Health Tips: ସକାଳୁ ଶୀଘ୍ର ଉଠିଲେ କଣ ଲାଭ ମିଳେ ?

ଆମେ ଛୋଟବେଳୁ ଶୁଣି ଆସିଥାଉ ସକାଳୁ ଶୀଘ୍ର ଉଠିବା ଶରୀର ପାଇଁ ଭଲ। କିନ୍ତୁ ଆମେ ବହୁତ କମ୍‌ ଜଣଙ୍କୁ ଦେଖିବା ଯେଉଁମାନେ ଏହି ଉକ୍ତିକୁ ପାଳନ କରିଥାନ୍ତି। ଯାହାକୁ ବି ଆପଣ ହେଲଥ୍‌ ଟିପ୍ସ୍‌ ମାଗିବେ ପ୍ରଥମେ ସେ ସକାଳୁ ଉଠିବାକୁ ହିଁ ପରାମର୍ଶ ଦେବେ। ତେବେ ଆପଣ ଏହାର ଫାଇଦା ବିଷୟରେ ଜାଣିଲେ ସକାଳୁ ଉଠିବା ଲାଗି ଆଗ୍ରହ ଦେଖାଇବେ। ତେବେ ଜାଣି ରଖନ୍ତୁ ସକାଳୁ ଉଠିବାର ଫାଇଦା ବିଷୟରେ।

ଶରୀରରେ ରହେନାହିଁ ଆଳସ୍ୟ

ସକାଳୁ ଉଠିଲେ ଆମର ସବୁଠୁ ବଡ଼ ଫାଇଦା ହୋଇଥାଏ ଯେ, ଆମକୁ ଦିନସାରା ଅଳସୁଆ ଲାଗି ନଥାଏ। ଆମେ ପୂରା ଦିନ କାମ କରିବା ପାଇଁ ଶକ୍ତି ପାଇଥାଉ। ସକାଳୁ ଉଠୁଥିବା ଲୋକମାନଙ୍କ ମଧ୍ୟରେ ଭାବିବା ଏବଂ କିଛି କାର୍ଯ୍ୟକୁ ସଠିକ୍‌ ରୂପେ ତୁଲାଇବାର କ୍ଷମତା ଥାଏ। ସକାଳୁ ଉଠୁଥିବା ଲୋକ ରଚନାତ୍ମକ ହୋଇଥାନ୍ତି। ସେମାନଙ୍କର ଏକାଗ୍ରତା ଶକ୍ତି ଅଧିକା ଥାଏ।

ପ୍ରାକୃତିକ ପୋଷଣ

ସକାଳୁ ଉଠିବା ଯୋଗୁ ଆମ ଶରୀରକୁ ପୋଷଣ ମିଳିଥାଏ। ଶୀଘ୍ର ଉଠି ଆପଣ ଯଦି ବାହାରକୁ ବୁଲାବୁଲି କରିବାକୁ ଯାଉଛନ୍ତି ବା ଚାଲୁଛନ୍ତି, ତାହାଲେ ଏହା ଆପଣଙ୍କ ଶରୀରକୁ ଅନେକ ଫାଇଦା ଦେଇଥାଏ। ତେବେ ଆପଣଙ୍କ ଦିନ ସକାଳୁ ଉଠି ବାହାରେ ବୁଲାବୁଲି କରିବାରୁ ଆରମ୍ଭ କରନ୍ତୁ।

ସଠିକ୍‌ ସମୟରେ ଜଳଖିଆ କରିପାରିବେ

ସକାଳୁ ଉଠିବାର ଆଉ ଏକ ଫାଇଦା ମଧ୍ୟ ହୋଇଥାଏ। ଆମେ ଯଦି ଡେରିରେ ଉଠିଥାଉ ତାହାଲେ ସକାଳ ଜଳଖିଆ ଖାଇବା ସମୟ ଗଡ଼ି ଯାଇଥାଏ। ଏହା ଆମ ଶରୀର ପାଇଁ ଆଦୌ ଭଲ ନୁହେଁ। ତେବେ ଆପଣ ସକାଳେ ଉଠିଲେ ଜଳଖିଆ ପେଟ ପୁରା ଖାଆନ୍ତୁ। ଏହା କଳେ ଆପଣଙ୍କର ଗ୍ୟାସ୍‌ ସମସ୍ୟା ନ ହେବା ସହ ଦିନସରା ସତେଜତା ଅନୁଭବ କରିବେ।

ସକରାତ୍ମକ ପ୍ରଭାବ ପକାଏ

ସକାଳୁ ଉଠିବାର ଆଉ ଏକ ଫାଇଦା ହେଲା ଯେ, ଆପଣଙ୍କ ଉପରେ ଏହା ସକରାତ୍ମକ ପ୍ରଭାବ ପକାଇଥାଏ। ଦିନସାରା ବ୍ୟସ୍ତ ରହି କାମ କରିବା ପାଇଁ ଏହା ଆପଣଙ୍କୁ ଶକ୍ତି ଦିଏ। କୌଣସି କାମ କରିବା ଆଗରୁ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+