Health Tips: ରସୁଣ ଖାଇବା ଦ୍ବାରା କ'ଣ ସବୁ ଫାଇଦା ମିଳିଥାଏ ? ଏହି ସବୁ ରୋଗ ପାଇଁ ରାମବାଣ ରସୁଣ

ରସୁଣ ସ୍ବାସ୍ଥ୍ୟ ପକ୍ଷେ ଏକ ବରଦାନ କହିଲେ ଅତୃକ୍ତି ହେବ ନାହିଁ । କିନ୍ତୁ ଅଧିକାଂଶ ଲୋକେ ରସୁଣ ଖାଇବାକୁ ପସନ୍ଦ କରନ୍ତି ନାହିଁ । କାହିଁକିନ କଞ୍ଚା ରସୁଣ ଖାଇବା ଦ୍ବାରା ପାଟି ଦୁର୍ଗନ୍ଦ ହୋଇଥାଏ । ଏହି କାରଣରୁ ଲୋକେ ରସୁଣ (Garlic Benefits) ଖାଇବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ରସୁଣର ସ୍ବାସ୍ଥ୍ୟ ଉପକାରିତା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବଂ ଆଜିଠାରୁ ଖାଇବା ଆରମ୍ଭ କରିବେ। କଞ୍ଚା ରସୁଣରେ (Garlic) ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟି-ଭାଇରାଲ୍ ଗୁଣ ଭରପୂର ମାତ୍ରାରେ ଥାଏ । ରସୁଣରେ ଭିଟାମିନ୍ ବି, ଭିଟାମିନ୍ ସି ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ। ମଧୁମେହ ଠାରୁ ଆରମ୍ଭ କରି ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

ରସୁଣ ଖାଇବା ଦ୍ବାରା କ'ଣ ସବୁ ଫାଇଦା ମିଳିଥାଏ:
ରସୁଣରେ ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯେପରିକି ସେଲେନିୟମ୍,ମାଙ୍ଗାନିଜ୍ ଓ କ୍ୟାଲସିୟମ୍ । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଗରମ ପାଣିରେ କଞ୍ଚା ରସୁଣ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ ।

Health Tips
ମଧୁମେହ ନିୟନ୍ତ୍ରଣ କରେ:
ମଧୁମେହ ଭଳି ଏକ ରୋଗକୁ ମଧ୍ୟ ରସୁଣ ସେବନ ଦ୍ବାରା ନିୟନ୍ତ୍ରଣ କରାଯାଇପାରିବ। ଗରମ ପାଣିରେ ଦୁଇଟି ରସୁଣ କୋଲା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏବଂ ମଧୁମେହରୁ ରକ୍ଷା କରିଥାଏ।

ହାର୍ଟକୁ ସୁସ୍ଥ ରଖେ:
ଗରମ ପାଣିରେ ରସୁଣ ଦୁଇ କୋଲା ଖାଇବା ଦ୍ବାରା ହାର୍ଟ ସୁସ୍ଥ ରହିଥାଏ। ଏବଂ ଆପଣଙ୍କୁ ହାର୍ଟ ଆଟାର୍କରୁ ରକ୍ଷା ମିଳିଥାଏ। କେବଳ ସେତିକି ନୁହେଁ, ଏହା ରକ୍ତ ସଞ୍ଚାଳନକୁ ବଜାୟ ରଖିବାରେ ସାହାର୍ଯ୍ୟ କରେ।

ପୁରୁଷଙ୍କ ସ୍ବାସ୍ଥ୍ୟ ପାଇଁ ରସୁଣ ବରଦାନ:
ପୁରୁଷଙ୍କ ସ୍ବାସ୍ଥ୍ୟ ପାଇଁ ରସୁଣ ଏକ ବରଦାନ କହିଲେ ଅତୃକ୍ତି ହେବ ନାହିଁ। ମହୁ ସହିତ ରସୁଣ ଖାଇବା ଦ୍ବାରା ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟରେ ଉନ୍ନତି ଆସିଥାଏ । ରସୁଣରେ ଆଲିସିନ୍ ନାମକ ଏକ ପଦାର୍ଥ ମିଳିଥାଏ, ଯାହା ପୁରୁଷଙ୍କ ପୁରୁଷ ହରମୋନ୍ ଠିକ୍ ରଖେ। ଏହା ବ୍ୟତୀତ ରସୁଣ ଖାଇବା ଦ୍ୱାରା ପୁରୁଷମାନଙ୍କ ଠାରେ ଇରେକ୍ଟାଇଲ୍ ଡିସଫଙ୍କସନ ହେବାର ଆଶଙ୍କା ମଧ୍ୟ ଦୂର ହୋଇଥାଏ । ରସୁଣରେ ବିପୁଳ ପରିମାଣର ଭିଟାମିନ୍ ଏବଂ ସେଲେନିୟମ୍ ମଧ୍ୟ ମିଳିଥାଏ। ଯେଉଁଥିପାଇଁ ପୁରୁଷ ଶୁକ୍ରାଣୁର ଗୁଣବତ୍ତା ବଢିଥାଏ।

ରକ୍ତଚାପକୁ ନିୟନ୍ତ୍ରଣରେ ରଖେ :
ରସୁଣରେ ଥିବା ଉପାଦାନଗୁଡ଼ିକ ରକ୍ତକୁ ପ୍ରାକୃତିକ ଉପାୟରେ ମିଶ୍ରିତ କରେ । ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ କଞ୍ଚା ରସୁଣ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।

କୋଲେଷ୍ଟ୍ରଲ ହ୍ରାସ କରେ:
ରସୁଣ ମଧ୍ୟ କୋଲେଷ୍ଟ୍ରଲକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହା ବ୍ୟତିତ ରସୁଣରେ ଆଣ୍ଟିବାୟୋଟିକ୍, ଆଣ୍ଟି ଫଙ୍ଗଲ୍ ଉପାଦାନ ଭରପୂର ମାତ୍ରାରେ ଥିବାରୁ ଥଣ୍ତା ଓ ସର୍ଦ୍ଦି ଭଳି ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ। ସଂକ୍ରମଣରୁ ମଧ୍ୟ ରକ୍ଷା କରିବାରେ ସହାୟକ ହୁଏ। ସକାଳେ ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ଥଣ୍ଡା ଏବଂ ଜ୍ବାରରୁ ମଧ୍ୟ ମୁକ୍ତି ମିଳିଥାଏ।

ହଜମ ଶକ୍ତି ବୃଦ୍ଧି କରେ :
ଉଷୁମ ପାଣିରେ ପ୍ରତିଦିନ ଦୁଇଟି ରସୁଣ ଖାଇଲେ ହଜମ ଭଲ ହୁଏ। ଶରୀରରେ ଭଲ ବ୍ୟାକ୍ଟେରିଆର ସ୍ତର ବଢିଥାଏ। ପେଟ ସମ୍ବନ୍ଧୀୟ ରୋଗ, ଡାଇରିଆ, ପେଟ କଷ୍ଟ, ଯନ୍ତ୍ରଣା, ଫୁଲିବା ଭଳି ରୋଗରୁ ମୁକ୍ତି ମିଳିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+