Health Tips: ଶୃଙ୍ଖଳିତ ଜୀବନ ପାଇଁ ଏହି ଟିପ୍ସ, ସକାଳୁ ଉଠିଲା ମାତ୍ରେ

ଶୃଙ୍ଖଳିତ କାହାକୁ ବା ପସନ୍ଦ ନୁହେଁ । ଶୃଙ୍ଖଳା ବିନା ଜୀବନରେ ସଫଳ ହେବା ସହଜ ନୁହେଁ । କଣ କରିବେ କଣ ନ କରିବେ ଦିନଟି କେମିତି କଟିବ ସେ ନେଇ ରୁଟିନ ପ୍ରସ୍ତୁତ କରନ୍ତୁ ।

୧. ସଅଳ ଉଠନ୍ତୁ- ଶୃଙ୍ଖଳିତ ଜୀବନ ପାଇଁ ସଅଳ ଉଠିବା ନିହାତି ଦରକାର । ରାତିରେ ଶୀଘ୍ର ଶୁଅନ୍ତୁ ସକାଳୁ ଶୀଘ୍ର ଉଠନ୍ତୁ । ଶୃଙ୍ଖଳାର ଚମ୍ପିଆନ୍ ସର୍ବଦା ଶୀଘ୍ର ଉଠନ୍ତି ଏହା ପ୍ରମାଣିତ । ସଫଳ ଓ ଶୃଙ୍ଖଳିତ ବ୍ୟକ୍ତି ସବୁବେଳେ ସଅଳ ଉଠି ଦିନ ଆରମ୍ଭ କରିଥାନ୍ତି । ଶୃଙ୍ଖଳିତ ହେବାକୁ ହେଲେ ଜଲଦି ଉଠିବାକୁ ଆଲାରାମ ସେଟ୍ କରି ନିଅନ୍ତୁ ।

୨. ସ୍ବାସ୍ଥ୍ୟକର ସକାଳ ଜଳଖିଆ କରନ୍ତୁ- ଶୃଙ୍ଖଳା ସହଜ ପସନ୍ଦ ହୋଇନପାରେ ମାତ୍ର ସଠିକ ପସନ୍ଦ ନିଶ୍ଚିତ ହେବ । ପ୍ରତିଦିନ ସ୍ବାସ୍ଥକର ସକାଳ ଜଳଖିଆ କରନ୍ତୁ। ସକାଳ ଭୋଜନ କରନ୍ତୁ ମନ ଓ ସ୍ବାସ୍ଥ୍ୟ ଉଭୟ ଭଲ ରହିବ । ଶୃଙ୍ଖଳିତ ଜୀବନ ପାଇଁ ସ୍ବାସ୍ଥ୍ୟକର ଜଳଖିଆ ନିହାତି ଦରକାର ।

୩. ପ୍ରତିଦିନ ବ୍ୟାୟମ କରନ୍ତୁ- ଯୋଗ ବ୍ୟାୟମ କେବଳ ଶରୀରକୁ ସୁସ୍ଥ ରଖେନାହିଁ ମନକୁ ମଧ୍ୟ ଶାନ୍ତି ଦିଏ । ପ୍ରତିଦିନ ବ୍ୟାୟମ ମସ୍ତିଷ୍କ ଉପରେ ସୁପ୍ରଭାବ ପକାଏ । ଚିନ୍ତାରୁ ମୁକ୍ତି ଦିଏ । ଷ୍ଟ୍ରେସ ହ୍ୟାଣ୍ଡେଲ ପାଇଁ ଧୌର୍ଯ୍ୟ ଦିଏ ।

Health Tips

୪. ଦିନ ପାଇଁ ଯୋଜନା କରନ୍ତୁ- ପ୍ଲାନ କରି ଦିନ ଆରମ୍ଭ କରନ୍ତୁ । ଦିନରେ ଆପଣଙ୍କୁ କଣ କଣ କରିବାର ଅଛି । ପରିବର୍ତ୍ତନ ଓ ପ୍ଲାନ ବିନା ଶୃଙ୍ଖଳିତ ହେବା ସମ୍ଭଭ ନୁହେଁ । ପ୍ରତି ସକାଳୁ ଦିନ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରନ୍ତୁ ।

୫. ମାନସିକ ଭାବେ ଶାନ୍ତ ରୁହନ୍ତୁ- ଦୌଡୁଥିବା ଦୁନିଆରେ ଚାପ ରହିବ । ଏହାକୁ ଏଡାଇବା ପାଇଁ ମାନସିକ ସୁସ୍ଥତା ନିହାତି ଦରକାର । ଶୃଙ୍ଖଳାର ଏକ ସିକ୍ରେଟ୍ ହେଉଛି ମାଇଣ୍ଡଫୁଲନେସ୍ । ବର୍ତ୍ତମାନକୁ ସର୍ବାଦା ଫୋକସ୍ କରନ୍ତୁ । ମାଇଣ୍ଡକୁ ଟ୍ରେଣ୍ଡ କରନ୍ତୁ ।

୬. କୃତଜ୍ଞ ରୁହନ୍ତୁ- ସବୁବେଳେ ନମ୍ର କୃତଜ୍ଞ ରହୁନ୍ତୁ । ଅନ୍ୟଙ୍କ ପ୍ରତି କୃତଜ୍ଞ ରହିବା ଶୃଙ୍ଖଳାର ଏକ ସୋପାନ । କୃତଜ୍ଞ ରହିଲେ ମନରୁ ନକାରାତ୍ମକ ଚିନ୍ତାଧାରା ଦୂରେଇ ଯାଏ। ଶୃଙ୍ଖଳିତ ଜୀବନ ପାଇଁ କୃତଜ୍ଞ ପ୍ରଗତି ଆଣିଥାଏ ।

୭. ଟେକ୍ନୋଲୋଜିର ସ୍ବଳ୍ପ ବ୍ୟବହାର- ଟେକ୍ନିକାଲ ଯୁଗରେ ଟେକ୍ନୋଲୋଜିର ବ୍ୟବହାର ଭଲ ହେଲେ ମାତ୍ରାଧିକ ବ୍ୟବହାର ଖରାପ ହୋଇଥାଏ । ସାଧାରଣତଃ ସକାଳୁ ଉଠିଲେ ଆମେ ଫୋନ ଦେଖୁ ସୋସିଆଲ ମିଡିଆରେ ଆକ୍ଟିଭ୍ ଥାଉ। ଶୃଙ୍ଖଳିତ ଜୀବନ ପାଇଁ ଏହା ଆଦୌ ଠିକ୍ ନୁହେଁ ।

୮. ଶାନ୍ତିକୁ ଆପଣାନ୍ତୁ- ମନ ଶାନ୍ତି ଥିଲେ ଦିନଟି ଭଲ ଯାଏ । ତେଣୁ ଯଥା ସମ୍ଭବ ମନକୁ ଶାନ୍ତ ରଖନ୍ତୁ । ଶୃଙ୍ଖଳିତ ହେବାକୁ ଶାନ୍ତି ନୀରବତା ଏକ ଶକ୍ତିଶାଳୀ ସାଧନ ।

୯. ହାଇଡ୍ରେଟ୍- ଏହା ବହୁତ ସାଧାରଣ । ପ୍ରତିଦିନ ସକାଳୁ ଗୋଟିଏ ଗ୍ଲାସ ପାଣି ପିଅନ୍ତୁ ଓ ଦିନ ଆରମ୍ଭ କରନ୍ତୁ । ଡିହାଇଡ୍ରେଟରୁ ମୁକ୍ତି ପାଇଁ ସକାଳୁ ପାଣି ପିଇବା ନିହାତି ଦରକାର । ଏହା ବ୍ୟତୀତ ପାଣି ଶରୀରକୁ ସୁସ୍ଥ ରଖିଥାଏ ।

୧୦. ସ୍ଥିରତା- ଶୃଙ୍ଖଳାର ହୃଦସ୍ପନ୍ଦନ ହେଉଛି ସ୍ଥିରତା । ଏହା ବିନା ଦିନ ଆରମ୍ଭ ଫଳପ୍ରଦ ହୁଏ ନାହିଁ । ଶୃଙ୍ଖଳା ଏକ କାର୍ଯ୍ୟ ନୁହେଁ ଏହା ଅଭ୍ୟାସ । ଏହା ହିଁ ଶୃଙ୍ଖଳାର ପ୍ରକୃତ ସିକ୍ରେଟ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+