Health Tips: କେଉଁ ସବୁ ସମସ୍ୟା ଥିଲେ ଫୁଲକୋବି ଖାଇବା ଅନୁଚିତ୍ ?

ଶୀତଋତୁରେ ଉତ୍ପାଦିତ ହେଉଥିବା ବିଭିନ୍ନ ପରିବା ମଧ୍ୟରୁ ଫୁଲକୋବି ଅନ୍ୟତମ । ଅନେକ ଫୁଲକୋବି ଖାଇବାକୁ ବେଶ୍ ପସନ୍ଦ କରନ୍ତି । ଭିଟାମିନ୍ ଭରପୂର ପରିମାଣରେ ଥାଏ। ଫୁଲକୋବିରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ।

ଏଥିରେ ଭିଟାମିନ୍ ସି, ଭିଟାମିନ୍ ଏ, ଭିଟାମିନ୍ ବି ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ। ତଥାପି ଫୁଲକୋବି ସମସ୍ତଙ୍କ ପାଇଁ ଉପକାରୀ ନୁହେଁ। କେତେକ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଲୋକେ ଫୁଲକୋବି ଖାଇବା ଉଚିତ୍ ନୁହେଁ। କେଉଁମାନଙ୍କ ଶରୀର ପାଇଁ ଫୁଲକୋବି ଅପକାରୀ, ଜାଣନ୍ତୁ...

Health Tips

ଗ୍ୟାଷ୍ଟିକ ସମସ୍ୟା- ଯେଉଁମାନଙ୍କର ଗ୍ୟାଷ୍ଟିକ୍ ଏବଂ ଅମ୍ଳତା ସମସ୍ୟା ଥାଏ, ସେମାନେ ଅଳ୍ପ ପରିମାଣର ଫୁଲକୋବି ଖାଇବା ଉଚିତ୍। ଏଥିରେ କାର୍ବୋହାଇଡ୍ରେେଟ୍ ଥିବାରୁ ହଜମ ସମସ୍ୟାକୁ ବଢାଇପାରେ। ତେଣୁ ନିୟମିତ ଭାବେ ଗ୍ୟାଷ୍ଟିକ ସମସ୍ୟାର ସମ୍ମୁଖୀନ ହେଉଥିଲେ କମ୍ ପରିମାଣରେ କିମ୍ବା ଆଦୌ ଫୁଲକୋବି ଖାଆନ୍ତୁ ନାହିଁ।

ଗର୍ଭାବସ୍ଥାରେ ଫୁଲକୋବି ଖାଆନ୍ତୁ ନାହିଁ- ଗର୍ଭାବସ୍ଥାରେ ମଧ୍ୟ ଫୁଲକୋବି ଖାଇବାଠାରୁ ଦୂରେଇ ରହିବା ଉଚିତ୍। ଏହା ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିପାରେ। ବିଶେଷକରି ଗର୍ଭାବସ୍ଥାରେ ଏହା ଗ୍ୟାସ୍ ଓ ଅମ୍ଳତା ସମସ୍ୟା ସୃଷ୍ଟି କରିପାରେ।

ଥାଇରଏଡ୍ ରୋଗୀ- ଯଦି ଥାଇରଏଡ୍ ସମସ୍ୟା ଅଛି, ତେବେ ଫୁଲକୋବି ଖାଆନ୍ତୁ ନାହିଁ। ଏହା ଥାଇରଏଡ ସମସ୍ୟାକୁ ଆହୁରି ବଢାଇପାରେ। ଫୁଲକୋବି ଖାଇବା ଦ୍ୱାରା ଥାଇରଏଡ ଗ୍ରନ୍ଥିରେ ଆୟୋଡିନ୍ ବ୍ୟବହାର କରିବାର କ୍ଷମତା କମିଯାଏ। ଫୁଲକୋବି ବିଶେଷତଃ T3 ଏବଂ T4 ହରମୋନର ସ୍ତରକୁ ପ୍ରଭାବିତ କରିଥାଏ। ତେଣୁ, ଥାଇରଏଡ୍ ରୋଗୀ ଯଥା ସମ୍ଭବ କମ୍ ପରିମାଣର ଫୁଲକୋବି ଖାଇବା ଠିକ୍ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+