ସକାଳୁ ଉଠି ଖାଲି ପେଟରେ କଞ୍ଚା ରସୁଣ ଓ ଗରମ ପାଣି ସେବନ କଲେ ମିଳିଥାଏ ଏହି ସବୁ ଫାଇଦା ?
ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ କେହି ମଧ୍ୟ ନିଜ ଶରୀର ପ୍ରତି ଯତ୍ନବାନ ହେଉ ନାହାନ୍ତି।ସମସ୍ତଙ୍କୁ ବୁଝିବା ଜରୁରୀ ଅଟେ କି ଶରୀର ସୁସ୍ଥ ରହିଲେ ହିଁ ଆମେ ଜୀବନରେ ଆଗକୁ ବଢ଼ି ପାରିବା । ସାଧାରଣତଃ ରସୁଣକୁ ଆମେ ଖାଦ୍ୟରେ ସ୍ଵାଦ ବଢାଇବା ପାଇଁ ବ୍ୟବହାର କରିଥାଉ । ସକାଳୁ ଉଠି ଖାଲି ପେଟରେ କଞ୍ଚା ରସୁଣ ଖାଇ ଗରମ ପାଣି ପିଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।ରସୁଣ ଆମ ଶରୀରର ପାଇଁ ବହୁତ ଉପକାରୀ ଅଟେ।
ଯଦି ଆପଣ ପ୍ରତ୍ୟେକଦିନ ରସୁଣର ଗୋଟେ କିମ୍ବା ଦୁଇଟି କୋଷା ସେବନ କରୁଥିବେ, ତାହେଲେ ଏହା ଆପଣଙ୍କ ଶରୀର ପାଇଁ ଅମୃତ ସମାନ ହୋଇଥଏ।ଏହାସହିତ ଯଦି ଆପଣଙ୍କର ଅର୍ଶ, କବଜ ଭଳି ସମସ୍ୟା ରହିଛି ତାହେଲେ, ନିଶ୍ଚିତ ଭାବରେ ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ। ରସୁଣର ସେବନ କଲେ, ଭୋକ ବଢ଼ିଥାଏ ଏବଂ ମଧୁମୟ, ରକ୍ତଚାପ, ଆଦି ରୋଗ ଦୂର ହୋଇ ଯାଇଥାଏ । ଯଦି ଆପଣ ସକାଳୁ ଜଳଖିଆ ଖାଇବା ପୂର୍ବରୁ ରସୁଣର ସେବନ କରନ୍ତି, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ଫାଇଦା ମିଳିବ ।

ଯଦି ଆପଣ ପ୍ରତ୍ୟେକଦିନ ରସୁଣର କିଛି କୋଷା ସେବନ କରନ୍ତି,ତାହେଲେ ଆପଣଙ୍କ ଶରୀର ସତେଜ ରହିବା ସହିତ ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ମଧ୍ୟ ନଷ୍ଟ ହୋଇଯିବ । ରସୁଣର ସେବନ କଲେ ଆପଣଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।କିନ୍ତୁ ସର୍ବଦା ରସୁଣକୁ ସଠିକ ମାତ୍ରାରେ ଖାଇବା ଉଚିତ। କାରଣ ଏହାକୁ ଅଧିକ ମାତ୍ରାରେ ସେବନ କରିବା ଶରୀର ପାଇଁ ଉଚିତ ନୁହେଁ ।
ଯଦି କୌଣସି ବିବାହିତ ଦମ୍ପତ୍ତିଙ୍କର ଯୌନ ଜନିତ ସମସ୍ୟା ରହିଛି, ତାହେଲେ ସେମାନେ ପ୍ରତ୍ୟେକ ଦିନ ରସୁଣର ସେବନ କରି ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ। ରସୁଣ ଖାଇବା ଦ୍ବାରା ଶରୀରରେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ଏବଂ ଶରୀର ସୁସ୍ଥ ରହେ।ଏଥିରେ ଥିବା ଔଷଧୀୟ ଗୁଣ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।ଏହାସହିତ ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ, ଅର୍ଥାତ ଏହା ଶରୀରରେ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ତାହେଲେ ସାଙ୍ଗମାନେ ପ୍ରତ୍ୟେକ ଦିନ ରସୁଣ ସେବନ କରନ୍ତୁ, ନିଶ୍ଚିତ ଭାବରେ ଆପଣଙ୍କ ଶରୀର ସୁସ୍ଥ ରହିବ। ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।












Click it and Unblock the Notifications