Health Tips: ସକାଳୁ ଗଜାମୁଗ ଖାଇଲେ କଣ ଲାଭ ମିଳେ ? ଜାଣନ୍ତୁ

ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦେହ ପାଇଁ ଭାରି ଭଲ । ଏହାଦ୍ୱାରା ହଜମ ପ୍ରକ୍ରିୟା ସହଜ ହୋଇଥାଏ । ଏଥିସହ ପେଟ ଫୁଲା ଏବଂ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବାରେ ମଧ୍ୟ ଗଜାମୁଗ ସହାୟକ ହୋଇଥାଏ।

gujamug

ଓଜନ ହ୍ରାସ
ଗଜା ମୁଗରେ ଥିବା ଫାଇବର ଅଧିକ ସମୟ ପର୍ଯ୍ୟନ୍ତ ପେଟକୁ ପୂର୍ଣ୍ଣ ରଖିଥାଏ। ଅର୍ଥାତ୍ ଗଜା ମୁଗ ଖାଇବା ଦ୍ୱାରା ବିଶେଷ ଭୋକ ଲାଗିନଥାଏ। ଏହା ଦ୍ୱାରା ବାରମ୍ବାର ଖାଇବାକୁ ଇଚ୍ଛା ହୋଇନଥାଏ। ଫଳରେ ଓଜନ ପରିଚାଳନା ସହଜ ହୋଇଥାଏ।

ପ୍ରୋଟିନ ମିଳେ
ଗଜା ମୁଗରେ ଭରପୂର ପରିମାଣରେ ପ୍ରୋଟିନ ଥାଏ। ଏହା ଖାଇବା ଦ୍ୱାରା ମାଂସପେଶୀ ବୃଦ୍ଧି ହେବା ସହ କୋଷ ତିଆରି ହୋଇଥାଏ। ବିଶେଷ କରି ଶାକାହାରୀ ଲୋକଙ୍କ ପାଇଁ ଏହା ବେଶ୍ ଉପକାରୀ ।

ଚର୍ମ ସ୍ୱାସ୍ଥ୍ୟରେ ଉନ୍ନତି ଆସେ
ଜିଙ୍କ, ଭିଟାମିନ୍ ସି ଏବଂ ମିନେରାଲ୍ସର ଏକ ଉତ୍ତମ ଉତ୍ସ ହେଉଛି ଗଜା ମୁଗ। ତେଣୁ ଗଜା ମୁଗ ଖାଇବା ଦ୍ୱାରା ଚର୍ମରେ ଚମକ ଆସିବା ସହ ବ୍ରଣ ସମସ୍ୟା ଦୂର ହୋଇଥାଏ।

ରୋଗ ପ୍ରତିରୋଧକ ଶକ୍ତି
ଗଜା ମୁଗରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ । ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ସହ ସଂକ୍ରମଣକୁ ରୋକିବାରେ ସହାୟକ ହୋଇଥାଏ।

ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆସେ
ଗଜା ମୁଗରେ ଚର୍ବି କମ୍ ଏବଂ ପୋଟାସିୟମ୍ ଭରପୂର ଥାଏ, ଯାହା ରକ୍ତଚାପକୁ ହ୍ରାସ କରିବାରେ ଏବଂ ହୃଦରୋଗର ଆଶଙ୍କାକୁ କମାଇବାରେ ସାହାଯ୍ୟ କରିଥାଏ ।

ଶକ୍ତି ସ୍ତର ବୃଦ୍ଧି ହୁଏ
ଗଜା ମୁଗ ଖାଇଲେ ଶରୀରକୁ ଏନର୍ଜି ମିଳେ। ଅର୍ଥାତ୍ ଶରୀରର ଶକ୍ତି ସ୍ତର ବୃଦ୍ଧି ପାଇଥାଏ। ଫଳରେ ଦୁର୍ବଳ ଲାଗେନାହିଁ।

ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରେ
ଗଜା ମୁଗରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଫଳରେ ମଧୁମେହ ଆଶଙ୍କା ହ୍ରାସପାଏ। ମଧୁମେହ ରୋଗୀ ମଧ୍ୟ ଗଜା ମୁଗ ଖାଇବା ଦ୍ୱାରା ସେମାନଙ୍କ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ହୋଇଥାଏ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+