Health Tips: ସକାଳ ଜଳଖିଆ ନ ଖାଇଲେ କଣ ଅସୁବିଧା ହୁଏ ? ଏହି ସବୁ ରୋଗ ହୋଇପାରେ

ସାରାଦିନର ଖାଦ୍ୟ ଅପେକ୍ଷା ସକାଳ ଜଳଖିଆ ଅଧିକ ଆବଶ୍ୟକ ହୋଇଥାଏ। ସକାଳୁ ଜଳଖିଆ ନ ଖାଇବା ଦ୍ୱାରା ଶରୀର ଉପରେ ବହୁ ଖରାପ ପ୍ରଭାବ ପଡ଼ିବା ସହ ବିଭିନ୍ନ ରୋଗ ହେବାର ସମ୍ଭାବନା ମଧ୍ୟ ଥାଏ। ତେବେ ଆସନ୍ତୁ ଜାଣିବା ପ୍ରାତଃଭୋଜନ ନକରିବା ଦ୍ୱାରା ଶରୀରର କ'ଣ କ୍ଷତି ହୋଇଥାଏ -

୧. ମଧୁମେହ :
ସକାଳ ଜଳଖିଆ ନକରିବା ଦ୍ୱାରା ମଧୁମେହ ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ହାର୍ଭାର୍ଡ଼ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେଉଁମାନେ ପ୍ରାତଃଭୋଜନ କରନ୍ତି ନାହିଁ ସେମାନଙ୍କୁ ଟାଇପ୍‍-୨ ମଧୁମେହ ହେବାର ସମ୍ଭାବନା ୨୦ ପ୍ରତିଶତ ଅଧିକ ରହିଛି।

୨. ଓଜନ ବୃଦ୍ଧି :
ବହୁ ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତ୍ୟେକଦିନ ପ୍ରାତଃଭୋଜନ କରିବା ଦ୍ୱାରା ଶରୀରର ଓଜନ ସଠିକ୍‍ ଭାବେ ବଜାୟ ରହିଥାଏ। ଏହାଛଡ଼ା ଅନ୍ୟ ଏକ ତଥ୍ୟ ସାମ୍ନାକୁ ଆସିଛି ଯେ ଯେଉଁମାନେ ସକାଳ ଜଳଖିଆ କରି ନ ଥାଆନ୍ତି ସେମାନେ ମଧ୍ୟାହ୍ନ ଓ ରାତ୍ରୀ ଭୋଜନରେ ଅଧିକ ଖାଦ୍ୟ ଖାଇଥାଆନ୍ତି।

୩. ବିପାକ କ୍ରିୟା(ମେଟାବୋଲିଜିମ୍‍) ଉପରେ ପ୍ରଭାବ :
ପ୍ରାତଃଭୋଜନ ନକରିବା ଦ୍ୱାରା ଶରୀରର ବିପାକ କ୍ରିୟାରେ କ୍ଷତି ପହଞ୍ôଚଥାଏ। କେବଳ ପ୍ରାତଃଭୋଜନ ନୁହେଁ ପ୍ରତ୍ୟେକ ସମୟର ଭୋଜନ ସଠିକ୍‍ ଭାବେ କରିବା ଆବଶ୍ୟକ। ଅଧିକ ସମୟ ଖାଲିପେଟରେ ରହିବା ଦ୍ୱାରା ଶରୀରର ଶକ୍ତି ଉତ୍ପନ୍ନ କ୍ଷମତା ପ୍ରଭାବିତ ହୋଇଥାଏ।

What are the problems with not eating breakfast

୪. ଭୋକ ଲାଗିବା ସହ କ୍ରୋଧ ଆସିଥାଏ :
ଅଧିକ ସମୟ ପର୍ଯ୍ୟନ୍ତ ଭୋକିଲା ରହିବା ଦ୍ୱାରା ବହୁତ ଲୋକଙ୍କୁ କ୍ରୋଧ ଆସିଥାଏ। ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରତ୍ୟେକଦିନ ସକାଳ ଜଳଖିଆ କରୁଥିବା ବ୍ୟକ୍ତିଙ୍କର ମାନସିକ ସନ୍ତୁଳନ ସକାଳ ଜଳଖିଆ କରୁ ନଥିବା ବ୍ୟକ୍ତିଙ୍କ ଠାରୁ ଭଲ ରହିଥାଏ। ଏହାଛଡ଼ା ପ୍ରାତଃଜୋଜନ ନକରିବା ଦ୍ୱାରା ଶରୀରରେ ରକ୍ତ ଶର୍କରାର ସ୍ତର କମିଯାଇଥାଏ, ଯଦ୍ୱାରା ମୁଣ୍ଡ ବୁଲାଇବା ଓ ମୁଣ୍ଡବ୍ୟଥା ଭଳି ସମସ୍ୟା ଦେଖା ଦେଇଥାଏ।

୫. ପାଟିରୁ ଦୁର୍ଗନ୍ଧ ବାହାରିବା :
ସକାଳ ଜଳଖିଆ ନକରିବା ଦ୍ୱାରା ପାଟିରେ ଲାଳ କମ୍‍ ମାତ୍ରାରେ ତିଆରି ହୋଇଥାଏ। ଏହାଦ୍ୱାରା ଜିଭରେ ଥିବା ଜୀବାଣୁ ଦୂର ହୋଇ ପାରିନଥାଆନ୍ତି, ତେଣୁ ପାଟିରୁ ଦୁର୍ଗନ୍ଧ ବାହାରିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+