Health Tips: ବ୍ରେନ୍ ଷ୍ଟ୍ରୋକ୍ କ'ଣ, କଣ ରହିଛି ଲକ୍ଷଣ ? କେମିତି ନେବେ ଯତ୍ନ?
Health Tips: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ 'ଷ୍ଟ୍ରୋକ' ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି । ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ 'ଷ୍ଟ୍ରୋକ' ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି । ଜଣେ ବ୍ୟକ୍ତି ସମ୍ମୁଖୀନ ହେଉଥିବା ଗୁରୁତର ସ୍ବାସ୍ଥ୍ୟଜନିତ ସମସ୍ୟାଗୁଡିକ ମଧ୍ୟରୁ ବ୍ରେନ୍ ଷ୍ଟ୍ରୋକ୍ ଅନ୍ୟତମ। ତେବେ ଏହାର କାରଣ ସମ୍ପର୍କରେ ଆମେ ଅବଗତ ହେବା ନିହାତି ଦରକାର। ଅଧିକାଂଶ ସମୟ ଟେନସନରେ ରହିବା, ଡାଇବେଟିସ୍, ନିଶାଦ୍ରବ୍ୟ ସେବନ, ମେଦବହୁଳତା, କୋଲେଷ୍ଟରଲ ପରିମାଣ ଅସନ୍ତୁଳିତ ହେବା ଏହାର ପ୍ରମୁଖ କାରଣ।
ବ୍ରେନ୍ ଷ୍ଟ୍ରୋକର କେତୋଟି ପ୍ରାରମ୍ଭିକ ଲକ୍ଷଣ ରହିଛି । ଆପଣଙ୍କ ହାତଗୋଡ ବଳହୀନ ଲାଗୁଛି କି ? ଏହି ସମୟରେ ଏପରି ଅନୁଭବ ହୁଏ ଯେ, ସତେଯେମିତି ସମଗ୍ର ଶରୀର ଶକ୍ତିହୀନ ହୋଇପଡୁଛି । ଏପରି ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ବ୍ରେନ୍ ଷ୍ଟ୍ରୋକ୍ ହେବା ମାତ୍ରେ କଥା କହିବା ଶକ୍ତି ଧୀରେ ଧୀରେ ଦୁର୍ବଳ ହୋଇପଡେ। ସଂପୃକ୍ତ ବ୍ୟକ୍ତିଙ୍କର ମୁଖ ମଣ୍ଡଳ ଗାମ୍ଭୀର୍ଯ୍ୟ ଦେଖାଯାଏ। ସେ ହସିବାକୁ ଚେଷ୍ଟା କଲେ ମଧ୍ୟ ହସି ପାରି ନଥାନ୍ତି। ବ୍ରେନ୍ ଷ୍ଟୋକ୍ ହେବା ମାତ୍ରେ ଜଣେ ବ୍ୟକ୍ତି ଆଦୌ ଚାଲି ପାରନ୍ତି ନାହିଁ। ଏପରି କି ସେ ସିଧା ଠିଆ ହୋଇପାରି ନଥାନ୍ତି। ଏଭଳି ସମସ୍ୟା ଦେଖାଦେଲେ ତୁରନ୍ତ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଏ। ଯଦି ସେଥିରୁ ଉପଶମ ନ ମିଳେ ଏବଂ ତାହା ବଢ଼ି ବଢ଼ି ଚାଲେ ତେବେ ତାହାକୁ ବ୍ରେନ୍ ଷ୍ଟ୍ରୋକ୍ର ଲକ୍ଷଣ ଭାବରେ ନିଆଯାଇଥାଏ।

ଯଦି କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୁଏ ନାହିଁ ଏବଂ ମସ୍ତିଷ୍କର କୋଷିକାଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରେ ନାହିଁ, ତେବେ ଜଣେ ବ୍ୟକ୍ତି ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କ ପକ୍ଷାଘାତର ଶିକାର ହୋଇଥାନ୍ତି । ସେମାନେ ପୂର୍ବ ଭଳି କାର୍ଯ୍ୟ କହିପାରନ୍ତି ନାହିଁ । ତେଣୁ ବ୍ରେନ୍ ଷ୍ଟ୍ରୋକ୍ ପରେ ଆକ୍ରାନ୍ତଙ୍କର ବିଶେଷ ଭାବେ ଯତ୍ନ ନେବାର ଆବଶ୍ୟକତା ରହିଛି ।
ପକ୍ଷାଘାତର ଶିକାର ହୋଇଥିବା ବ୍ୟକ୍ତି ପୂର୍ବ ପରି କାର୍ଯ୍ୟ କରିପାରନ୍ତି ନାହିଁ, କଥା କହିପାରନ୍ତି ନାହିଁ, ଭାଷାର ଆଦାନ ପ୍ରଦାନ କରିପାରନ୍ତି ନାହିଁ କିମ୍ବା ନିଜ କାମ ନିଜେ ମଧ୍ୟ କରିବାକୁ ସକ୍ଷମ ହୋଇପାରନ୍ତି ନାହିଁ । ତେଣୁ ଷ୍ଟ୍ରୋକ୍ ପରବର୍ତ୍ତୀ ପରିଚାଳନାର ବିଶେଷ ଗୁରୁତ୍ୱ ରହିଛି ବୋଲି ଡାକ୍ତର କୁହନ୍ତି।
ଷ୍ଟ୍ରୋକ୍ ଯୋଗୁଁ ପକ୍ଷାଘାତର ଶିକାର ହୋଇଥିବା ବ୍ୟକ୍ତି ଶୀଘ୍ର ସୁସ୍ଥ ହେବା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେବାର ଆବଶ୍ୟକତା ରହିଛି। ପକ୍ଷାଘାତ ଆକ୍ରାନ୍ତ ସୁସ୍ଥ ହେବା ପାଇଁ ଡାକ୍ତରଙ୍କ ସହ ଫିଜିଓଥେରାପିଷ୍ଟ, ସ୍ପିଚ୍ ଥେରାପିଷ୍ଟ, ଅକୁପେସ୍ନାଲ ଥେରାପିଷ୍ଟ, ମାନସିକରୋଗ ବିଶେଷଜ୍ଞ ତଥା ମନସ୍ତତ୍ୱବିତ୍ ଏବଂ ପରିବାରର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ।












Click it and Unblock the Notifications