Health Tips: ସକାଳ ଜଳଖିଆ ନ ଖାଇଲେ କଣ ହୁଏ ?

ସକାଳ ଜଳଖିଆକୁ ସାଧାରଣତଃ ଦିବସର ଶ୍ରେଷ୍ଠ ଭୋଜନ ଭାବେ ପରିଗଣନା କରାଯାଏ। ରାତି ସାରା ଅବଶ ହୋଇ ପଡ଼ିଥିବା ଶରୀରକୁ ଶକ୍ତି ଓ ସତେଜତା ଯୋଗାଇବା ସହ ସୁସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ପୋଷକର ଚାହିଦା ମେଣ୍ଟାଇଥାଏ। ମାତ୍ର ଆଜିର ବ୍ୟସ୍ତବହୁଳ ଜୀବନରେ ଦିବସର ଏହି ଗୁରୁତ୍ବପୂର୍ଣ୍ଣ ପ୍ରଥମ ଭୋଜନକୁ ଆମମାନଙ୍କ ଭିତରୁ ଅନେକ ଅଣଦେଖା କରିଥା'ନ୍ତି। ମାତ୍ର ଏହା ଦ୍ବାରା ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ।

ପ୍ରତ୍ୟହ ସକାଳେ ଜଳଖିଆ ଗ୍ରହଣ ନକଲେ କ'ଣ ସବୁ ଅସୁବିଧା ହୋଇଥାଏ, ଆଜି ସେ ବାବଦରେ ଅବଗତ ହେବା। ପ୍ରଥମତଃ ସକାଳେ ଜଳଖିଆ ଖାଇ ନଥିଲେ ଆମ ଶରୀର ଯେ କୌଣସି ବି ଖାଦ୍ୟ ପାଇଁ ବ୍ୟାକୁଳ ହୋଇଥାଏ ।

ଫଳରେ ଆବଶ୍ୟକତା ଠାରୁ ଅଧିକ ଖାଇବା ସହ ଉଚ୍ଚ କ୍ୟାଲୋରି ଯୁକ୍ତ ଓ ଶର୍କରା ସଂପନ୍ନ ଖାଦ୍ୟ ଖାଇବାକୁ ମନ ହୋଇଥାଏ। ଏହାଦ୍ବାରା ଓଜନ ବୃଦ୍ଧିର ଆଶଙ୍କା ସୃଷ୍ଟି ହୁଏ ।

ସେହିପରି ପୂର୍ବରୁ ଏକ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ଯେ ଯେଉଁମାନେ ଆଦୌ ସକାଳ ଜଳଖିଆ ଖାଆନ୍ତି ନାହିଁ, ସେମାନଙ୍କର ନିୟମିତ ଜଳଖିଆ ଖାଉଥିବା ଲୋକଙ୍କ ତୁଳନାରେ ହୃଦ୍‌ଘାତ ମୃତ୍ୟୁ ଆଶଙ୍କା ୮୭ ପ୍ରତିଶତ ଅଧିକ। ଅପରପକ୍ଷେ, ସକାଳ ଜଳଖିଆ ନ ଖାଇବା ଦ୍ବାରା ଶରୀରରେ ଅମ୍ଳତ୍ବ ସ୍ତର ବଢ଼ିଯାଇଥାଏ। ଶରୀର ଯେତେବେଳେ ଭୋକିଲା ଥାଏ ଓ ପୋଷକ ଆବଶ୍ୟକ କରୁଥାଏ,ଏହା ସ୍ବାଭାବିକ ଭାବେ ଖାଦ୍ୟ ହଜମକୁ ସୁଗମ କରିବା ଲାଗି ଅମ୍ଳ ଝରାଇ ପାକସ୍ଥଳୀ ଭିତରକୁ ଛାଡ଼ିଥାଏ। ଯଦି ଏହି ଅମ୍ଳ ପାଚନରେ ବ୍ୟବହୃତ ହେବା ପାଇଁ ଆବଶ୍ୟକ ପରିମାଣର ଖାଦ୍ୟ ନ ପାଏ, ତେବେ ଅମ୍ଳ ସ୍ତର ବଢ଼ିଯାଇ ତାହା ପାକସ୍ଥଳୀ ଓ ଖାଦ୍ୟ ନଳୀ ସମେତ ହୃତ୍‌ପିଣ୍ଡକୁ ମଧ୍ୟ ପ୍ରଭାବିତ କରିଥାଏ ।

ସେହିପରି ସକାଳ ଜଳଖିଆକୁ ଅବହେଳା କଲେ ରକ୍ତ ଶର୍କରା ସ୍ତର ଖସିଯାଇଥାଏ। ସେଥି ଯୋଗୁଁ ମନରେ ଚିଡ଼ିଚିଡ଼ା ଭାବ ଆସିବା ସହ ଜଣେ କ୍ଳାନ୍ତି ଅନୁଭବ କରିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+