Health Tips: ଡାଳିମ୍ବ ଚୋପାର ଉପକାରିତା କଣ ?ଡାଳିମ୍ବ ଚୋପା ଚା' କିପରି ପ୍ରସ୍ତୁତ କରିବେ?

ଡାଳିମ୍ବ ଚୋପା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର। ଏହା ହୃଦୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଡାଳିମ୍ବ ଚୋପାର ଚା' ପିଇବା ଦ୍ୱାରା କୋଲେଷ୍ଟ୍ରଲ ହ୍ରାସ ହୋଇପାରେ। କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଲେ, ହୃଦୟ ସ୍ୱାସ୍ଥ୍ୟ ଆପଣାଛାଏଁ ବଜାୟ ରହିଥାଏ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି- ଡାଳିମ୍ବରୁ ଭିଟାମିନ୍ ଏବଂ ଅନ୍ୟାନ୍ୟ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ। ତେଣୁ ଡାଳିମ୍ବ ଚା' ପିଇବା ଦ୍ୱାରା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢି ପାରିବ। ଫଳରେ ମୌସୁମୀରେ ହେଉଥିବା ସାଧାରଣ ଥଣ୍ଡା-ଜ୍ୱର ଏବଂ ସଂକ୍ରମଣ ସମସ୍ୟା ହେବ ନାହିଁ।

ଓଜନ ହ୍ରାସ- ଡାଳିମ୍ବ ଚୋପା ଚା' ଓଜନ ହ୍ରାସ କରିବାରେ ବେଶ୍ ଲାଭଦାୟକ ହୋଇପାରିବ। ମେଦବହୁଳତା ଥିଲେ ଦିନକୁ ଥରେ ଡାଳିମ୍ବ ଚୋପା ଚା' ପିଇବା ଆବଶ୍ୟକ। ଏହି ଚା' ପିଇବା ଦ୍ୱାରା ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବି କମିଯାଏ। ଫଳରେ ମେଦବହୁଳତା ସମସ୍ୟା ଦୂର ହୋଇପାରିବ।

health tips What are the benefits of pomegranate peel

ଡାଳିମ୍ବ ଚୋପା ଚା' କିପରି ପ୍ରସ୍ତୁତ କରିବେ?

ଚା' ତିଆରି କରିବା ପାଇଁ ଡାଳିମ୍ବ ଚୋପାକୁ ପରିସ୍କାର ପାଣିରେ ଧୋଇ ଦିଅନ୍ତୁ।
ଏହାପରେ ଚୋପାକୁ ଛୋଟ ଛୋଟ ଖଣ୍ଡ କରି କାଟିଦିଅନ୍ତୁ।
ଏହି ଚୋପାକୁ ସୂର୍ଯ୍ୟକିରଣରେ ଶୁଖାନ୍ତୁ।
ଚୋପା ଶୁଖିଗଲା ପରେ ସେଗୁଡିକୁ ଗ୍ରାଇଣ୍ଡିଂ କରି ପାଉଡର ତିଆରି କରନ୍ତୁ।
ଏହି ପାଉଡରକୁ ଏକ ବାକ୍ସରେ ରଖନ୍ତୁ।
ଚା' କରିବା ସମୟରେ ପାଣିରେ ଏହି ପାଉଡର ମିଶାନ୍ତୁ।
ଏଥିରେ ମହୁ ଏବଂ ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ।
ଚା' ଫୁଟିଗଲା ପରେ ଏହି ପାଣିକୁ ପିଅନ୍ତୁ।
Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+