Health Tips: ସକାଳ ଜଳଖିଆ ସେବନ ନ କଲେ କଣ ଅସୁବିଧା ହୁଏ ?

ଦିନର ପ୍ରଥମ ଖାଦ୍ୟ ଜଳଖିଆକୁ କୁହାଯାଇଥାଏ। ମାତ୍ର ଅନେକ ଏହାକୁ ସମୟ ଅଭାବ ହେଉ ଅଥବା ଅନ୍ୟ କାରଣରୁ ଅଣଦେଖା କରିଥାଆନ୍ତି। ମାତ୍ର ଏପରି କରୁଥିଲେ ସାବଧାନ ହୋଇ ଯାଆନ୍ତୁ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ।

ଏପରି କରିବା ଶରୀରକୁ ଅନେକ ରୋଗକୁ ନିମନ୍ତ୍ରଣ ଦେବା ସହ ସମାନ। ଏକ ଅଧ୍ୟୟନ ଅନୁଯାୟୀ, ମୋଟାପଣରୁ ରକ୍ଷା ପାଇବା ପାଇଁ ତଥା ଓଜନ ହ୍ରାସ ପାଇଁ ଜଳଖିଆ କରିବା ନିତାନ୍ତ ଜରୁରୀ। କୁହାଯାଇଛି ସଭିଁଙ୍କୁ ରାଜା ଭଳି ସକାଳର ଜଳଖିଆ,ଖରାବେଳର ଖାଦ୍ୟ ରାଜକୁମାର ଭଳି ଓ ରାତି ଖାଦ୍ୟ ଆବଶ୍ୟକ ଅନୁଯାୟୀ କେବଳ ସେବନ କରିବା ଉଚତ। ଜାଣନ୍ତୁ ନିୟମିତ ଭାବେ ଜଳଖିଆ ସେବନ କରିବା ଦ୍ୱାରା କି କି ଉପକାର ମିଳିଥାଏ ।

Health Tips

ନିୟମିତ ଭାବେ ଜଳଖିଆ ଓ ଖରାବେଳର ଖାଦ୍ୟ ,ରାତି ଖାଦ୍ୟ ସେବନ କରିବା ଦ୍ୱାରା ଆମ ଶରୀରକୁ ଆବଶ୍ୟକ ପୋଷକ ତତ୍ତ୍ୱ ଓ ଶକ୍ତି ମିଳିଥାଏ। ୨୦୨୧ରେ ହୋଇଥିବା ଏକ ଅଧ୍ୟୟନରେ ଜଣାପଡିଛି, ନିୟମିତ ସକାଳର ଜଳଖିଆ ସେବନ କରିବା ଦ୍ୱାରା ଶରୀର ଠାରୁ ଅନେକ ରୋଗ ଦୂରେଇ ରହିଥାଏ। ହୃଦୟ ଜନିତ ରୋଗ, ମଧୁମେହ,ମୋଟାପଣ,ଉଚ୍ଚ ରକ୍ତ ଚାପ, କୋଲେଷ୍ଟେରୋଲ୍‍ ଭଳି ଅନେକ ରୋଗ ହେବାର ସମ୍ଭାବନା ଖୁବ କମ ଥାଏ।

ରିପୋର୍ଟ ଅନୁଯାୟୀ, ଜଳଖିଆ ନକରିବା ଦ୍ୱାରା କ୍ୟାଲସିୟମ, ଆଇରନ, ଭିଟାମିନ ଏ, ବି୧,ବି୨,ବି୩, ଭିଟାମିନ ସି ଓ ଡି ମଧ୍ୟ କମ ହୋଇପାରେ। ମଧୁମେହ ରୋଗୀ ସଠିକ ସମୟରେ ଜଳଖିଆ ସେବନ ନକରି ଖରାବେଳର ଖାଦ୍ୟ ଖାଇଲେ ଏହା ରକ୍ତରେ ହଠାତ ଶର୍କରାକୁ ବୃଦ୍ଧି କରିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ।

ଜଳଖିଆ ସେବନ ନକରି ଏକାଥରେ ଖରାବେଳର ଖାଦ୍ୟ ଖାଇଲେ ତାହା ଅଧିକ ସେବନ କରିଥାଆନ୍ତି। ଯାହା ମୋଟପଣ ବୃଦ୍ଧି କରିଥାଏ। ମାତ୍ର ସଠିକ ସମୟରେ ସ୍ୱାସ୍ଥ୍ୟକର ଜଳଖିଆ ସେବନ କରିବା ଦ୍ୱାରା ବାରମ୍ବାର ଭୋକ ଲାଗି ନଥାଏ। କାମ କରିବା ପାଇଁ ଆଗ୍ରହ ହୋଇଥାଏ। ଫଳରେ ମସ୍କିଷ୍କ ଓ ମନ ଶାନ୍ତ ରହିଥାଏ। ଓଜନ ହ୍ରାସରେ ମଧ୍ୟ ସହାୟକ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+