ସକାଳୁ ଶୀଘ୍ର ଉଠିଲେ କଣ ହୁଏ ? ସକାଳୁ ଶୀଘ୍ର ଉଠିଲେ ଫାଇଦା ମିଳେ କି ?
ସକାଳୁ ଶୀଘ୍ର ଉଠିଲେ କଣ ହୁଏ ? ସକାଳୁ ଶୀଘ୍ର ଉଠିଲେ ଫାଇଦା ମିଳେ କି ? ଆପଣ ନିଶ୍ଚୟ ଶୁଣିଥିବେ ସକାଳୁ ଶୀଘ୍ର ଉଠିବା ଶରୀର ପାଇଁ ଭଲ। କିନ୍ତୁ ଆମେ ବହୁତ କମ୍ ଜଣଙ୍କୁ ଦେଖିବା ଯେଉଁମାନେ ସକାଳୁ ଉଠନ୍ତି । ଆପଣ ଯାହାକୁ ବି ହେଲଥ୍ ଟିପ୍ସ୍ ମାଗିବେ ପ୍ରଥମେ ସେ ସକାଳୁ ଉଠିବାକୁ ହିଁ ପରାମର୍ଶ ଦେବେ । ତେବେ ଆପଣ ଏହାର ଫାଇଦା ବିଷୟରେ ଜାଣିଲେ ସକାଳୁ ଉଠିବା ପାଇଁ ମଧ୍ୟ ଚେଷ୍ଟା କରିବେ ।
ସକାଳୁ ଉଠିବା ଯୋଗୁ ଆମ ଶରୀରକୁ ପୋଷଣ ମିଳିଥାଏ। ଶୀଘ୍ର ଉଠି ଆପଣ ଯଦି ବାହାରକୁ ବୁଲାବୁଲି କରିବାକୁ ଯାଉଛନ୍ତି ବା ଚାଲୁଛନ୍ତି, ତାହାଲେ ଏହା ଆପଣଙ୍କ ଶରୀରକୁ ଅନେକ ଫାଇଦା ଦେଇଥାଏ। ତେବେ ଆପଣଙ୍କ ଦିନ ସକାଳୁ ଉଠି ବାହାରେ ବୁଲାବୁଲି କରିବାରୁ ଆରମ୍ଭ କରନ୍ତୁ।

ସକାଳେ ଉଠିବା ଏବଂ ଚାଲିବା ଏବଂ ବ୍ୟାୟାମ କରିବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ ଏବଂ ମେଦବହୁଳତା ହ୍ରାସ ହୋଇଥାଏ । ତେଣୁ ଜଣେ ସକାଳେ ଉଠିବା ଉଚିତ୍ । ସକାଳୁ ଉଠିବା ଦ୍ବାରା ହଜମ ପ୍ରକ୍ରିୟା ସୁସ୍ଥ ରହେ । ପେଟ ସଫା ହୋଇଥାଏ ।
ସଠିକ୍ ସମୟରେ ଖାଦ୍ୟ ଖାଇପାରିବେ
ସକାଳୁ ଉଠିବାର ଆଉ ଏକ ଫାଇଦା ମଧ୍ୟ ହୋଇଥାଏ । ଆମେ ଯଦି ଡେରିରେ ଉଠିଥାଉ ତାହାଲେ ସକାଳ ଜଳଖିଆ ଖାଇବା ସମୟ ଗଡ଼ି ଯାଇଥାଏ । ଏହା ଆମ ଶରୀର ପାଇଁ ଆଦୌ ଭଲ ନୁହେଁ । ତେବେ ଆପଣ ସକାଳେ ଉଠିଲେ ଜଳଖିଆ ପେଟ ପୁରା ଖାଆନ୍ତୁ । ଏହା କଳେ ଆପଣଙ୍କର ଗ୍ୟାସ୍ ସମସ୍ୟା ନ ହେବା ସହ ଦିନସରା ସତେଜତା ଅନୁଭବ କରିବେ ।
ସକରାତ୍ମକ ପ୍ରଭାବ ପକାଏ
ସକାଳୁ ଉଠିବାର ଆଉ ଏକ ଫାଇଦା ହେଲା ଯେ, ଆପଣଙ୍କ ଉପରେ ଏହା ସକରାତ୍ମକ ପ୍ରଭାବ ପକାଇଥାଏ । ଦିନସାରା ବ୍ୟସ୍ତ ରହି କାମ କରିବା ପାଇଁ ଏହା ଆପଣଙ୍କୁ ଶକ୍ତି ଦିଏ । କୌଣସି କାମ କରିବା ଆଗରୁ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରିଥାଏ ।












Click it and Unblock the Notifications