Health Tips: ଅଧିକ ପାଣି ପିଇଲେ କଣ ହୁଏ ?

ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। ଏହା ଅକ୍ଷରେ ଅକ୍ଷରେ ସତ୍ୟ। ଏହାକୁ ଆମ ଶରୀର କ୍ଷେତ୍ରରେ ମଧ୍ୟ ଉପଯୋଗ କରାଯାଇପାରିବ। ଆମେ ଜାଣନ୍ତି, କମ୍ ପାଣି ପିଇଲେ ବା ଶରୀରରୁ ଜଳୀୟ ଅଂଶ ହ୍ରାସ ପାଇଲେ, ତାହା ଜୀବନପ୍ରତି ଘାତକ ସାଜିଥାଏ। ତେବେ ଆପଣ ଜାଣନ୍ତି କି, ଅଧିକ ପାଣି ପିଇବା ମଧ୍ୟ ଶରୀର ପ୍ରତି ହାନିକାରକ। ଏହା ଜୀବନ ମଧ୍ୟ ନେଇପାରେ।

କାନାଡ଼ାର ମ୍ୟାକ୍‌ଗିଲ ୟୁନିଭର୍ସିଟି ହେଲ୍‌ଥ ସେଣ୍ଟରର ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ଏକ ଟିମ୍ ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଆବଶ୍ୟକତାଠାରୁ ଅଧିକ ପାଣି ପିଇଲେ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ସ୍ୱାସ୍ଥ୍ୟ ସମସ୍ୟା ହାଇପୋନେଟ୍ରୀମିଆ (Hyponatremia)ର ଆଶଙ୍କା ବହୁମାତ୍ରାରେ ବଢ଼ିଯାଏ।

ଗବେଷକମାନେ କହିଛନ୍ତି, ଅଧିକ ପାଣି ପିଇଲେ ରକ୍ତରୁ ସୋଡିୟମର ପରିମାଣ ହ୍ରାସ ପାଏ। ଏହା ଦ୍ୱାରା ମସ୍ତିଷ୍କ ଫୁଲିଯାଏ ଓ ଏହାକୁ ହାଇପୋନେଟ୍ରୀମିଆ କୁହାଯାଏ। ବିଶ୍ୱ ପ୍ରସିଦ୍ଧ ମାର୍ଶଲ ଆର୍ଟିଷ୍ଟ ଓ ଅଭିନେତା ବ୍ରୁସ୍‌ ଲୀ'ଙ୍କର ଏହି ହାଇପୋନେଟ୍ରୀମିଆ ଯୋଗୁ ହିଁ ମୃତ୍ୟୁ ହୋଇଥିଲା। ମାତ୍ର ୩୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା। ସେତେବେଳେ ତାଙ୍କୁ ଦେଖିଥିବା ଡାକ୍ତରମାନେ ପେନ୍ କିଲର ସେବନ ଯୋଗୁ ତାଙ୍କ ମସ୍ତିଷ୍କ ଫୁଲି ଯାଇଥିଲା ବୋଲି କହିଥିଲେ। କିନ୍ତୁ ମୃତ୍ୟୁର ପ୍ରାୟ ୫୦ ବର୍ଷ ପରେ ଜଣାପଡ଼ିଲା ଯେ ଅଧିକ ପାଣି ପିଇବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

Health Tips

ଏହି ଗବେଷଣାର ରିପୋର୍ଟରେ ଆହୁରି କୁହାଯାଇଛି, ଆମ ଜୀବନ ପାଇଁ ଜଳ ବହୁତ ଜରୁରୀ। ଏହା ଶରୀରକୁ ହାଇଡ୍ରେଟ୍ ରଖେ। ଶରୀରରେ ପାଣି କମ୍ ହୋଇଗଲେ ଉପୁଜୁଥିବା ସ୍ଥିତିକୁ ଡିହାଇଡ୍ରେସନ କୁହାଯାଏ। ସେହିପରି ଶରୀରରେ ଅଧିକ ଜଳ ହୋଇଗଲେ, ତାକୁ ଓଭରହାଇଡ୍ରେସନ କୁହାଯାଏ। ଯେତେବେଳେ ଆମ ଶରୀରକୁ ଆବଶ୍ୟକତାଠାରୁ ଅଧିକ ଜଳ ପ୍ରବେଶ କରେ, କିଡ୍‌ନୀ ଅତିରିକ୍ତ ତରଳ ପଦାର୍ଥକୁ ନିଷ୍କାସନ କରିପାରେ ନାହିଁ। ସେହିଭଳି ଅଧିକ ପାଣି ପିଇଲେ ସୋଡିୟମର ମାତ୍ରା ହ୍ରାସ ପାଏ। ଶରୀରରୁ ସୋଡ଼ିୟମର ପରିମାଣ କମିଗଲେ ମୁଣ୍ଡ ବ୍ୟଥା ଓ ବାନ୍ତି ହୋଇଥାଏ। ହାଲିଆ ଲାଗେ। ଏହା ସହିତ ମସ୍ତିଷ୍କ ଫୁଲି ଯାଏ।

ଏମିତି ସ୍ଥିତିରେ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ, ଆମେ ଗୋଟିଏ ଦିନରେ କେତେ ପାଣି ପିଇବା ଉଚିତ। ସାଧାରଣତଃ ଶାରୀରିକ ସ୍ଥିତି, ଯେମିତିକି- ଉଚ୍ଚତା, ଓଜନ ଅନୁସାରେ ପାଣିର ମାତ୍ରା ବଢ଼ିପାରେ ବା କମିପାରେ। ସେହିପରି ଜଣେ ପ୍ରତିଦିନ କେତେ ସମୟ ବ୍ୟାୟାମ କରୁଛି, ସେହି ଅନୁସାରେ ମଧ୍ୟ ପାଣିର ପରିମାଣ ବଢ଼ିପାରେ ବା କମିପାରେ। କିନ୍ତୁ ମୋଟାମୋଟି ଭାବେ କହିବାକୁ ଗଲେ ଜଣେ ବ୍ୟକ୍ତି ଦିନକୁ ୮ରୁ ୧୦ ଗ୍ଲାସ ପାଣି ପିଇବା ଆବଶ୍ୟକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+