପର୍ଯ୍ୟାପ୍ତ ପରିମାଣର ଜଳ ନିହାତି ଆବଶ୍ୟକ। ତେଣୁ ଦିନକୁ ଅତି କମରେ 8-10 ଗ୍ଲାସ୍ ପାଣି ପିଇବା ଜରୁରୀ। ଏହା ସ୍ୱାଭାବିକ ଭାବରେ ଶରୀରକୁ ଡିଟକ୍ସିଫଏ କରିଥାଏ ଏବଂ ଖରାପ ପଦାର୍ଥକୁ ନିଷ୍କାସିତ କରି ଯକୃତକୁ ସୁସ୍ଥ ରଖିଥାଏ।

କମ୍ ତେଲ ଓ ମସଲା ଖାଆନ୍ତୁ- ଅଧିକ ତେଲ ଏବଂ ମସଲାଯୁକ୍ତ ଖାଦ୍ୟ ଯକୃତ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ତେଣୁ, ପ୍ରତିଦିନ ତେଲ କମ୍ ଓ ସନ୍ତୁଳା ଖାଦ୍ୟ ଖାଆନ୍ତୁ। ଯଥା ସମ୍ଭବ କମ୍ ତେଲରେ ରୋଷେଇ ପନିପରିବା ଗ୍ରହଣ କରନ୍ତୁ।

ବ୍ୟାୟାମ ଗୁରୁତ୍ୱପୂର୍ଣ୍ଣ- ଯକୃତ ହେଉ କିମ୍ବା ଅନ୍ୟ କୌଣସି ଅଙ୍ଗ, ଚର୍ବି ହେଉଛି ସବୁଠାରୁ ବଡ ଶତ୍ରୁ। ଏଥିପାଇଁ ପ୍ରତିଦିନ କିଛି ଶାରୀରିକ କାର୍ଯ୍ୟକଳାପ କରନ୍ତୁ, ଯାହା ଫଳରେ ଶରୀରରୁ ଚର୍ବି ଜମାଟ ବାନ୍ଧିବ ନାହିଁ।

Health Tip

କୋଲ୍ଡ ଡ୍ରିଙ୍କ୍ସ ଏବଂ ମଦ୍ୟପାନରୁ ଦୂରରେ ରୁହନ୍ତୁ- ଅଧିକ ଚିନିଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ବଜାରରେ ଉପଲବ୍ଧ ପ୍ୟାକେଜ୍ ଜୁସ୍ ଏବଂ ମୃଦୁ ପାନୀୟ ପିଅନ୍ତୁ ନାହିଁ । ମଦ୍ୟପାନ ଯକୃତର ଶତ୍ରୁ, ତେଣୁ ସର୍ବପ୍ରଥମେ ମଦ୍ୟପାନ ଅଭ୍ୟାସକୁ ଦୂରାନ୍ତୁ ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+