Health Tips: ସକାଳୁ ଶୀଘ୍ର ଉଠିଲେ କଣ ହୁଏ ଫାଇଦା ? ଜାଣନ୍ତୁ

ସକାଳୁ ଉଠିବା ଦ୍ବାରା ଶାନ୍ତ ପରିବେଶକୁ ଅନୁଭବ କରିପାରିବେ । କାରଣ ସକାଳ ପୁରା ଶାନ୍ତ ପରିବେଶ ରହିଥାଏ । ଯାହାଦ୍ବାରା ଆପରଙ୍କ ମନ ଓ ଶରୀରକୁ ସୁସ୍ଥ ରଖିବାରେ ସାହର୍ଯ୍ୟ କରେ।

ଅଳସୁଆ ଲାଗି ନଥାଏ...

ସକାଳୁ ଉଠିଲେ ଆମର ସବୁଠୁ ବଡ଼ ଫାଇଦା ହୋଇଥାଏ ଯେ, ଆମକୁ ଦିନସାରା ଅଳସୁଆ ଲାଗି ନଥାଏ। ଆମେ ପୂରା ଦିନ କାମ କରିବା ପାଇଁ ଶକ୍ତି ପାଇଥାଉ। ସକାଳୁ ଉଠୁଥିବା ଲୋକମାନଙ୍କ ମଧ୍ୟରେ ଭାବିବା ଓ କିଛି କାର୍ଯ୍ୟକୁ ସଠିକ୍‌ ରୂପେ ତୁଲାଇବାର କ୍ଷମତା ଥାଏ। ସକାଳୁ ଉଠୁଥିବା ଲୋକ ରଚନାତ୍ମକ ହୋଇଥାନ୍ତି। ସେମାନଙ୍କର ଏକାଗ୍ରତା ଶକ୍ତି ଅଧିକା ଥାଏ।

Health Tips

ଶରୀରକୁ ପୋଷଣ ମିଳିଥାଏ...
ସକାଳୁ ଉଠିବା ଯୋଗୁ ଆମ ଶରୀରକୁ ପୋଷଣ ମିଳିଥାଏ। ଶୀଘ୍ର ଉଠି ଆପଣ ଯଦି ବାହାରକୁ ବୁଲାବୁଲି କରିବାକୁ ଯାଉଛନ୍ତି ବା ଚାଲୁଛନ୍ତି, ତାହାଲେ ଏହା ଆପଣଙ୍କ ଶରୀରକୁ ଅନେକ ଫାଇଦା ଦେଇଥାଏ। ତେବେ ଆପଣଙ୍କ ଦିନ ସକାଳୁ ଉଠି ବାହାରେ ବୁଲାବୁଲି କରିବାରୁ ଆରମ୍ଭ କରନ୍ତୁ।

ସଠିକ୍‌ ସମୟରେ ଖାଦ୍ୟ ଖାଇପାରିବେ...
ସକାଳୁ ଉଠିବାର ଆଉ ଏକ ଫାଇଦା ମଧ୍ୟ ହୋଇଥାଏ। ଆମେ ଯଦି ଡେରିରେ ଉଠିଥାଉ ତାହାଲେ ସକାଳ ଜଳଖିଆ ଖାଇବା ସମୟ ଗଡ଼ି ଯାଇଥାଏ। ଏହା ଆମ ଶରୀର ପାଇଁ ଆଦୌ ଭଲ ନୁହେଁ। ତେବେ ଆପଣ ସକାଳେ ଉଠିଲେ ଜଳଖିଆ ପେଟ ପୁରା ଖାଆନ୍ତୁ। ଏହା କଳେ ଆପଣଙ୍କର ଗ୍ୟାସ୍‌ ସମସ୍ୟା ନ ହେବା ସହ ଦିନସରା ସତେଜତା ଅନୁଭବ କରିବେ।
ସକରାତ୍ମକ ପ୍ରଭାବ ପକାଏ...
ସକାଳୁ ଉଠିବାର ଆଉ ଏକ ଫାଇଦା ହେଲା ଯେ, ଆପଣଙ୍କ ଉପରେ ଏହା ସକରାତ୍ମକ ପ୍ରଭାବ ପକାଇଥାଏ। ଦିନସାରା ବ୍ୟସ୍ତ ରହି କାମ କରିବା ପାଇଁ ଏହା ଆପଣଙ୍କୁ ଶକ୍ତି ଦିଏ। କୌଣସି କାମ କରିବା ଆଗରୁ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରିଥାଏ।
ସନ୍ତୁଳିତ ଓଜନ ବଜାୟ ରଖିବାରେ ସାହାଯ୍ୟ କରେ...
ସକାଳେ ଉଠିବା ଏବଂ ଚାଲିବା ଏବଂ ବ୍ୟାୟାମ କରିବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ ଏବଂ ମେଦବହୁଳତା ହ୍ରାସ ହୋଇଥାଏ । ତେଣୁ ଜଣେ ସକାଳେ ଉଠିବା ଉଚିତ୍ ।
ରାତିରେ ଠିକ ସମୟରେ ନିଦ ଆସିଥାଏ...
ଯଦି ଶୀଘ୍ର ଉଠନ୍ତି, ତେବେ ରାତିରେ ସହଜରେ ଶୋଇପାରୁଥିବେ । ଫଳରେ ଏହା ଦ୍ବାରା ଏକ ଭଲ ଦୈନନ୍ଦିନ କାର୍ଯ୍ୟ ଅନୁସରଣ କରିବାକୁ ସମର୍ଥ ହେବେ ।
ହଜମ ଭଲ ହୋଇଥାଏ...
ସକାଳୁ ଉଠିବା ଦ୍ବାରା ହଜମ ପ୍ରକ୍ରିୟା ସୁସ୍ଥ ରହେ । ପେଟ ସଫା ହୋଇଥାଏ । ଫଳରେ ଠିକ୍ ସମୟରେ ଖାଦ୍ୟ ଖାଇବାକୁ ଏବଂ ସକାଳେ ସନ୍ତୁଳିତ ଖାଦ୍ୟ ଖାଇବାକୁ ସମୟ ପାଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+