Health Tips: ସକାଳୁ ଉଠିବା ପୂର୍ବରୁ କଣ କରିବା ଉଚିତ୍ ? କଣ କଲେ ଶୁଭ ହୁଏ ?
ପ୍ରତ୍ୟେକ ସକାଳ ହେଉଛି ଦିନର ଆରମ୍ଭ ହୋଇଥାଏ । ଆପଣଙ୍କ ଦିନ କେମିତି କଟି ଆପଣ ସେ କଥା ସକାଳୁ ଅନୁଭବ କରନ୍ତି । ସମସ୍ତେ ଚାହିଁନ୍ତି ସେମାନଙ୍କର ପୂରା ଦିନ ଶୁଭମୟ ହେଉ ବୋଲି । ତେବେ ସକାଳୁ ଉଠି ଏମିତି କଣ କଲେ ଦିନଟି ଶୁଭମୟ ହୋଇଥାଏ ? କଣ କରିବା ଉଚିତ୍ ଆଉ କରିବା ଉଚିତ୍ ନୁହେଁ ? ଆପଣ ଜାଣିଛନ୍ତି ପ୍ରତିଦିନ ସକାଳୁ ଉଠିବା ଆଗକୁ କେଉଁ ଦେବୀ କିମ୍ବା ଦେବତାଙ୍କୁ ଡାକିଲେ ଦିନଟି ଶୁଭମୟ ହେବ । ତେବେ ଆସନ୍ତୁ ସେହି ବିଷୟରେ ଅଧିକ କିଛି ଆଜି ଜାଣିବା...
ପ୍ରତି ଦିନ ଉଭୟ ପୁରୁଷ ଏବଂ ମହିଳାମାନେ ଭୋର ୫ଟାରୁ ଉଠିବା ଦରକାର କାରଣ ଏହି ସମୟ ହେଉଛି ଅତ୍ୟନ୍ତ ଶୁଭ ସମୟ । ଏହି ସମୟରେ ଭଗବାନଙ୍କୁ ଡାକିଲେ ଭଗବାନ ଆର୍ଶ୍ରିବାଦ ପ୍ରଦାନ କରନ୍ତି । ସେହି ପରି ଆପଣମାନେ ପ୍ରତିଦିନ ସକାଳୁ ଉଠି ଯଦି ମାଆ ଦୁର୍ଗର୍ତିନାଶିନୀ ଦୁର୍ଗାଙ୍କୁ ଦୁଇ ଥର ଡାକିବେ ସେମାନେଙ୍କର ଦିନଟି ଅତ୍ୟନ୍ତ ଶୁଭଙ୍କର ହୋଇଥାଏ । ଅନ୍ଧାରକାରରେ ଯେଉଁ ଭଳି ଭାବେ ସୂର୍ଯ୍ୟଙ୍କ କିରଣରେ ଅନ୍ଧାରକାର ଦୂରେ ଯାଏ ସେହିଭଳି ସମସ୍ତଙ୍କର ପାପ ନାଶ ହୋଇଥାଏ । ଏହା ପରେ ନବଗ୍ରହ ଏବଂ ତ୍ରିନାଥ ବ୍ରହ୍ମା,ବିଷ୍ଣୁ, ମହେଶ୍ୱରଙ୍କୁ ସୁମରଣା କରିବେ ।

ବିଶେଷ କରି ମହିଳା ମାନେ ଯେତେବେଳେ ସକାଳୁ ଉଠୁଛନ୍ତି ସେମାନେ ସମସ୍ତେ ସତୀ ନାରୀ ମାନଙ୍କୁ ଡାକିବା ଉଚିତ୍ । ଯଥା, ତାରା, କୁନ୍ତୀ, ମନ୍ଦୋଦରି, ଦ୍ରୌପଦୀ, ଅହଲ୍ୟ ଏମାନଙ୍କୁ ପାଞ୍ଚକନ୍ୟା କୁହାଯାଏ । ଯଦି ଏହି ପାଞ୍ଚ କନ୍ୟାଙ୍କୁ ସୁମରଣା କଲେ ସମସ୍ତ ଅସୁବିଧା ଦୂର ହୋଇଥାଏ ।












Click it and Unblock the Notifications