Helath Tips: ପ୍ରତିଦିନ ଚାଲନ୍ତୁ ୩୦ ମିନିଟ୍, ନିୟନ୍ତ୍ରଣରେ ରହିବ ଡାଇବେଟିସ୍‌

ଖରାପ ଖାଦ୍ୟ ଏବଂ ଲାଇଫ୍‌ ଷ୍ଟାଇଲ୍‌ ଡାଇବେଟିସ୍‌ ଲୋକମାନଙ୍କ ମଧ୍ୟରେ ଏକ ସାଧାରଣ ରୋଗ । ଭାରତରେ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହି ରୋଗ ଯୁବକମାନଙ୍କୁ ଅଧିକ ପ୍ରଭାବିତ କରୁଛି । ଏହାର ମୁଖ୍ୟ କାରଣ ଅସ୍ୱାସ୍ଥ୍ୟକର ଲାଇଫ୍‌ଷ୍ଟାଇଲ୍‌, ଷ୍ଟେସ୍‌ ଏବଂ ଖାଇବା । ଏହିପରି କରିବା ଦ୍ୱାରା ଶରୀରରେ ଅନେକ ରୋଗ ବିକଶିତ ହେବାକୁ ଲାଗିଥାଏ ।

ଯଦି ଆପଣ ଡାଇବେଟିସ୍‌ରୁ ଦୂରେଇ ରହିବାକୁ କିମ୍ବା ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣଙ୍କର ଲାଇଫ ଷ୍ଟାଇଲକୁ ପରିବର୍ତ୍ତନ କରନ୍ତୁ । ତେବେ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବା ପାଇଁ ଲୋକମାନେ ବିଭିନ୍ନ ପଦକ୍ଷେପ ନିଅନ୍ତି । ଆହୁରି ମଧ୍ୟ, ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆପଣଙ୍କ ପାଇଁ ଜରୁରୀ ହୋଇଥାଏ ।

health Tips

ତେବେ ଆପଣ ଖାଦ୍ୟ ଏବଂ ଚାଲିବା ଦ୍ୱାରା ଡାଇବେଟିସ୍‌କୁ ବହୁ ପରିମାଣରେ ନିୟନ୍ତ୍ରଣ କରିପାରିବେ । ସେଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ ଡାଇବେଟିସ୍‌ ରୋଗୀମାନେ ଯଥାସମ୍ଭବ ଚାଲିବାକୁ ଚେଷ୍ଟା କରିବା ଉଚିତ ।

ଆସନ୍ତୁ ଜାଣିବା ଡାଇବେଟିସ୍‌ରେ ଚାଲିବାର ସ୍ୱାସ୍ଥ୍ୟ ଲାଭ କ'ଣ ଏବଂ ଡାଇବେଟିସ୍‌ ରୋଗୀମାନେ ଦିନକୁ କେତେ ଚାଲିବା ଉଚିତ ?

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଶାରୀରିକ ଭାବରେ ଆକ୍ଟିଭ ରହିବା ବହୁତ ଜରୁରୀ । ଲୋକମାନେ ଯେତେ ଅଧିକ ଆକ୍ଟିଭି ରହିବେ, ସେମାନଙ୍କ ମଧ୍ୟରେ ଡାଇବେଟିସ୍‌ ହେବାର ଆଶଙ୍କା ସେତେ କମ୍ ରହିବ । ଡାଇବେଟିସ୍‌ରେ, ଆପଣ ଯେତେ ଅଧିକ ଚାଲିବେ, ବ୍ଲଡ଼ ସୁଗାର ଲେବଲ ସେତେ ଶୀଘ୍ର କମ ହେବ । ଦ୍ରୁତ ଗତିରେ ଚାଲିବା ଦ୍ଵାରା ଶରୀରରେ କୋଷଗୁଡ଼ିକ ଦ୍ରୁତ ଗତିରେ କାମ କରନ୍ତି । ଚାଲିବା ଦ୍ୱାରା ସୁଗାର ମେଟାବୋଲିଜିମ୍ ତ୍ୱରାନ୍ୱିତ ହୁଏ, ଯାହା ହଜମ ପ୍ରକ୍ରିୟାକୁ ଉନ୍ନତ କରେ ।

ଚାଲିବା ଦ୍ୱାରା ଶରୀରରେ ଇନସୁଲିନ୍ ଭଲ ଭାବରେ କାମ କରିବାରେ ସାହାଯ୍ୟ କରେ । ବ୍ଲଡ଼ ସୁଗାର ଲେବଲକୁ ପ୍ରଭାବିତ କରିପାରୁଥିବା ଚାପକୁ ଦୂର କରେ । ଏହା ସହିତ, ଡିପ୍ରେସନ ଏବଂ ଷ୍ଟ୍ରେସର ଲକ୍ଷଣଗୁଡ଼ିକ କମ ହୋଇଥାଏ । ଚାଲିବା ଦ୍ଵାରା କ୍ୟାଲୋରୀ କମ ହୁଏ ଏବଂ ଆପଣଙ୍କ ହାର୍ଟ ସୁସ୍ଥ ରହିଥାଏ । ତେବେ ଚାଲିବାର ଗତି ବୃଦ୍ଧି କରିବା ଦ୍ଵାରା ଲାଭ ବୃଦ୍ଧି ପାଏ ।

ସୂଚନା ଅନୁଯାୟୀ, ଦିନକୁ ୧୦,୦୦୦ ପାଦ କିମ୍ବା ୩୦ ମିନିଟ୍ ଚାଲିବା ଦ୍ୱାରା ସୁଗାର ନିୟନ୍ତ୍ରଣ କରାଯାଇପାରିବ । ଯଦି ଆପଣଙ୍କର ପୂରା ୩୦ ମିନିଟ୍ ଚାଲିବାରେ ଅସୁବିଧା ହେଉଛି, ତେବେ ସକାଳ, ଅପରାହ୍ନ ଏବଂ ସନ୍ଧ୍ୟାରେ ୧୦ ମିନିଟ ଚାଲିପାରିବେ । ଏହି ସମୟରେ ଆପଣଙ୍କ ଖାଦ୍ୟ ନିୟନ୍ତ୍ରଣ କରନ୍ତୁ, ବିଶେଷକରି କାର୍ବୋହାଇଡ୍ରେଟ୍, ଯାହାକୁ ହଜମ କରିବା ପାଇଁ ସର୍ବାଧିକ ଚାଲିବା ଆବଶ୍ୟକ । ତେଣୁ, ଡାଇବେଟିସ ରୋଗୀମାନେ ସକାଳେ କିମ୍ବା ସନ୍ଧ୍ୟାରେ ସମୟ ବାହାରେ ଚାଲିବାକୁ ଚେଷ୍ଟା କରିବା ଉଚିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+