Get Updates
Get notified of breaking news, exclusive insights, and must-see stories!

Health tips; ପ୍ରତ୍ୟେକ ଦିନ ବେଶୀ ନୁହେଁ ଚାଲନ୍ତୁ ୩୦ ମିନିଟ୍, ପାଖ ମାଡି ବନି ରୋଗ,ନିୟନ୍ତ୍ରିତ ହେବ ଓଜନ

ଆପଣଙ୍କୁ ଅନେକ ଲୋକ କହିଥିବେ ସକାଳୁ ଉଠି ଚାଲିଲେ ଦେହ ଭଲ ରୁହେ ଓ ଅନେକ ଫାଇଦା ମିଳେ। କିନ୍ତୁ ଆପଣ କେବେ ଭାବିଛନ୍ତି କି ସକାଳୁ ଚାଲିବା ଲାଭଦାୟୀ କ'ଣ ପାଇଁ ହୋଇଥାଏ? ଆଜି ଆମେ ଆପଣଙ୍କୁ ଜଣାଇବୁ ସକାଳୁ ଉଠି ଚାଲିବା ଦ୍ୱାରା କ'ଣ ଫାଇଦା ମିଳିଥାଏ। ପ୍ରତିଦିନ ଗୋଟିଏ ସେଓ ଖାଇଲେ ଯେପରି ଆମେ ଡାକ୍ତରଙ୍କଠାରୁ ଦୂରେଇ ରହିଥାଉ ବା ସୁସ୍ଥ ରହିଥାଉ। ସେହିପରି ପ୍ରତିଦିନ ୩୦ମିନିଟ୍ ଚାଲିଲେ ଆପଣ ନିଜକୁ ସୁସ୍ଥ ରଖିପାରିବେ। ଆସନ୍ତୁ ଜାଣିବା ପ୍ରତିଦିନ ୩୦ ମିନିଟ ଚାଲିଲେ କ'ଣ ଫାଇଦା ମିଳେ।

Walk

ଓଜନ ହ୍ରାସ ହେବ: ଯଦି ଆପଣ ନିୟମିତ ଭାବେ ଚାଲିବା ଅଭ୍ୟାସ ରଖିବେ, ତେବେ ଆପଣଙ୍କ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିବ। ଆପଣ ନିଜକୁ ଫିଟ୍ ରଖିବାରେ ସକ୍ଷମ ହେବେ। ପ୍ରତିଦିନ ଅତିକମ୍‌ରେ ୩୦ ମିନିଟ ଚାଲିବା ଦ୍ୱାରା ଆପଣଙ୍କ ଶରୀରରେ ଇନ୍‌ସୁଲିନ୍ ଭଲ କାମକରିଥାଏ। ଫଳରେ ଆପଣଙକ ପେଟରେ ଜମା ହୋଇଥିବା ଚର୍ବି କମିଥାଏ। ଏହା ବ୍ୟତୀତ ଆପଣଙ୍କ ମେଟାବୋଲିଜିମ୍ ବଢ଼ିଥାଏ, ଯାହା ଆପଣଙ୍କ ଶରୀରରୁ କ୍ୟାଲୋରି କମ କରିଥାଏ। ଫଳରେ ଆପଣଙ୍କ ଓଜନ ନିୟନ୍ତ୍ରିତ ହୋଇଥାଏ।

ମୁଡ୍ ଭଲ ରହିଥାଏ: ପ୍ରାୟ ଲୋକେ ନିଜ ମୁଡ଼ ଭଲ ରଖିବା ପାଇଁ ଅନେକ ଉପାୟ ଆପଣେଇଥାନ୍ତି। କିନ୍ତୁ ଜାଣନ୍ତି କି, ମାତ୍ର ୩୦ ମିନିଟ ଚାଲିବା ଦ୍ୱାରା ଆପଣଙ୍କ ମୁଡ଼ ଭଲ ରହିବ। ଆଉ ଆପମଙକୁ ମୁଡ଼ ଭଲ କରିବା ପାଇଁ ଚକଲେଟ ଖାଇ କ୍ୟାଲୋରୀ ବଢ଼ାଇବାକୁ ପଡ଼ିବନି। ଚାଲିବା ଦ୍ୱାରା ଆପଣଙ୍କ ନର୍ଭସ ସିଷ୍ଟମରେ ସୁଧାର ହୋଇଥାଏ। ଫଳରେ ଆପଣଙ୍କୁ କମ କ୍ରୋଧ ଆସିଥାଏ ଓ ମୁଡ଼ ଭଲ ରହିଥାଏ।

ପୁରୁଣା ରୋଗ ଭଲ ହୋଇଥାଏ: ଏକ ସର୍ଭେରୁ ଜଣାପଡ଼ିଛି ଯେ ଯେଉଁମାନଙ୍କର ନିୟମିତ ଭାବେ ଚାଲିବା ଅଭ୍ୟାସ ଥାଏ, ସେମାନଙ୍କର ପୁରୁଣା ରୋଗ ଭଲ ହୋଇଯାଇଥାଏ। ଏହା ବ୍ୟତୀତ ବ୍ଲଡ ପ୍ରେଶର ଓ ଡାଇବେଟିସ୍ ହେବାର ସମ୍ଭାବନା କମ ଥାଏ। ଏବଂ ବ୍ଲଡ ପ୍ରେଶର କମିବା ଦ୍ୱାରା ହୃଦରୋଗ ହେବାର ସମ୍ଭାବନା ମଧ୍ୟ କମ୍ ଥାଏ।

ପାଚନ କ୍ରିୟା ଭଲ ରୁହେ: ଯଦି ଆପଣ ନିଜ ପାଚନ କ୍ରିୟା ଭଲ ରଖିବା ପାଇଂ ଚା' କିମ୍ବା କଫି ସେବନ କରୁଛନ୍ତି ତେବେ ଏଅଭ୍ୟାସ ଛାଡ଼ି ଦିଅନ୍ତୁ। ଏହା ଆପଣଙ୍କ ପାଚନ କ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ। ପ୍ରତିଦିନ ମାତ୍ର ୩୦ ମିନିଟ ଚାଲନ୍ତୁ। ସକାଳୁ ଉଠି ଏକ ଗ୍ଲାସ୍ ପାଣି ମଧ୍ୟ ପିଅନ୍ତୁ ଓ ପରେ ଚାଲିବା ପାଇଁ ବାହାରିଯାନ୍ତୁ। ଏହାଦ୍ୱାରା ଆପଣଙ୍କ ପାଚନ କ୍ରିୟା ଭଲ ରହିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+