Health Tips: ହୃଦଘାତ ଓ ବ୍ରେନଷ୍ଟୋକ ମଧ୍ୟରେ କ'ଣ ପ୍ରାର୍ଥକ୍ୟ ?
ତେବେ ଆସନ୍ତୁ ଜାଣିବା ହୃଦଘାତ ଓ ବ୍ରେନଷ୍ଟୋକ ମଧ୍ୟରେ କ'ଣ ପ୍ରାର୍ଥକ୍ୟ ରହିଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଏଣକି ପ୍ରତ୍ୟେକ ବୟସର ମଣିଷଙ୍କ କ୍ଷେତ୍ରରେ ହୃଦଘାତ ଓ ବ୍ରେନଷ୍ଟୋକ ଶିକାର ହେବା ଦେଖିବାକୁ ମିଳୁଛି । ପ୍ରାରମ୍ଭିକ ସମୟରେ ଏହି ଦୁଇଟିର ଲକ୍ଷଣ ସମାନ ହୋଇଥାଏ। ତେଣୁ ହୃଦଘାତ ହୋଇଛି ନା ବ୍ରେନଷ୍ଟୋକ ହୋଇଛି ତାହା ବୁଝିବା କଷ୍ଟକର ହୋଇଥାଦଏ। ତେଣୁ ରୋଗୀଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇ ଚିକିତ୍ସା କରାଇ ନେବା ଉଚିତ।

ହୃଦଘାତ ହୃଦସ୍ପନ୍ଦନ ହୃତପିଣ୍ଡକୁ ରକ୍ତ ପ୍ରବାହ ହ୍ରାସ କିମ୍ବା ଅବରୋଧ ହେତୁ ହୁଏ। ହୃଦୟକୁ ରକ୍ତ ପରିବହନ କରୁଥିବା ଧମନୀରେ ଚର୍ବି, ଏବଂ ଅନ୍ୟାନ୍ୟ ପଦାର୍ଥ ଜମା ହେବା ଯୋଗୁଁ ଏହି ସମସ୍ୟା ଦେଖାଦିଏ। ରକ୍ତଚାପ ବୃଦ୍ଧି ବି ହୃଦଘାତର ମୁଖ୍ୟ କାରଣ ବୋଲି ବିବେଚନା କରାଯାଏ।
ହୃଦଘାତ ହେବା ସମୟରେ ସାଧାରଣତଃ ଛାତିରେ, ବାମ ହାତ, ଉପର ପିଠି, ପେଟ କିମ୍ବା ଫୁସଫୁସରେ ଯନ୍ତ୍ରଣା ହୋଇଥାଏ। ହୃଦଘାତରେ ହେବା ସମୟରେ ବ୍ୟକ୍ତିଙ୍କୁ ନିଶ୍ୱାସ ନେବା, ଝାଳ ବାହାରିବା ଏବଂ ବାନ୍ତି ହେବାର ସମସ୍ୟା ମଧ୍ୟ ଦେଖାଯାଏ। ଏହି ଲକ୍ଷଣଗୁଡ଼ିକୁ ଗମ୍ଭୀରତାର ସହ ନେବା ଉଚିତ।
ସେହିପରି ଯେତେବେଳେ ମସ୍ତିଷ୍କକୁ ରକ୍ତ ପ୍ରବାହ ବନ୍ଦ ହୋଇଯାଏ କିମ୍ବା ମସ୍ତିଷ୍କର କୌଣସି ରକ୍ତବାହୀ ନଳୀ ଫାଟିଯାଏ, ସେତେବେଳେ ଷ୍ଟ୍ରୋକ୍ କିମ୍ବା ମସ୍ତିଷ୍କ ଆକ୍ରମଣ ହୁଏ। ଏହାଦ୍ବାରା ମସ୍ତିଷ୍କକୋଷଗୁଡ଼ିକୁ ମରିଯିବାକୁ ଆରମ୍ଭ କରିଥାଆନ୍ତି। ଯାହାଫଳରେ ମଣିଷ ଶରୀରର ଅଙ୍ଗପ୍ରତ୍ୟେଙ୍ଗଗୁଡ଼ିକ କାମ କରି ନଥାଏ। ଏମିତି କି ମଣିଷର ମୃତ୍ୟୁ ବି ହୋଇଯାଇଥାଏ।
ବ୍ରେନ୍ ଷ୍ଟ୍ରୋକ୍ ସମସ୍ୟା ସାଧାରଣତଃ ପ୍ରବଳ ମୁଣ୍ଡବିନ୍ଧା ସୃଷ୍ଟି କରେ। ଏହା ବ୍ୟତୀତ ପକ୍ଷାଘାତ ଓ ମୁହଁ ଗୋଟିଏ ପାର୍ଶ୍ୱକୁ ବଙ୍କି ଯିବା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ।












Click it and Unblock the Notifications